Posted inଜାତୀୟ

ଔଷଧ ଅସଲି କି ନକଲି, କ୍ୟୁଆର କୋଡ୍‌ ସ୍କାନ୍‌ କଲେ ମିଳିବ ସୂଚନା…

ନୂଆଦିଲ୍ଲୀ,୩।୧୦ : ଆମେ କିଣୁଥିବା ଔଷଧ ଅସଲି ନା ନକଲି? ଏହା ଶରୀର ପାଇଁ କ୍ଷତିକାରକ କି? ମେଡିକାଲ ଷ୍ଟୋରରୁ ଔଷଧ କିଣିବାବେଳେ ପ୍ରାୟତଃ ଏହି ପ୍ରଶ୍ନ ସଭିଙ୍କ ମନକୁ ଆସିଥାଏ। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ନକଲତ ଔଷଧର ବିକ୍ରି ରୋକିବା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଅଧିକ ବିକ୍ରି ହେଉଥିବା ଔଷଧ ପାଇଁ ଏକ ଟ୍ରାକ ଏବଂ ଟ୍ରେସ ବ୍ୟବସ୍ଥା ପ୍ରଣୟନ କରିବାକୁ ଯୋଜନା କରିଛନ୍ତି। ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ, ୩୦୦ ସର୍ବାଧିକ ବିକ୍ରି ହେଉଥିବା ଔଷଧରେ ସମ୍ପୃକ୍ତ କମ୍ପାନୀମାନେ ପ୍ୟାକେଜିଂ ଲେବଲରେ ବାରକୋଡ କିମ୍ବା କ୍ୟୁଆର କୋଡ ପ୍ରିଣ୍ଟ କରିବେ ।

ଔଷଧର ଉତ୍ପାଦ ପ୍ୟାକେଜିଂର ପ୍ରାଥମିକ ସ୍ତର। ଏହିସ୍ତରରେ ବୋତଲ, କ୍ୟାନ, ପାତ୍ର କିମ୍ବା ଟ୍ୟୁବରେ ବିକ୍ରୟ ପାଇଁ ଔଷଧ ରଖାଯାଇଥାଏ। ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଏମଆରପି ସହିତ ବହୁଳ ଭାବରେ ବିକ୍ରି ହୋଇଥିବା ଆଣ୍ଟିବାୟୋଟିକ, ହୃଦରୋଗ, ଯନ୍ତ୍ରଣାଦାୟକ ଏବଂ ଆଣ୍ଟି-ଆଲର୍ଜି ଆଦି ଏଥିରେ ଅନ୍ତର୍ଭୁକ୍ତ ହେବ ବୋଲି କୁହାଯାଉଛି। ଏହି ପଦକ୍ଷେପ ଗ୍ରହଣ ନେଇ ଏକ ଦଶନ୍ଧି ପୂର୍ବରୁ ରିଜୋଲ୍ୟୁଶନରେ ଅଣାଯାଇଥିଲା। କିନ୍ତୁ, ଘରୋଇ ଫାର୍ମା ଇଣ୍ଡଷ୍ଟ୍ରିରେ ପ୍ରସ୍ତୁତିର ଅଭାବ ହେତୁ ଏହାକୁ ବନ୍ଦ କରିଦିଆ ଯାଇଥିଲା। ଏପରିକି ରପ୍ତାନି ପାଇଁ ଟ୍ରାକ ଏବଂ ଟ୍ରେସ ମେକାନିଜମକୁ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ବର୍ଷ ବର୍ଷ ଧରି ବଜାରରେ ନକଲି ଏବଂ ନିମ୍ନମାନର ଔଷଧ ବିକ୍ରି ହେବା ଜାରି ରହିଛି। ଏହି ବ୍ୟବସାୟକୁ ରୋକିବା ପାଇଁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଦିଗରେ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଜୁନ ମାସରେ ସରକାର ଫାର୍ମା କମ୍ପାନୀଗୁଡ଼ିକୁ ବାରକୋଡ କିମ୍ବା କ୍ୟୁଆର କୋଡ ସେମାନଙ୍କ ପ୍ରାଥମିକ କିମ୍ବା ଦ୍ୱିତୀୟ ପ୍ୟାକେଜ ଲେବଲରେ ଲେପନ କରିବାକୁ କହିଥିଲେ। ଥରେ ସଫ୍ଟୱେର୍‌ ଲାଗୁ ହେବା ପରେ ଗ୍ରାହକ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ପୋର୍ଟାଲ (ୱେବସାଇଟ) ଏହାକୁ ଏକ ଦ୍ୱତନ୍ତ୍ର ଆଇଡି କୋଡରେ ଫିଡ କରି ଔଷଧର ପ୍ରକୃତ ସତ୍ୟତା ଯାଞ୍ଚ କରିବା ପାଇଁ ବ୍ୟବହାର କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ମୋବାଇଲ ଫୋନ କିମ୍ବା ଟେକ୍ସଟ ମେସେଜ ମାଧ୍ୟମରେ ଟ୍ରାକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?