Posted inଜାତୀୟ

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏବେ କେଉଁଠି ରହିବେ ଧନକର? କ୍ୱାର୍ଟର୍ସ ମିଳିବ କି ନାହିଁ ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୭: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଜଗଦୀପ ଧନକର ସରକାରୀ କ୍ୱାର୍ଟର୍ସ ପାଇବେ କି ନାହିଁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଧନକର ଗତ ବର୍ଷ ଏପ୍ରିଲରେ ସଂସଦ ଭବନ କମ୍ପ୍ଲେକ୍ସ ନିକଟ ଚର୍ଚ୍ଚ ରୋଡ୍‌ରେ ନବନିର୍ମିତ ଉପରାଷ୍ଟ୍ରପତି ଏନକ୍ଲେଭକୁ ସ୍ଥାନାନ୍ତରିତ ହୋଇଥିଲେ।

ଉପରାଷ୍ଟ୍ରପତିଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଥିବା ଏନକ୍ଲେଭ ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ଯୋଜନା ଅଧୀନରେ ନିର୍ମାଣ ହୋଇଥିଲା। ପ୍ରାୟ ୧୫ ମାସ ସେଠାରେ ରହିବା ପରେ ଧନକରଙ୍କୁ ଉପରାଷ୍ଟ୍ରପତି ଏନକ୍ଲେଭକୁ ଖାଲି କରିବାକୁ ପଡ଼ିବ। ଅଧିକାରୀ କହିଛନ୍ତି, ଧନକର ଲୁଟିୟନ୍ସ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଏକ ଟାଇପ୍‌ ୮ କ୍ୱାର୍ଟର୍ସ ପ୍ରଦାନ କରାଯିବ। ସାଧାରଣତଃ ବରିଷ୍ଠ କେନ୍ଦ୍ରମନ୍ତ୍ରୀ କିମ୍ବା ଜାତୀୟ ଦଳର ସଭାପତିଙ୍କୁ ଟାଇପ୍‌-୮ କ୍ୱାର୍ଟର୍ସ ଆବଣ୍ଟିତ କରାଯାଏ।

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ଧନଖର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହି ସମୟରେ କଂଗ୍ରେସ କହିଛି ଯେ, ଧନକରଙ୍କ ଇସ୍ତଫା ପଛରେ ତାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ବାସ୍ଥ୍ୟଗତ କାରଣ ବ୍ୟତୀତ ଆହୁରି ଗଭୀର କାରଣ ଅଛି। ସୋମବାର ରାତିରେ ଧନକରଙ୍କ ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେବା ଏହା ସ୍ବାସ୍ଥ୍ୟଗତ ନା ଅନ୍ୟ କିଛି ତାହା କଳ୍ପନାଜଳ୍ପନାକୁ ଆହୁରି ଖୋରାକ୍‌ ଯୋଗାଇଛି।

ସାଧାରଣତଃ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତି ପଦ ଛାଡ଼ିବା ସମୟରେ ତାଙ୍କୁ ପ୍ରଶଂସା କରାଯାଏ, କିନ୍ତୁ ଧନକରଙ୍କ କ୍ଷେତ୍ରରେ, ଶାସକ ମେଣ୍ଟ ପକ୍ଷରୁ ଏପରି କୌଣସି ପ୍ରତିକ୍ରିୟା ଦେଖାଯାଇ ନଥିଲା। ତଥାପି ବିରୋଧୀ ଦଳ ପକ୍ଷରୁ ଧନକରଙ୍କ ବିଷୟରେ ଭଲ କଥା କୁହାଯାଇଥିଲା। ଏହା ଭିନ୍ନ କଥା ଯେ, ଗତ ବର୍ଷ ବିରୋଧୀ ସଦସ୍ୟମାନେ ତାଙ୍କ କଥିତ ପକ୍ଷପାତିତା ପାଇଁ ଧନକରଙ୍କୁ ପଦରୁ ହଟାଇବା ପାଇଁ ଏକ ନୋଟିସରେ ସ୍ବାକ୍ଷର କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ, ଧନକରଙ୍କ ଇସ୍ତଫା ସହିତ, ଦେଶର ଦ୍ୱିତୀୟ ସର୍ବବୃହତ ସାମ୍ବିଧାନିକ ପଦବୀ ପାଇଁ ଏବେ ଏକ ନୂତନ ନିର୍ବାଚନ ହେବାକୁ ଯାଉଛି ଏବଂ ଏହି ପ୍ରକ୍ରିୟା ଅନେକ ରାଜନୈତିକ ସମୀକରଣକୁ ମଧ୍ୟ ପ୍ରଭାବିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?