Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ମକର ସଂକ୍ରାନ୍ତିରେ ପଡ଼େ ସୂର୍ଯ୍ୟଙ୍କ ପ୍ରଥମ କିରଣ

ସମଗ୍ର ଦେଶରେ ଗୁରୁବାର ମକର ସଂକ୍ରାନ୍ତି ଧୂମଧାମରେ ପାଳନ କରାଯାଉଛି। ଭାରତରେ ଏମିତି ଏକ ରାଜ୍ୟ ଅଛି, ଯେଉଁଠି ଥିବା ମନ୍ଦିରରେ ମକର ସଂକ୍ରାନ୍ତ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ। ଏହି ମନ୍ଦିର ମଧ୍ୟପ୍ରଦେଶର ଖରଗୋନ ଜିଲାରେ ରହିଛି।


ପ୍ରସିଦ୍ଧ ନବଗ୍ରହ ମନ୍ଦିର ପୂଜାରୀ ଲୋକେଶ ଜାଗିରଦାରଙ୍କ କହିବା ଅନୁସାରେ, ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ନବଗ୍ରହ ମନ୍ଦିରରେ ମୁଖ୍ୟ ହେଉଛନ୍ତି ସୂର୍ଯ୍ୟ। ଏଠାରେ ଗର୍ଭଗୃହରେ ସୂର୍ଯ୍ୟଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମୂର୍ତ୍ତିଙ୍କ ନିକଟରେ ଅନ୍ୟ ଗ୍ରହମାନେ ଅଛନ୍ତି।
ମାନ୍ୟତା ରହିଛି, ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ଉପାସନା କରାଯାଏ। ଏହି ଦିନ ସୂର୍ଯ୍ୟପୂଜା କଲେ ନବଗ୍ରହଙ୍କ କୃପା ମିଳିଥାଏ। ବର୍ଷସାରା ଗ୍ରହଶାନ୍ତିର ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।


ଜ୍ୟୋଜିଷ ଶାସ୍ତ୍ର ଅନୁଯାୟୀ ମନ୍ଦିରଟି ନିର୍ମାଣ କରାଯାଇଛି। ଏହା ଭିତରକୁ ପ୍ରବେଶ କରିବା ପାଇଁ ୭ଟି ଶିଡ଼ି ରହିଛି। ଏହି ଶିଡ଼ି ୭ ବାରର ପ୍ରତୀକ ଅଟେ। ଏହା ପରେ ବ୍ରହ୍ମା, ବିଷ୍ଣୁ ସ୍ବରୂପ ମା’ ସରସ୍ବତୀ, ଶ୍ରୀରାମ ଏବଂ ପଞ୍ଚମୁଖୀ ମହାଦେବଙ୍କ ଦର୍ଶନ ମିଳିଥାଏ। ପୁଣି ଗର୍ଭଗୃହକୁ ଯିବା ପାଇଁ ଆଉ ୧୨ଟି ଶିଡ଼ି ରହିଛି। ଯାହାକି ୧୨ ମାସର ପ୍ରତୀକ।

ଏହି ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ରାତି ୩ଟାରୁ ଲୋକଙ୍କ ଭିଡ଼ ଲାଗେ। ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଦେବଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମନ୍ଦିରର ଗୋଟିଏ ଦିଗରେ ୧୨ଟି ଶିଡ଼ି ରହିଛି। ଏହା ୧୨ ରାଶିର ପ୍ରତୀକ। ଏହି ପ୍ରକାରେ ୭ ବାର, ୧୨ ମାସ, ୧୨ ରାଶି ଏବଂ ନବଗ୍ରହଙ୍କୁ ନେଇ ମନ୍ଦିରଟି ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri