Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ମକର ସଂକ୍ରାନ୍ତିରେ ପଡ଼େ ସୂର୍ଯ୍ୟଙ୍କ ପ୍ରଥମ କିରଣ

ସମଗ୍ର ଦେଶରେ ଗୁରୁବାର ମକର ସଂକ୍ରାନ୍ତି ଧୂମଧାମରେ ପାଳନ କରାଯାଉଛି। ଭାରତରେ ଏମିତି ଏକ ରାଜ୍ୟ ଅଛି, ଯେଉଁଠି ଥିବା ମନ୍ଦିରରେ ମକର ସଂକ୍ରାନ୍ତ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ। ଏହି ମନ୍ଦିର ମଧ୍ୟପ୍ରଦେଶର ଖରଗୋନ ଜିଲାରେ ରହିଛି।


ପ୍ରସିଦ୍ଧ ନବଗ୍ରହ ମନ୍ଦିର ପୂଜାରୀ ଲୋକେଶ ଜାଗିରଦାରଙ୍କ କହିବା ଅନୁସାରେ, ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ନବଗ୍ରହ ମନ୍ଦିରରେ ମୁଖ୍ୟ ହେଉଛନ୍ତି ସୂର୍ଯ୍ୟ। ଏଠାରେ ଗର୍ଭଗୃହରେ ସୂର୍ଯ୍ୟଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମୂର୍ତ୍ତିଙ୍କ ନିକଟରେ ଅନ୍ୟ ଗ୍ରହମାନେ ଅଛନ୍ତି।
ମାନ୍ୟତା ରହିଛି, ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ଉପାସନା କରାଯାଏ। ଏହି ଦିନ ସୂର୍ଯ୍ୟପୂଜା କଲେ ନବଗ୍ରହଙ୍କ କୃପା ମିଳିଥାଏ। ବର୍ଷସାରା ଗ୍ରହଶାନ୍ତିର ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।


ଜ୍ୟୋଜିଷ ଶାସ୍ତ୍ର ଅନୁଯାୟୀ ମନ୍ଦିରଟି ନିର୍ମାଣ କରାଯାଇଛି। ଏହା ଭିତରକୁ ପ୍ରବେଶ କରିବା ପାଇଁ ୭ଟି ଶିଡ଼ି ରହିଛି। ଏହି ଶିଡ଼ି ୭ ବାରର ପ୍ରତୀକ ଅଟେ। ଏହା ପରେ ବ୍ରହ୍ମା, ବିଷ୍ଣୁ ସ୍ବରୂପ ମା’ ସରସ୍ବତୀ, ଶ୍ରୀରାମ ଏବଂ ପଞ୍ଚମୁଖୀ ମହାଦେବଙ୍କ ଦର୍ଶନ ମିଳିଥାଏ। ପୁଣି ଗର୍ଭଗୃହକୁ ଯିବା ପାଇଁ ଆଉ ୧୨ଟି ଶିଡ଼ି ରହିଛି। ଯାହାକି ୧୨ ମାସର ପ୍ରତୀକ।

ଏହି ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ରାତି ୩ଟାରୁ ଲୋକଙ୍କ ଭିଡ଼ ଲାଗେ। ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଦେବଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମନ୍ଦିରର ଗୋଟିଏ ଦିଗରେ ୧୨ଟି ଶିଡ଼ି ରହିଛି। ଏହା ୧୨ ରାଶିର ପ୍ରତୀକ। ଏହି ପ୍ରକାରେ ୭ ବାର, ୧୨ ମାସ, ୧୨ ରାଶି ଏବଂ ନବଗ୍ରହଙ୍କୁ ନେଇ ମନ୍ଦିରଟି ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?