ଶେଷ କେଉଁଠି

ବ୍ରହ୍ମ ଚେଲାନି

ଆମେରିକା ଲଜ୍ଜାଜନକ ଭାବେ ଆଫଗାନିସ୍ତାନ ଛାଡି ତାହାକୁ ତାଲିବାନ୍‌ଙ୍କ ହାତରେ ଟେକିଦେଲା। ଏହା ପରଠାରୁ ଆଫଗାନିସ୍ତାନ ନିମ୍ନଗାମୀ ହୋଇଛି । ସେଠାରେ ଏକ ମଧ୍ୟଯୁଗୀୟ ଶାସନ ଚାଲିଛି। ଜେହାଦୀ ଓ ସନ୍ତ୍ରାସବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା ଆକଳନ କରିଥିଲେ ତାହା ବି ସ୍ପଷ୍ଟ ହୋଇଛି। ଆମେରିକା ଏହାର ଆଫଗାନ ମେଣ୍ଟକୁ ଧୋକା ଦେଇଛି ଓ ଏଥିପାଇଁ ଆଗକୁ ଦୀର୍ଘସମୟ ଧରି ତା’ଭୁଲ୍‌ର ପରିଣାମ ଭୋଗିବାକୁ ପଡ଼ିବ। କିନ୍ତୁ ଆଫଗାନଙ୍କୁ ଯେଭଳି ବହୁମୂଲ୍ୟ ଦେବାକୁ ପଡ଼ିଲା ତାହା ଅନ୍ୟ କେହି ଦେଇପାରିବେ ନାହିଁ। ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଆଫଗାନିସ୍ତାନରୁ ଆମେରିକା ଛାଡ଼ିବାର ନିଷ୍ପତ୍ତି ନେଇଥିତ୍ଲେ। ଏଭଳି ଅପମାନଜନକ ପ୍ରତ୍ୟାବର୍ତ୍ତନ ଦ୍ୱାରା ତା’ର ଭୂରାଜନୈତିକ ଶକ୍ତି ପ୍ରଭାବିତ ହେବାରେ ଲାଗିଛି। ଏହା ବି ଆମେରିକାକୁ କମ୍‌ ଶକ୍ତିଶାଳୀ ଭାବେ ପ୍ରଦର୍ଶିତ କରିଛି। ଫଳରେ ସବୁଆଡେ ଇସ୍‌ଲାମ ସନ୍ତ୍ରାସବାଦକୁ ଅତ୍ୟଧିକ ପ୍ରୋତ୍ସାହନ ମିଳିବା ସହ ରୁଷିଆ ଓ ଚାଇନାର ସାହାସ ଏବଂ ଆମ୍ବବିଶ୍ୱାସ ବଢାଉଛି। ଏବେ କିନ୍ତୁ ଆଫଗାନିସ୍ତାନରେ ଅବସ୍ଥା ଶୋଚନୀୟ ହୋଇଛି। ମହିଳା ଏବଂ ଝିଅମାନେ ସେମାନଙ୍କ ନିଯୁକ୍ତି ଓ ଶିକ୍ଷା ସମ୍ପର୍କିତ ସବୁ ଅଧିକାର ହରାଇଛନ୍ତି। ଅନେକ ଝିଅ ବାଧ୍ୟବାଧକତାରେ ତାଲିବାନ୍‌ ଫାଇଟର୍‌ମାନଙ୍କୁ ବିବାହ କରି ଯୌନ ଦାସୀ ପାଲଟିଛନ୍ତି। ଆମେରିକା ସେନାକୁ ସହଯୋଗ କରିଥିବା ଲୋକମାନଙ୍କୁ ଚିହ୍ନଟ କରି ତାଲିବାନ୍‌ ସେନା ହତ୍ୟା କରୁଛନ୍ତି।
ଆଫଗାନିସ୍ତାନ ସରକାରଙ୍କ କ୍ୟାବିନେଟ୍‌ରେ ଅନ୍ତଃରାଷ୍ଟ୍ରୀୟ ସନ୍ତ୍ରାସବାଦୀ ଏବଂ ମୁଖ୍ୟ ନିଶାବେପାରୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ହକ୍କାନି ନେଟଓ୍ବର୍କର କଠୋର ନେତା ତଥା ଆଫ୍‌ଗାନିସ୍ତାନର ଆନ୍ତଃ ସୁରକ୍ଷା ଦାୟିତ୍ୱରେ ଥିବା ସିରାଜୁଦ୍ଦିନ ହକ୍କାନିଙ୍କୁ ଆମେରିକା ଅନ୍ତର୍ଜାତୀୟ ସନ୍ତ୍ରାସବାଦୀ ଭାବେ ନାମିତ କରିଛି ଓ ତାଙ୍କ ମୁଣ୍ଡ ପାଇଁ ୧୦ ମିଲିୟନ ଡଲାର ଘୋଷଣା କରିଛି। ନିଃସନ୍ଦେହ ଯେ, ତାଲିବାନ୍‌ ଜଣାଶୁଣା ସନ୍ତ୍ରାସବାଦୀଙ୍କୁ ତା’ଦେଶରେ ଆଶ୍ରୟ ଦେଇଆସୁଛି। ନିକଟରେ ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ଅଲକାଏଦାର ନେତା ଅୟମାନ ଅଲ୍‌ ଜଓ୍ବାହିରିଙ୍କୁ କେନ୍ଦ୍ର କାବୁଲରେ ହତ୍ୟା କଲା। ବର୍ଷେ ପୂର୍ବେ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ଦେବାବେଳେ ବାଇଡେନ୍‌ ଦାବି କରିଥିଲେ ଯେ, ଅଲକାଏଦା ଶେଷ ହୋଇଯାଇଥିବାରୁ ଆଫଗାନିସ୍ତାନରେ ଆମେରିକାର ଆଉ କୌଣସି ସ୍ବାର୍ଥ ନାହିଁ। କିନ୍ତୁ କିଛି ସପ୍ତାହ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ଏକ ରିପୋଟ ଦର୍ଶାଇଥିଲା ଯେ, ଅଲକାଏଦା ସନ୍ତ୍ରାସବାଦୀମାନେ ତାଲିିବାନ୍‌ ସହଯୋଗୀଙ୍କ ସହ ମିଶିି ଲଢ଼େଇ କରୁଥିଲେ।
ଆମେରିକା ଅବ୍ୟବସ୍ଥିତ ଭାବେ ଆଫଗାନିସ୍ତାନ ଛାଡି ଆସିବା ବେଳେ ସେଠାରେ ୭.୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଛାଡ଼ିଆସିଥିଲା। ଏହା ଯୋଗୁ ଆଫଗାନିସ୍ତାନ ଓ ତା’ପଡ଼ୋଶୀମାନଙ୍କ ଉପରେ ବିପଦ ଘନୀଭୂତ ହେଉଛି। ନିକଟରେ ପେଣ୍ଟାଗନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସେହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଫେରାଇ ଆଣିବା କିମ୍ବା ନଷ୍ଟ କରିବା ପାଇଁ ଆମେରିକାର କୌଣସି ଯୋଜନା ନହିଁ। ଏହା ବ୍ୟତୀତ ଉକ୍ତ ରିପୋର୍ଟ ଦର୍ଶାଇଛି ଯେ, ନଷ୍ଟ ହୋଇଯାଇଥିବା ଆଫ୍‌ଗାନ ବାୟୁସେନା ବିମାନକୁ ତାଲିବାନ ମରାମତି କରି ଏହାର କ୍ଷମତା ବଢ଼ାଇବା ସହ ସେଗୁଡ଼ିକୁ ଆକ୍ରମଣରେ ଲଗାଇବା ଲକ୍ଷ୍ୟରେ ରହିଛି। ସଂକ୍ଷେପରେ କହିବାକୁ ଗଲେ ଜେନେରାଲମାନଙ୍କୁ ଅଣଦେଖା କରି ସେପ୍ଟେମ୍ବର ୧୧ ଆକ୍ରମଣର ମାସେ ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ପ୍ରତ୍ୟାବର୍ତ୍ତନ କରିବାର ବାଇଡେନ୍‌ଙ୍କ ନିଷ୍ପତ୍ତି ଏକ ସୁରକ୍ଷା ଓ ମାନବୀୟ ସଙ୍କଟ ସୃଷ୍ଟି କରିଛି। ଆଫଗାନିସ୍ତାନରେ ବିଦେଶ ନୀତିରେ କରିଥିବା ମୂର୍ଖତାପୂର୍ଣ୍ଣ ଭୁଲ୍‌ର ପରିଣାମ କୌଣସି ପ୍ରକାରେ ଶେଷ ହେବ ନାହିଁ।
କାବୁଲ ପତନ ପରେ ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ଘୋଷଣା କରିଥିଲେ ଯେ, ତାଲିବାନ୍‌ ନେତୃତ୍ୱାଧୀନ ସରକାରଙ୍କ ସହ ଆମେରିକାର ସମ୍ପର୍କ ଉପରେ ଭବିଷ୍ୟତରେ ବିଚାର କରାଯିବ। ସେ କହିଥିଲେ ଯେ,ମହିଳାମାନଙ୍କ ଅଧିକାର ବଳବତ୍ତର ରହିବା, ମାନବୀୟ ସହାୟତା ଯୋଗାଇ ଦେବା ଏବଂ ସନ୍ତ୍ରାସବାଦ ବିରୋଧୀ କାର୍ଯ୍ୟ ଆରମ୍ଭ କରିବା ସହ ଆଗକୁ ଆମେରିକାର ସ୍ବାର୍ଥ ପାଇଁ ତାଳିବାନ ସରକାର ସାହାଯ୍ୟ କଲେ ଏହା କରାଯିବ ।
ଯଦିଓ ତାଲିବାନ ଏହି ତିନୋଟି ପ୍ରସଙ୍ଗରେ ବିଫଳ ହୋଇଛି, ତଥାପି ବାଇଡେନ୍‌ ପ୍ରଶାସନ ତାଲିବାନ ଶାସନ ଉପରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଧୀରେ ଧୀରେ କୋହଳ କରୁଛନ୍ତି। ଜାତିସଂଘରେ ଆମେରିକା ନେତୃତ୍ୱରେ ଆଫଗାନିସ୍ତାନ ଉପରେ ଲଗାଯାଇଥିବା କଟକଣାଗୁଡ଼ିକୁ ମାନବୀୟ ଦୃଷ୍ଟିକୋଣରୁ ଛାଡ଼ କରିବାକୁ ଏକ ପ୍ରସ୍ତାବ ଆଣିଛି। ମାନବୀୟ ସହାୟତା ନିୟମକୁ ସୁଗମ କରିବା ଲକ୍ଷ୍ୟରେ ୟୁଏସ୍‌ ଟ୍ରେଜେରି ଡିପାର୍ଟମେଣ୍ଟସ୍‌ ଜେନେରାଲ ଲାଇସେନ୍ସ ଏବେ ତାଲିବାନ ଏବଂ ହକ୍କାନି ନେଟଓ୍ବର୍କ ସହ ଜଡ଼ିତ ଆର୍ଥିକ କାରବାରକୁ ଅନୁମତି ଦେଇଛି। କେବଳ ଏତିକି ନୁହେଁ ଆଫଗାନ ସେଣ୍ଟ୍ରାଲ ବ୍ୟାଙ୍କରେ ଗଚ୍ଛିତ ୩.୫ ବିଲିୟନ ଡଲାର ରିଲିଜ କରିବାକୁ ନେଇ ଏବେ ଆମେରିକା ତାଲିବାନ ସହ ବୁଝାମଣା କରୁଛି। ଏହି ସମୟରେ କାବୁଲରେ ହକ୍କାନି ଓ ଅନ୍ୟ ଆଗୁଆ ସନ୍ତ୍ରାସବାଦୀଙ୍କ ଉପରେ ଆକ୍ରମଣ କରିବାକୁ ବି ମନା କରିଛି।
ତେବେ ଏହି ଘଟଣା ପରେ ଆମେରିକାର ୧୮ଟି ପ୍ରମୁଖ ଅଣ ନାଟୋ ମେଣ୍ଟ ମଧ୍ୟରେ ଥିବା ପାକିସ୍ତାନ ଅଲ ଜଓ୍ବାହିରିକୁ ହତ୍ୟା କରିଥିବା ଡ୍ରୋନ ପାଇଁ ତା ବାୟୁସୀମା ଖୋଲିବାକୁ ନେଇ ଆମେରିକା ଏବେ ପାକିସ୍ତାନକୁ କି ପୁରସ୍କାର ଦେବ? ଏହା ସତ୍ୟ ଯେ, ପାକିସ୍ତାନ ତାଲିବାନ୍‌କୁ ପାଳିପୋଷି ଶକ୍ତ କରି ଆଫଗାନିସ୍ତାନରେ ଆମେରିକାର ପରାଜୟ ପାଇଁ ଗୁପ୍ତରେ କାର୍ଯ୍ୟ କରିଥିଲା। କିନ୍ତୁ ଏବେ ଏକ ଋଣ ଖିଲପୀ ଟାଳିବା ଲାଗି ଯଥାଶୀଘ୍ର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଋଣ ନେବା ଲାଗି ଚାହଁୁଛି। ସେହିଭଳି ଆତଙ୍କବାଦୀଙ୍କୁ ଶରଣ ଦେବା, ଏକ ଦମନକାରୀ ଓ ହିଂସାମତ୍କ ଦେଶ ଗଠନ କରୁଥିବା ସତ୍ତ୍ୱେ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ରାଶି ତାଲିବାନଙ୍କୁ ଦେବା ଲାଗି ଆମେରିିକା ତା’ କାର୍ଯ୍ୟ ଜାରିି ରଖିବ କି? ଆଫଗାନିସ୍ତାନରେ ଇସ୍‌ଲାମିକ୍‌ ଷ୍ଟେଟ ଖୋରାସାନ(ଆଇଏସ୍‌ଆଇଏସ୍‌-କେ)ପକ୍ଷରୁ ସବୁଠୁ ବଡ଼ ବିପଦ ରହିଛି ବୋଲି ନିର୍ଦ୍ଦିଷ୍ଟ ଭାବେ ଜୋର୍‌ ଦେଇ ବାଇଡେନ ପ୍ରଶାସନ ତାଲିବାନ ସହ ତା’ସମ୍ପର୍କକୁ ସୁରକ୍ଷିତ ରଖୁଛି। କିନ୍ତୁ ଆଇଏସ୍‌ଆଇଏସ୍‌- କେର ପ୍ରାୟତଃ କମ୍‌ ସଦସ୍ୟ ରହିଛନ୍ତି। ତା’ର କୌଣସି ଦେଶ କିମ୍ବା ଆଫଗାନ ମେଣ୍ଟଗୁଡ଼ିକ ଦ୍ୱାରା ପ୍ରାୟୋଜିତ ନୁହେଁ । ଏହା ମଧ୍ୟ କୌଣସି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିନାହିଁ।
ବାଇଡେନ ପ୍ରଶାସନ ସ୍ପଷ୍ଟ ଭାବେ ତାଲିବାନ ସହ ଲାଭ ପାଇଁ ଏକ ପ୍ରକାର ନୈତିକତାହୀନ ବୁଝାମଣା ପାଇଁ ପ୍ରତିବଦ୍ଧ ଥିବା ଜଣାପଡ଼ୁଛି। ତେବେ ଏହାର ଶେଷ କେଉଁଠି? ତାଲିବାନଙ୍କ ରାଜନୈତିକ କ୍ଷମତା ଏବଂ ଇସଲାମିକ ବିଚାରଧାରା ଅନ୍ତର୍ଜାତୀୟ ଜେହାଦୀ ଅଭିଯାନରେ ସେମାନଙ୍କ ସମ୍ପୃକ୍ତିକୁ ଜଟିଳ ରୂପ ଦେଉଛି। ଆଫଗାନିସ୍ତାନ ଅନ୍ତଃରାଷ୍ଟ୍ରୀୟ ସନ୍ତ୍ରାସବାଦ, ନିଶା ଚେରାଚାଲାଣର ଚରାଭୂଇଁ ପାଲଟିଛି ଏବଂ ଗଣପଳାୟନ ଏହା ପାଇଁ ବିପଦ ସୃଷ୍ଟିକରୁଛି। ଏଣୁ ତା’ ସହ ସମ୍ପର୍କ କେବେ ବି ନ୍ୟାୟସଙ୍ଗତ ନୁହେଁ। ଆଫଗାନିସ୍ତାନ ଛାଡ଼ି ଚାଲିଆସି ବାଇଡେନ୍‌ ପ୍ରଶାସନ ବିଶ୍ୱସାରା ରହିଥିବା ଇସ୍‌ଲାମିକ ସନ୍ତ୍ରାସବାଦୀଙ୍କ ହାତରେ ସେମାନଙ୍କର ବୃହତ୍‌ ବିଜୟକୁ ଟେକିଦେଇ ଆସିଲା। କିନ୍ତୁ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇନାହିଁ। ତାଲିବାନ୍‌ ନେତା ମୁଲ୍ଲା ହବିବୁଲ୍ଲା ଅଖୁନ୍ଦଜାଦ ନିକଟରେ ଘୋଷଣା କରିଥିଲେ ଯେ, ଏହି ଯୁଦ୍ଧ କେବେ ବି ଶେଷ ହେବ ନାହିଁ, ଏହା ସଂସାରର ଶେଷ ଦିନ ଯାଏ ଚାଲୁରହିବ।
ପ୍ରଫେସର, ଷ୍ଟ୍ରାଟେଜିକ ଷ୍ଟଡିଜ୍‌
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ( ନୂଆଦିଲ୍ଳୀ)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri