କାହିଁ ସେ ବସନ୍ତ

ବସନ୍ତରେ ଏବେ ଅନୁଭବ ହେଉଛି ଗ୍ରୀଷ୍ମର ଗୁଳୁଗୁଳି। ଅଧିକ ଖରା ଏବଂ ଗରମ ଅଧିକାଂଶଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ପ୍ରତିକୂଳ ପ୍ରଭାବ, ଯାହାକୁ ଦୂର କରି ଏଦିନେ ଫିଟ୍‌ ରହିବା ଲାଗି କେତେକ ଦିଗ ପ୍ରତି ସତର୍କ ରହିବା ଗୁରୁତ୍ୱପୂର୍ଣ୍ଣ…

ଆଉ ବସନ୍ତରେ ନାହିଁ ସେ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା ବୃଦ୍ଧି ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାଜିଲାଣି ଚିନ୍ତାର କାରଣ। ଏମିତିରେ ଶରୀରକୁ ସୁସ୍ଥ ରଖିବା ଲାଗି ବିଭିନ୍ନ ଦିଗ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ…
ଶରୀର ପ୍ରତି ରୁହନ୍ତୁ ଯତ୍ନବାନ୍‌: ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଇଥାଏ। ହେଲେ ବର୍ତ୍ତମାନ ଗରମ ବଢ଼ି ଯାଇଥିବାରୁ ପାଣି ପିଇବା ମାତ୍ରା ବଢ଼ାଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଶରୀରରେ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେଶନ୍‌ ବା ଶରୀର ଶୁଷ୍କ ହୋଇଯିବା ଦ୍ବାରା ଅଂଶୁଘାତର ଆଶଙ୍କା ବୃଦ୍ଧି ପାଇଥାଏ। ତା’ ଛଡ଼ା କମ୍‌ ପାଣି ପିଇଲେ ସୂର୍ଯ୍ୟକିରଣରେ ଥିବା ଅଲ୍‌ଟ୍ରା ଭାଓଲେଟ୍‌ ରଶ୍ମି ଶରୀରର ଉତ୍ତାପକୁ ବଢ଼ାଇ ଦେଇଥାଏ। ଫଳରେ ଅନେକଙ୍କଠାରେ ବାନ୍ତି, ମୁଣ୍ଡବିନ୍ଧା, ଝାଡ଼ା, ନିମ୍ନ ରକ୍ତଚାପ ଆଦି ସମସ୍ୟା ଦେଖାଦିଏ ଏବଂ ରୋଗୀ ଅଚେତ ହୋଇ ପଡ଼ିଯାଏ। ମାନସିକ ଅସନ୍ତୁଳନ ସହ ମୁଣ୍ଡ ବୁଲାଇ ଦେଇଥାଏ ା ଶରୀରରୁ ଜଳୀୟ ଅଂଶ କମିଯାଇ ପରିସ୍ରାପୋଡ଼ା ସହ ପରିସ୍ରା ସଂକ୍ରମଣ ବେଶି ହୋଇଥାଏ। ଏହାଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିଥାଏ ଏବଂ କିଡ୍‌ନୀ ଫେଲ୍ୟୁଅର ହେବା ଆଶଙ୍କା ବଢ଼ିଯାଏ। ଅଧିକାଂଶ ଯୁବତୀଯୁବକ ଗରମରେ ଆଇସ୍‌କ୍ରିମ୍‌, ଚୁସ୍କି, କୋଲ୍ଡ ଡ୍ରିଙ୍କ୍ସ ଭଳି ଥଣ୍ଡା ଖାଦ୍ୟ ଓ ପାନୀୟ ଅଧିକ ପରିମାଣରେ ଖାଉଥିବା ଦେଖିବାକୁ ମିଳେ। ହେଲେ ଏଦିନେ ଶରୀରର ତାପମାତ୍ରା ଅଧିକ ଥିବାରୁ ହଠାତ୍‌ ଏଭଳି ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇ ଥଣ୍ଡା, କାଶ, ଥ୍ରୋଟ୍‌ ବା ଗଳା ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ଏସବୁ ସମସ୍ୟା ନ ଉପୁଜିବା ଲାଗି ଦିନକୁ ଅତି କମ୍‌ରେ ୪ ଲିଟରରୁ ଊଦ୍ଧର୍‌ବ ପାଣି ପିଅନ୍ତୁ, ଲସି, ସର୍ବତ, ପଇଡ଼ପାଣି, ସୁରେଇ, ମାଠିଆ ପାଣି, ଲେମ୍ବୁ ସରବତ, ଘୋଳଦହି, ଲୁଣମିଶା ତୋରାଣି, ବେଲପଣା, ଜୁସ୍‌, ଆଖୁରସ ଆଦି ମଧ୍ୟ ପିଅନ୍ତୁ।
ସୁଷମ ଖାଦ୍ୟ ରଖିବ ଫିଟ୍‌: ଆଜିର ଯୁବପିଢ଼ି ସନ୍ତୁଳିତ ଖାଦ୍ୟ ପରିବର୍ତ୍ତେ ଫାଷ୍ଟଫୁଡ୍‌, ତେଲମସଲାଯୁକ୍ତ ଖାଦ୍ୟ ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟ ଅଧିକ ଖାଇବାକୁ ପସନ୍ଦ କରୁଛନ୍ତି। ହେଲେ ବର୍ତ୍ତମାନ ଗରମରେ ଝାଳ ଅଧିକ ହେଉଥିବାରୁ ଶରୀରରୁ ସ୍ନେହସାର, ଖଣିଜ ଲବଣ ଓ ଜଳୀୟ ଅଂଶ ନଷ୍ଟ ହୋଇ ଅତିରିକ୍ତ ତାପ ହଜମକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟ ସହଜରେ ହଜମ ହୋଇ ନ ଥାଏ ଏବଂ ଅମ୍ଳ ବା ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେଣୁ ଏଦିନେ ଏଭଳି ଖାଦ୍ୟ ଖାଇବା ଅନୁଚିତ। ତା’ଛଡ଼ା ଏସବୁ ଖାଦ୍ୟ ବେଶି ସମୟ ରହୁଥିବାରୁ ଜୀବାଣୁ ସଂକ୍ରମଣ ହୋଇ ଫୁଡ୍‌ ପଏଜନିଂ କରାଇଥାଏ। ଫଳରେ ଝାଡ଼ା, ବାନ୍ତିର ଆଶଙ୍କା ବଢ଼ିଯାଏ। ତେଣୁ ଏଦିନେ ଏସବୁ ଖାଦ୍ୟ ପରିବର୍ତ୍ତେ ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ। ପଖାଳ ଏଦିନେ ସବୁଠାରୁ ଭଲ। ଏଦିନେ କାକୁଡ଼ି, ତରଭୁଜ ଭଳି ଋତୁଭିତ୍ତିକ ଫଳ ଅଧିକ ଖାଆନ୍ତୁ।
ତ୍ୱଚାକୁ ଦିଅନ୍ତୁ ସୁରକ୍ଷା: ଖରା ପ୍ରଖର ହେଲେ ଅନେକଙ୍କଠାରେ ସନ୍‌ଟ୍ୟାନ୍‌ ଏବଂ ସ୍କିନ୍‌ ଆଲର୍ଜି ଦେଖାଦିଏ। କେବଳ ଏତିକି ନୁହେଁ, ଝାଳ ଲାଗି ଘିମିରି ଏବଂ ଅନ୍ୟାନ୍ୟ ଚର୍ମରୋଗ ମଧ୍ୟ ଦେଖାଦେଇଥାଏ। ତେଣୁ ଏଦିନେ ସିନ୍ଥେଟିକ୍‌ ଲୁଗା ବ୍ୟବହାର ନ କରି ଶରୀରରେ ବାୟୁ ଚଳାଚଳ ପାଇଁ ସୂତାଲୁଗା ବ୍ୟବହାର କରନ୍ତୁ ା ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ବାହାରକୁ ଯିବା ନିହାତି ଜରୁରୀ ହେଲେ ମୁଣ୍ଡକୁ ଓଦା କପଡ଼ାରେ ଗୁଡ଼ାଇ, ଛତା, ଜୋତା, ଗ୍ଲୋବ୍‌ସ ଓ କଳା ଚଷମା ବ୍ୟବହାର କରନ୍ତୁ ଏବଂ ସାଙ୍ଗରେ ପାଣି ନିଅନ୍ତୁ। ଟ୍ୟାନିଂ ନ ହେବା ଲାଗି ସନ୍‌ସ୍କ୍ରିନ୍‌ ଲୋଶନ୍‌ ବ୍ୟବହାର କରନ୍ତୁ। ଚନ୍ଦନ- ହଳଦୀ ପ୍ୟାକ୍‌ ଲଗାନ୍ତୁ। ଏହା ସହ ଲିମ୍ବପତ୍ର ବାଟି ଲଗାଇଲେ ଘିମିରି ଏବଂ ଅନ୍ୟାନ୍ୟ ତ୍ୱଚା ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri