ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି, ପଢୁଛନ୍ତି, ବିଭିନ୍ନ ପ୍ରକାର କଳାତ୍ମକ ଏବଂ କ୍ରିୟାତ୍ମକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲା ଏଇଥିପାଇଁ ଯେ ଯେଉଁ କାମଗୁଡ଼ିକ ଆମେ ମା’ବାପା ହିସାବରେ ପିଲାଙ୍କ ପଛରେ ଗୋଡେଇ ଗୋଡେଇ କରିବାକୁ କହୁଛୁ, ସେଗୁଡିକୁ ବିନା କାହା ସାହାଯ୍ୟ ଓ ନିର୍ଦ୍ଦେଶରେ ସେମାନେ ସହଜରେ କରିପାରୁଛନ୍ତି। ନିଜ ପାଇଁ ଗୋଟିଏ ଭିନ୍ନ ଦୁନିଆ ଗଢ଼ି, ତା’ରି ଭିତରେ ଖୁବ୍‌ ଖୁସିରେ ଅଛନ୍ତି ସେମାନେ। ଭବିଷ୍ୟତରେ ସୁବିଧା ହେବ ବୋଲି ପାଠପଢା ସହ କିଛି ଧନ୍ଧାମୂଳକ ଶିକ୍ଷା ସେମାନଙ୍କୁ ଦିଆଯାଉଛି। ଖାଇବା, ପିନ୍ଧିବା, କୌଣସି ଜିନିଷ ବ୍ୟବହାର କରିବା; ସବୁଥିରେ ସେମାନେ ସନ୍ତୁଷ୍ଟ। କିଛି ସମୟ ସେମାନଙ୍କ ସହ କଥାବାର୍ତ୍ତା ହେବା ପରେ ପଚାରିଲି, ” ପିଲାମାନେ, ତୁମମାନଙ୍କୁ ତ ଏଠି ସବୁ ମିଳିଯାଉଛି। ତୁମେମାନେ ଖୁବ୍‌ ଖୁସିରେ ଅଛ। ହେଲେ କୁହ ତ, ଏମିତି କିଛି ଅଛି କି ଯାହା ତୁମମାନଙ୍କୁ ଠିକ୍‌ ନୁହେଁ ଭଳି ଲାଗୁଛି? କହିବାର ଅର୍ଥ, ଆଉ କିଛି ସୁବିଧା, ଯାହା ତୁମେମାନେ ଚାହୁଁଛ ଯେ ଏଠାରେ ତୁମକୁ ମିଳିବା ଦରକାର?“
କିଛି ସମୟ ପରେ ପିଲାଟିଏ କହିଲା, ”ଏଠାରେ ସବୁ ଠିକ୍‌ ଅଛି, ହେଲେ ଆମ ପାଇଁ ଯଥେଷ୍ଟ ପରିମାଣରେ ବହି ନାହିଁ। ଆମେ ପଢିବାକୁ ଇଚ୍ଛା କରି ମଧ୍ୟ ପଢ଼ିପାରୁନାହୁଁ। ଦଶମ, ଦ୍ୱାଦଶ ଯାଏ ଠିକ୍‌ ଥିଲା, କିନ୍ତୁ ତା’ ପରେ ବହି ମିଳିବା କଷ୍ଟକର, ତେଣୁ ଆମେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛୁ। ମନଲାଖି ପଢା ବହି ଆମ ଭାଷାରେ ଛପା ହେଉନାହିଁ, ତେଣୁ କେବଳ ଶୁଣି ଶୁଣି ମନେ ରଖିବାକୁ ହେଉଛ।“ ଦୁଃଖ ଲାଗିଲା ଯେ ଦୃଷ୍ଟିଶକ୍ତି ହରେଇ ମଧ୍ୟ ପଢ଼ିବା ପାଇଁ ଏମାନଙ୍କ ଭିତରେ ଏତେ ଆଗ୍ରହ ଓ ଉତ୍ସାହ; ହେଲେ ସତେ ତ ଏମାନଙ୍କ ପାଇଁ ଏତେ ସଂଖ୍ୟାରେ ବହି କାହିଁ?
ଆମ ରାଜ୍ୟରେ ଦୃଷ୍ଟିହୀନ ପିଲାଙ୍କ ଶିକ୍ଷା ଏବଂ ତାଲିମ ପ୍ରଦାନ ନିମନ୍ତେ ସରକାରୀ ସ୍ତରରେ ୧୮ ଟି ସ୍ବତନ୍ତ୍ର ବିଦ୍ୟାଳୟ ରହିଛି। ରାଜ୍ୟ ସରକାର ଉଚ୍ଚଶିକ୍ଷା ସ୍ତରରେ ଜାତୀୟ ଶିକ୍ଷାନୀତି – ୨୦୨୦ ଅନୁମୋଦନ କରିବାକୁ ଯାଉଛନ୍ତି; ତଥାପି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡିକରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷା ସମସ୍ୟା ଦୂର ହୋଇନାହିଁ। ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ବ୍ୟବସ୍ଥା କରିଛନ୍ତି। ଏଣୁ ଦୃଷ୍ଟିବାଧିତ ପିଲାମାନେ ତାଙ୍କ ସକ୍ଷମ ବିଦ୍ୟାର୍ଥୀଙ୍କ ତୁଳନାରେ ପଛରେ ପଡିଯାଉଛନ୍ତି। ସେମାନଙ୍କ ପାଖରେ ପାଠ୍ୟକ୍ରମ ଅନୁଯାୟୀ ଯଥେଷ୍ଟ ସଂଖ୍ୟକ ବ୍ରେଲି ଅକ୍ଷର ଲିଖିତ ପାଠ୍ୟପୁସ୍ତକ ନାହିଁ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ରେଲି ପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚ୍‌ଡି ଭଳି ଉଚ୍ଚଶିକ୍ଷା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ନିମିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ବ୍ରେଲି ପୁସ୍ତକ, ଯେଉଁଥିରୁ ସେମାନେ ବଞ୍ଚିତ ହେଉଛନ୍ତି।
ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ପିଲାମାନେ ପରବର୍ତ୍ତୀ ଶିକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା ଭାବରେ ପାଠ୍ୟକ୍ରମ ଅନ୍ତର୍ଗତ ବିଷୟବସ୍ତୁ ଇଣ୍ଟରନେଟ୍‌ରୁ ଡାଉନଲୋଡ୍‌ କରୁଛନ୍ତି। ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଇ- ସ୍ନାତକୋତ୍ତର ପାଠଶାଳାରୁ ପଠନ ବିଷୟବସ୍ତୁ ସଂଗ୍ରହ କରାଯାଇ ତାକୁ ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ‘କୁର୍ଜୱେଲ’ ସାହାଯ୍ୟରେ ଶ୍ରବଣଯୋଗ୍ୟ ବିଷୟବସ୍ତୁକୁ ରୂପାନ୍ତରିତ କରାଯାଉଛି। ମାତ୍ର ସମସ୍ତ ଆବଶ୍ୟକ ବହି, ଅଧ୍ୟାୟ ଓ ବିଷୟ ଉପରେ ଅନ୍‌ଲାଇନ ପିଡିଏଫ୍‌ ଉପଲବ୍ଧ ହେଉନାହିଁ ଅଥବା ଉପଲବ୍ଧ ହେଲେ ମଧ୍ୟ ତାକୁ ଖୋଜି ପିଲାଙ୍କୁ ଯୋଗାଇବା କଷ୍ଟକର ଏବଂ ସମୟ- ସାପେକ୍ଷ ହେଉଛି।
ଓଡ଼ିଶାର ଅଧିକାଂଶ ଦୃଷ୍ଟିହୀନ ଛାତ୍ରୀଛାତ୍ର କଳା ବିଭାଗରେ ପଢ଼ନ୍ତି। ବିଜ୍ଞାନ ବିଭାଗ ପାଇଁ ଏହି ସଂଖ୍ୟା ଶୂନ ହୋଇଥିବା ବେଳେ ବାଣିଜ୍ୟ ବିଭାଗରେ ହାତଗଣତି କିଛି ବିଦ୍ୟାର୍ଥୀ ଅଛନ୍ତି। ସ୍ନାତକ, ସ୍ନାତକୋତ୍ତର ଏବଂ ତା’ଠାରୁ ଉପରେ ଉଚ୍ଚଶିକ୍ଷାରେ କେତେ ସଂଖ୍ୟାରେ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ଅଛନ୍ତି ତା’ର ହିସାବ ଉଚ୍ଚଶିକ୍ଷା ବିଭାଗ ପାଖରେ ମଧ୍ୟ ନାହିଁ। ଦୃଷ୍ଟିହୀନ ବିଦ୍ୟାର୍ଥୀ ସଂଘ ଅନୁଯାୟୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୨୦୦ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୦ ଜଣ ଦୃଷ୍ଟିହୀନ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି, ଯଦିଓ ବ୍ରେଲି ପ୍ରିଣ୍ଟିଂ ସୁବିଧା କେବଳ ରେଭେନ୍‌ଶାରେ ରହିଛି। ବ୍ରହ୍ମପୁରସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲି ଛାପାଖାନା କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ଯୋଗାଇବାକୁ ସକ୍ଷମ । ଏଥିରୁ ଅନୁମାନ କରାଯାଇପାରିବ ସେହି ଦୃଷ୍ଟିବାଧିତଙ୍କର ଭବିଷ୍ୟତ କେଉଁ ଦିଗକୁ ଗତି କରୁଛି।
ସାମାଜିକ କର୍ମୀଙ୍କ ମୁତାବକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ବିଚାରଯୋଗ୍ୟ ସଂଖ୍ୟକ ଦୃଷ୍ଟିହୀନ ବିଦ୍ୟାର୍ଥୀ ରହିଛନ୍ତି। ଏଣୁ ନୂତନ ଶିକ୍ଷାନୀତି ଅନୁସାରେ ଏମାନଙ୍କ ପାଇଁ ଆବଶ୍ୟକ ବ୍ରେଲି ପୁସ୍ତକ ଏବଂ ଶ୍ରାବ୍ୟ ପୁସ୍ତକ(ଅଡିଓ ବୁକ୍ସ ) ଯୋଗାଇ ଦିଆଯିବା ପାଇଁ ଶିକ୍ଷା ବିଭାଗ ଦାୟିତ୍ୱ ନିଅନ୍ତୁ। କେବଳ ଡିଗ୍ରୀ ପାଇଁ ପାଠ୍ୟପୁସ୍ତକ ବ୍ୟତିରେକେ ତାଙ୍କର ସାଧାରଣଜ୍ଞାନ ବୃଦ୍ଧି ଏବଂ ମନୋରଞ୍ଜନ ପାଇଁ ମଧ୍ୟ ବ୍ରେଲି ଅକ୍ଷରରେ ଗପ, କାହାଣୀ, ବଡ଼ଲୋକଙ୍କ ଜୀବନୀ ସହ କ୍ରିୟାତ୍ମକ ପୁସ୍ତକଗୁଡ଼ିକ ଛପାଯାଉ। ଶିକ୍ଷା ପାଇଁ ସମସ୍ତଙ୍କର ସମାନ ଅଧିକାର ଥିବା ଦେଶରେ ଓଡ଼ିଆ ଦୃଷ୍ଟିବାଧିତ ପିଲା ଏଥିରୁ ବଞ୍ଚିତ ହେବା ଆମ ଶିକ୍ଷା ବ୍ୟବସ୍ଥାର ଏକ ବଡ଼ ତ୍ରୁଟି ବୋଲି କହିହେବ।
ଭାରତୀୟ କବି ସୁର ଦାସ, ଲେଖକ ତଥା ସାମ୍ବାଦିକ ବେଦ ମେହତା, ଫ୍ରାନ୍ସର ଲୁଇସ ବ୍ରେଲି, ଆମେରିକାର ହେଲେନ କେଲର୍‌ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସମଗ୍ର ବିଶ୍ୱକୁ ଆଲୁଅ ଦେଖାଇଛନ୍ତି। ସେମାନଙ୍କ ଭଳି ସାଧନା, ପ୍ରଚେଷ୍ଟା ଓ ଅଭ୍ୟାସର ଆବଶ୍ୟକତା ତ ରହିଛି; ମାତ୍ର ପୁସ୍ତକ ଭଳି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବସ୍ତୁର ଅଭାବକୁ ପୂରଣ କରାଯାଇ ପାରିଲେ, ସେହି ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ଆଶୀର୍ବାଦ ହେବ।
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri