Posted inଜାତୀୟ

ଦରଦ କାହିଁ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୧୨(ବ୍ୟୁରୋ): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଯୋଗୁ ଜାତୀୟ ରାଜଧାନୀ ଦିଲ୍ଲୀ ଏକପ୍ରକାର ପଣବନ୍ଦୀ ହୋଇଯାଇଥିବାବେଳେ ସମଗ୍ର ଦେଶରେ ସୃଷ୍ଟି ହୋଇଛି ଅଭୂତପୂର୍ବ ଅଚଳାବସ୍ଥା। ଏତିକିବେଳେ ନିଜ ଅବାଞ୍ଛିତ ପଦକ୍ଷେପର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଶାସକ କହୁଛନ୍ତି, ମାନ୍ଧାତାଯୁଗୀୟ ଆଇନକୁ ନେଇ ନୂଆ ଶତାବ୍ଦୀ ଚାଲିପାରିବ ନାହିଁ। ହେଲେ ଏ ଦେଶରେ ଅନେକ ପୁରୁଣା ଆଇନ ଏବେ ବି ପ୍ରଚଳିତ। ସବୁ କଥାରେ ପ୍ରତିବର୍ଷ ନୂଆ ନୂଆ ଆଇନ ଅଣାଯାଇ ପାରିବ ନାହିଁ କି ଏହାର ପ୍ରୟୋଜନ ମଧ୍ୟ ନାହିଁ। ତେବେ କେବଳ କୃଷି ଆଇନ ଉପରେ ଏତେ ଜୋର୍‌ କାହିଁକି? ସମ୍ପ୍ରତି ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ, କୃଷି କହିଲେ କେବଳ ଧାନ, ଗହମ କି ଡାଲି ଜାତୀୟ ଶସ୍ୟକୁ ବୁଝାଏ ନାହିଁ। ଭାରତୀୟ ଚାଷୀ ଫଳମୂଳ, ପନିପରିବା, ମାଛ, ଦୁଗ୍ଧଜାତ ସାମଗ୍ରୀ, ଖାଇବା ତେଲ ଆଦି ଉପତ୍ାଦନ ସହ ମାଂସ ଓ ଅଣ୍ଡା ପାଇଁ କୁକୁଡ଼ା, ବତକ, ଛେଳି, ଗୋରୁ ଆଦି ପାଳନ କରିଥାନ୍ତି। ଏଭଳି ପେରିଶେବଲ ଫୁଡ୍‌ ବା ପଚନଶୀଳ ଖାଦ୍ୟର ପର୍ଯ୍ୟାୟଭୁକ୍ତ ସାମଗ୍ରୀଗୁଡ଼ିକ ପାଇଁ ଦେଶରେ ପୂର୍ବରୁ ୮ଟି ପୁରୁଣାକାଳିଆ ଆଇନ ଥିଲା। ସେଗୁଡ଼ିକ ମଧ୍ୟରୁ ଭେଜିଟେବଲ୍‌ ଅଏଲ୍‌ ପ୍ରଡକ୍ଟସ୍‌ ଅର୍ଡର-୧୯୪୭, ଫ୍ରୁଟ୍‌ ପ୍ରଡକ୍ଟସ୍‌ ଅର୍ଡର-୧୯୫୫ ଏବଂ ମିଲ୍କ ଆଣ୍ଡ ମିଲ୍କ ପ୍ରଡକ୍ଟସ୍‌ ଅର୍ଡର-୧୯୯୨ ଅନ୍ୟତମ। ଏହି ଆଇନଗୁଡ଼ିକୁ ଉଚ୍ଛେଦ କରାଯାଇ ୨୦୦୬ରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ (ଏଫ୍‌ଏସ୍‌ଏସ୍‌ଏ) ଅଣାଯାଇଥିଲା।
ଫ୍‌ଏସ୍‌ଏସ୍‌ଏରୁ ଫଳମୂଳ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ମିଳି ନ ଥାଏ କି ସେମାନଙ୍କ ଉପତ୍ାଦନ କ୍ଷମତା ବଢ଼ି ନ ଥାଏ। ତେଣୁ ଶୀତଳଭଣ୍ଡାର ଆବଶ୍ୟକ ହେଉ ନ ଥିବା ଏବଂ ଦୀର୍ଘଦିନ ଧରି ସହଜରେ ମହଜୁଦ ରହିପାରୁଥିବା ଖାଦ୍ୟଶସ୍ୟକୁ ନେଇ ବିନା ଦାବି ବା ପ୍ରୟୋଜନରେ ଆଇନ ପ୍ରଣୟନ କରାଯାଇଥିବାରୁ ଅନ୍ନଦାତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ ତଥ୍ୟ ଅନୁସାରେ ଭାରତରେ ବାର୍ଷିକ ପ୍ରାୟ ୨୮୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଓ ଡାଲିଜାତୀୟ ଶସ୍ୟ ଉପତ୍ାଦନ ହୋଇଥାଏ। ଏଭଳି ଶସ୍ୟଜାତୀୟ ସାମଗ୍ରୀ ମହଜୁଦ ରଖି କୃଷକଙ୍କୁ ଏମ୍‌ଏସ୍‌ପି ଦେବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୧୯୬୪ ମସିହାରେ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ପ୍ରତିଷ୍ଠା କରାଯାଇଥିଲା। ଏହି ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିକୁ ଦେଖି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାରଙ୍କ ଦ୍ୱିତୀୟ ପାଳି (୨୦୧୨)ରେ ତତ୍କାଳୀନ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ କେ.ଭି. ଥୋମାସ୍‌ ଏଫ୍‌ସିଆଇକୁ ଏକ ’ଧଳା ହାତୀ’ର ଆଖ୍ୟା ଦେଇଥିଲେ। ୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ମୋଦିଙ୍କ ଏନ୍‌ଡିଏ-୧) କ୍ଷମତାକୁ ଆସିଲା। ଚାଷୀକୁଳ ଭାବିଥିଲେ ଏହି ସରକାରରେ ଆମେ ଉଦ୍ଧାର ହୋଇଯିବୁ। ହେଲେ ଅଦ୍ୟାବଧି ଏଫ୍‌ସିଆଇର ରଙ୍ଗ, ରୂପରେଖରେ ବିଶେଷ ପରିବତ୍ତର୍ତ୍ତନ ଅଣାଯାଇ ପାରିନାହିଁ। ସରକାର ବ୍ୟବସ୍ଥାଗତ ତ୍ରୁଟି ସୁଧାରିବା ପରିବର୍ତ୍ତେ କୃଷି ସଂସ୍କାର ନାମରେ ଭୁଲ କରିଚାଲିଥିବା ଅନେକ ସମାଲୋଚକ ମତ ଦିଅନ୍ତି। ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାର କୃଷକଙ୍କ ଉନ୍ନତି ନିମନ୍ତେ ୩ଟି ନୂଆ ଆଇନ ଆଣିଥିଲେ। ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାୱାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଆକ୍ଟ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ ନୂଆ କୃଷି ଆଇନ, ୨୦୨୦ ନାମରେ ବହୁଚର୍ଚ୍ଚିତ। ଉକ୍ତ ଆଇନ ଯୋଗୁ ଚାଷୀଙ୍କୁ ଆଉ ଏମ୍‌ଏସ୍‌ପି ମିଳିବନି, ତାଙ୍କ ମୂଲଚାଲ କ୍ଷମତା ହ୍ରାସ ପାଇବ ଏବଂ ପୁଞ୍ଜିପତିମାନେ ସେମାନଙ୍କ ଜମି ମାଡ଼ିବସିବେ ବୋଲି ଦେଶର କୃଷକମାନେ ଆତଙ୍କିତ ହୋଇଯାଇଛନ୍ତି। ଅକାରଣେ ଅଣାଯାଇଥିବା ଏହି ବିବାଦୀୟ ଆଇନ ଉଚ୍ଛେଦ ଦାବିରେ ଶତାଧିକ କୃଷକ ସଙ୍ଗଠନ ଗତ ନଭେମ୍ବର ୨୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାର ସେମାନଙ୍କ କଥା ଶୁଣୁ ନ ଥିବାରୁ ଦେଶରେ ୧୭ ଦିନ ଧରି ଅଚଳାବସ୍ଥା ଲାଗିରହିଛି। ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚାଷୀକୁଳ ଚେତାବନୀ ଦେଇଛନ୍ତି। ଏପରି କି ସରକାର ଓ ଶିଳ୍ପପତିଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇଥିବା ସନ୍ଦେହ କରି ସେମାନେ ଆଦାନୀ-ଅମ୍ବାନୀଙ୍କ ସେବା ଓ ସାମଗ୍ରୀଗୁଡ଼ିକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷେ ସେହି କୃଷି ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ କହୁଛି ଯେ, ଦେଶରେ ବର୍ଷକୁ ୩୨୦ ନିୟୁତ ଟନ୍‌ ଫଳମୂଳ, ପନିପରିବା ଓ ଡେଏରି ପ୍ରଡକ୍ଟ ଭଳି ପଚନଶୀଳ ଖାଦ୍ୟ ସାମଗ୍ରୀ ଉପତ୍ାଦନ ହେଉଛି। ତୁଳନାମତ୍କ ଭାବେ ଖାଦ୍ୟଶସ୍ୟଠାରୁ ଏଭଳି ସାମଗ୍ରୀର ପରିମାଣ ଅଧିକ ହୋଇଥିଲେ ମଧ୍ୟ ଏସବୁର ସଂରକ୍ଷଣ, ମୂଲ୍ୟ ନିର୍ଦ୍ଧାରଣ ଓ ପ୍ରୋତ୍ସାହନ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କିମ୍ବା ନୀତି ନିର୍ଦ୍ଧାରଣ କରାଯାଉନାହିଁ। ନୀତି ନିର୍ଦ୍ଧାରକଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଦେଶରେ ଖାଦ୍ୟ ସଙ୍କଟ ଉତ୍କଟ ହେବାରେ ଲାଗିଛି।
ପଚନଶୀଳ ଖାଦ୍ୟ ପରିବହନ କ୍ଷେତ୍ରରେ ମଧ୍ୟ ଭାରତରେ ବିଶେଷ ଅଗ୍ରଗତି ଦେଖିବାକୁ ମିଳେନାହିଁ। ଚାଷୀ ନିଜ ଉପତ୍ାଦିତ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜ ଓ ସୁବିଧାରେ ବିକ୍ରି ପାଇଁ ନେଇପାରନ୍ତି ନାହିଁ। କାରଣ ସେଗୁଡ଼ିକ ପଚିଶଢ଼ିଯିବା ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷ ବଜେଟରେ କେନ୍ଦ୍ର ସରକାର ପରିବହନ ଓ ଯନ୍ତ୍ରପାତି ଯୋଗାଣ ଭିତ୍ତିଭୂମିର ବିକାଶ ପାଇଁ ୨୩ ବିଲିୟନ ଡଲାର ଆବଣ୍ଟନ କରିଥିଲେ। ସେଥିରୁ ପରିବହନ କ୍ଷେତ୍ର ଲାଗି ୧.୭ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବାବେଳେ ରାସ୍ତା ପାଇଁ ୧୯.୬ ଲକ୍ଷ କୋଟି, ରେଲୱେ ପାଇଁ ୧୩.୬୯ ଲକ୍ଷ କୋଟି, ବିମାନବନ୍ଦରକୁ ୧.୪୩ ଲକ୍ଷ କୋଟି ଓ ବନ୍ଦର ଲାଗି ୧.୦୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପାର୍ଲାମେଣ୍ଟରେ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ୨୦୨୪ ସୁଦ୍ଧା ଦେଶରେ ୧୦୦ଟି ନୂଆ ବିମାନବନ୍ଦର ନିର୍ମାଣ ସହ କୃଷକଙ୍କ ପଚନଶୀଳ ଖାଦ୍ୟ ପରିବହନ ପାଇଁ ବିମାନ ଓ ଟ୍ରେନ୍‌ରେ ଶୀତଳଭଣ୍ଡାର ବ୍ୟବସ୍ଥା, ଏବଂ ଇ-ଲଜିଷ୍ଟିକ୍‌ ମାର୍କେଟ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାରୀ-ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ‘କୃଷି ଟ୍ରେନ୍‌’ ଓ ‘କୃଷି ଉଡାନ’ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରୋଜେକ୍ଟରେ ଚାଷୀମାନେ ସେମାନଙ୍କ ଉପତ୍ାଦିତ ଫଳ ଓ ପନିପରିବାକୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରେନ୍‌ ଓ ବିମାନରେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କମ୍‌ ପରିବହନ ଖର୍ଚ୍ଚରେ ଓ ସ୍ବଳ୍ପ ଅବଧି ମଧ୍ୟରେ ନେଇ ବିକ୍ରି କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଗତ ଅଗଷ୍ଟ ୭ରେ ପାଇଲଟ୍‌ ପ୍ରୋଜେକ୍ଟରେ ଏହି ଧରଣର ମାତ୍ର ଗୋଟିଏ ଟ୍ରେନ୍‌ର ଶୁଭାରମ୍ଭ କରାଯାଇଥିଲା, ଯାହାକି ମହାରାଷ୍ଟ୍ରର ଦେଓଲାଲିରୁ ବିହାରର ଦାନାପୁରକୁ ଚଳାଚଳ କରିଥାଏ। କୃଷି ଉଡାନ ସ୍କିମରେ ମଧ୍ୟ ଗୋଟିଏ ବିମାନ ମିଜୋରାମର ଲେଙ୍ଗ୍‌ପୁଇ ବିମାନବନ୍ଦରରୁ କୋଲକାତା ଦେଇ ଗୁଆହାଟୀ ବିମାନବନ୍ଦରକୁ ଯାଇଥାଏ। ଏହି ସେବା ଅଗଷ୍ଟ ୨୬ରେ ଆରମ୍ଭ ହୋଇଥିଲା। ବର୍ଷ ଶେଷ ହେବାକୁ ଯାଉଥିବାବେଳେ ସରକାରଙ୍କ ଏହି ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇନାହିଁ। ଓଲଟା ବୋଝ ଉପରେ ନଳିତା ବିଡ଼ା ସଦୃଶ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୧୯ରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨ଟଙ୍କା ଓ ଡିଜେଲ ୩.୫୦ ଟଙ୍କା ବଢ଼ାଇସାରିଲେଣି। ଭୁବନେଶ୍ୱରରେ ପେଟ୍ରୋଲ ୮୪.୩୪ ଓ ଡିଜେଲ ୮୪.୪୬ ଟଙ୍କାରେ ପହଞ୍ଚତ୍ଥିବାବେଳେ ଅନ୍ୟ କେତେକ ମେଟ୍ରୋ ସହରରେ ଏହା ଆହୁରି ଅଧିକ। ଏହି କାରଣରୁ ଚାଷୀଙ୍କ ସାମଗ୍ରୀ ପରିବହନ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଏହି ସବୁ ଅବହେଳା, ଅଣଦେଖା, ଅବ୍ୟବସ୍ଥା ଓ ଅଚଳାବସ୍ଥାକୁ ନେଇ ଭାରତୀୟ କୃଷକମାନେ କେନ୍ଦ୍ର ସରକାରଙ୍କୁ ତୁହାକୁ ତୁହା ପ୍ରଶ୍ନ କରୁଛନ୍ତି, ‘ଆମ ପାଇଁ ତୁମ ଦରଦ କାହିଁ?’


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri