Posted inଜାତୀୟ

କେଉଁ ଆଡ଼କୁ ଢଳୁଛନ୍ତି ନୀତୀଶ: ଜଣାପଡ଼ୁନି ମତିଗତି

ଇମ୍ଫାଲ,୨୩ା୧:୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୬ ଆସନ ଜିତିଥିଲା। କିଛି ଦିନ ପରେ ୫ ଜେଡିୟୁ ବିଧାୟକ ଦଳବଦଳ କରି ଭାଜପାରେ ମିଶିଥିଲେ। ସେମାନଙ୍କୁ ମିଶାଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂଙ୍କ ନିକଟରେ ୩୭ ଭାଜପା ବିଧାୟକ ରହିଛନ୍ତି। ଦଳବଦଳକାରୀଙ୍କ ବିରୋଧରେ ଜେଡିୟୁ ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଥିଲା। ବାଚସ୍ପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ବୁଧବାର ଜେଡିୟୁ ବିଧାୟକ ମହମ୍ମଦ ଅବ୍‌ଦୁଲ ନାସିର ସରକାରରୁ ସମର୍ଥନ ପ୍ରତ୍ୟାହାର କରି ବିରୋଧୀ ବେଞ୍ଚ୍‌ରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମଣିପୁର ଜେଡିୟୁ ଶାଖା ମୁଖ୍ୟ କେ. ବୀରେନ୍‌ ସିଂ ରାଜ୍ୟପାଳ ଅଜୟ କୁମାର ଭାଲ୍ଲାଙ୍କୁ ପତ୍ର ଲେଖିଥିଲେ। ଫଳରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ନୀତୀଶ ଏନ୍‌ଡିଏଠାରୁ ସମର୍ଥନ ପ୍ରତ୍ୟାହାର କରି ପୁଣି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଏହାର କିଛି ସମୟ ପରେ ଜେଡିୟୁ କେ. ବୀରେନ୍‌ ସିଂଙ୍କୁ ପଦରୁ ହଟାଇଦେଇଛି। ଜେଡିୟୁ ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି, ଦଳୀୟ ବିଶୃଙ୍ଖଳା ଯୋଗୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି। ଜେଡିୟୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ପୂର୍ବଭଳି ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ ବଜାୟ ରଖିବ। ରାଷ୍ଟ୍ରୀୟ ଜେଡିୟୁର ଏହି ପଦକ୍ଷେପ ପରେ କଂଗ୍ରେସ ଏବଂ ଆର୍‌ଜେଡି ନୀତୀଶଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ନଜର ରଖିଛନ୍ତି। ‘ପଲ୍‌ଟୁରାମ’ ନାମରେ ପରିଚିତ ନୀତୀଶଙ୍କ ମତିଗତି ଜଣାପଡ଼ୁ ନ ଥିବାରୁ ସେ ଆଗକୁ କେଉଁ ଆଡ଼କୁ ଢ଼ଳୁଛନ୍ତି ତା’କୁ ନେଇ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି, ୫ ମହିଳାଙ୍କ ସମେତ…

ପୁରୁଷୋତ୍ତମପୁର,୧୧ା୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ: ଯୋଗଦେଲେ ବିଧାୟକ, କହିଲେ ସମନ୍ୱୟ ରକ୍ଷା କରି…

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?