Posted inଜାତୀୟ

ବଜେଟ ଆବଣ୍ଟିତ ଟଙ୍କା କୁଆଡେ ଗଲା, ସରକାରୀ ସ୍କୁଲ ଅବସ୍ଥା ନେଇ କର୍ନାଟକ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୧୦ : କର୍ନାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଳୋଚନା କରିଛନ୍ତି। କୋର୍ଟ କହିଛନ୍ତି ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଗରିବ ଲୋକଙ୍କୁ ସେମାନେଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ କରିଛି। ଯେଉଁମାନେ ଦିନକୁ ଦୁ ଦୁଇବେଳା ଖାଇବାକୁ ପାଉ ନାହାନ୍ତି ସେମାନେ କିଭଳି ଘରୋଇ ସ୍କୁଲର ଖର୍ଚ୍ଚ ବହନ କରିବେ ଏହା ସରକାର ଚିନ୍ତା କରି ନାହାନ୍ତି।

ମୁଖ୍ୟ ବିଚାରପତି ପ୍ରସନ୍ନ ବି. ଭାରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷିତଙ୍କ ବେଞ୍ଚ ପ୍ରଶ୍ନ କରିଛନ୍ତି ଶିକ୍ଷା କେବଳ ସୁବିଧାଜନକ ପିଲାମାନଙ୍କ ପାଇଁ ସଂରକ୍ଷିତ କି? ମିଡିଆ ରିପୋର୍ଟ ଆଧାରରେ ୨୦୧୩ ରେ କୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲ ଶୁଣାଣି ବେଳେ ବେଞ୍ଚ ଏହି ପ୍ରଶ୍ନ ପଚାରିଛନ୍ତି।

ଅଦାଲତ କହିଛନ୍ତି ସରକାରୀ ସ୍କୁଲରେ ଶୌଚାଳୟର ଅଭାବ ଏବଂ ପାନୀୟ ଜଳ ସୁବିଧା ସହ ଜଡିତ ଅଭାବ ସାମ୍ନାକୁ ଆସିଛି। କିନ୍ତୁ ଏହି ଅଭାବ ଦୂର କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କୋର୍ଟ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୪୬୪ ସରକାରୀ ସ୍କୁଲରେ ଶୌଚାଳୟର ଅଭାବ ରହିଛି ଏବଂ ୩୨ ଟିରେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ।

ଆଠ ସପ୍ତାହ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମୌଳିକ ସୁବିଧା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି, ’ରାଜ୍ୟକୁ ଏସବୁ କହିବା ଆମର କାମ କି? ଏହି ସବୁ ବର୍ଷ ଧରି ଚାଲିଆସୁଛି। କିଛି ପରିମାଣର ଅର୍ଥ ସ୍କୁଲ ଏବଂ ଶିକ୍ଷା ବିଭାଗ ପାଇଁ ବଜେଟରେ ଆବଣ୍ଟିତ କରା ଯାଉଛି। ସେହି ପରିମାଣର ଟଙ୍କା କ’ଣ ହେଲା? ସେସବୁ କୁଆଡେ ଗଲ ?

ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଗଣା ଯୋଜନା ସମ୍ପର୍କରେ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଏଭଳି ଯୋଜନାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଯେଉଁ ସ୍ବୁଲରେ ଗରିବ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରନ୍ତି ସେହି ସ୍କୁଲଗୁଡ଼ିକରେ ଅତ୍ୟାବଶ୍ୟକ ତଥା ମୌଳିକ ସୁବିଧା ଯୋଗାଇବା ଗୁରୁତ୍ୱପୂର୍ଣ୍ଣ।

କୋର୍ଟ କହିଛନ୍ତି, ’ଶିକ୍ଷା ଏକ ମୌଳିକ ଅଧିକାର, କିନ୍ତୁ ସରକାର ସରକାରୀ ସ୍କୁଲରେ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ଗରିବ ଲୋକମାନେ ନିଜ ପିଲାମାନଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକ ପରୋକ୍ଷରେ ଏଥିରୁ ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri