ଯେବେ ଏନଡିଏର ଲୋକ ସଭା ବାଚସ୍ପତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବାକୁ ଦେଇଥିଲେ ଅନୁମତି, ଭାଙ୍ଗି ଯାଇଥିଲା ବାଜପେୟୀ ସରକାର

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ପିଏମ ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିଛି। ଏବେ ଏନଡିଏର ସହଯୋଗୀ ଦଳ ଲୋକ ସଭା ବାଚସ୍ପତି ପଦ ହାତେଇବା ପାଇଁ ଅଡି ବସିଛନ୍ତି। ତେବେ ବାଚସ୍ପତି ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ସବୁଠୁ ବଡ଼ ଉଦାହରଣ ୧୯୯୯ରେ ଦେଖିବାକୁ ମିଳିଥିଲା। ସେହି ସମୟରେ କେବଳ ଗୋଟିଏ ଭୋଟ ଯୋଗୁ ଅଟଳ ବିହାରୀ ଭାଙ୍ଗି ଯାଇଥିଲା। କାରଣ ସେତେବେଳେର ଲୋକ ସଭା ବାଚସ୍ପତି ଏନଡିଏର ନିର୍ବାଚିତ ହୋଇଥିଲେ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଥିଲେ। ଯାହାଯୋଗୁ ବାଜପେୟୀଙ୍କ ସରକାର ଭାଙ୍ଗି ଯାଇଥିଲା।

ଭାଜପା ନେତୃତ୍ୱାଧିନ ଏନଡିଏ ସରକାର ୧୯୯୯ରେ ବହୁମତ ନ ପାଇ ଗୋଟିଏ ଭୋଟ ଯୋଗୁ ପରାଜୟର ସାମ୍ନା କରିଥିଲେ। ୧୯୯୮-୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବାଲଯୋଗୀ ଲୋକ ସଭା ବାଚସ୍ପତି ପଦରେ ଥିଲେ। ସେତେବେଳେ ଏନଡିଏ କେବଳ ୧୯ଦଳକୁ ନେଇ ମେଣ୍ଟ କରିଥିଲା।

ବାଜପେୟୀ ସରକାରରେ ୧୩ମାସ ପୂରଣ ହେଉଣୁ ଜୟଲଳିତାଙ୍କ ନେତୃତ୍ୱ ଏଆଇଡିଏମକେ ନିଜ ସମର୍ଥନ ଫେରାଇ ନେଇଥିଲା। ଯାହାପରେ ସରକାରଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ପଡିଥିଲା। ଯେଉଁଥିରେ ବାଜପେୟୀ ଗୋଟିଏ ଭୋଟରେ ହାରି ଯାଇଥିଲେ। କାରଣ ଲୋକ ସଭା ବାଚସ୍ପତି ବାଲଯୋଗୀ ଓଡ଼ିଶାର ତତ୍କାଳୀନ କଂଗ୍ରେସ ମୁକ୍ୟମନ୍ତ୍ରୀ ଗୀରିଧର ଗମାଙ୍ଗଙ୍କୁ ଭୋଟ ଦେବାକୁ ଅନୁମତି ଦେଇଥିଲେ। ଯାହାଯୋଗୁ ସରକାଙ୍କ ସପକ୍ଷରେ ୨୬୯ଭୋଟ ପଡିଥିବାବେଳେ ବିପକ୍ଷରେ ୨୭୦ ଭୋଟ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?