ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ

ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଘଟଣାସ୍ଥଳରୁ ଜଣେ ନାବାଳକ ସହ କରଡ଼ାଗାଡ଼ିଆ ଅଞ୍ଚଳର ନୀଳକଣ୍ଠ ଗୋଚ୍ଛାୟତ (୨୧), ବନ୍ତଳା ଥାନା ପୁରୁଣାଗଡ଼ ଅଞ୍ଚଳର ନିଲାମ ନାଏକ (୧୯), କୁମଣ୍ଡ ଅଞ୍ଚଳର ତ୍ରିଲୋଚନ ନାଏକ (୨୩) ଓ କୁଇଓ ଜଙ୍ଗଲ ଗ୍ରାମର ଆଶିଷ ଗଡ଼ନାୟକ (୩୦)ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଲୁହାଛଡ଼, ୨ଟି ମୋବାଇଲ ଓ ୨ଟି ଚୋରା ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସଦର ଥାନା ଅଞ୍ଚଳରେ ଗୁରୁବାର ରାତିରେ ପଥଚାରିଙ୍କଠାରୁ ଲୁଟ୍‌ପାଟ କରାଯାଇଥିଲା। କାହା ପାଖରୁ ମୋବାଇଲ ଫୋନ୍‌ ତ ଆଉ କାହା ନିକଟରୁ ଟଙ୍କା ଲୁଟି ନିଆଯାଇଥିଲା। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ନିଶା ଥାନା ପରଙ୍ଗ ଗ୍ରାମର ସୁମନ୍ତ ପରିଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୨୩/୨୨ରେ ମାମଲା ରୁଜୁ କରିଥିଲା। ସେହିଭଳି ରାଣୀଗୁଡ଼ା ଅଞ୍ଚଳର ସୁମନ୍ତ ସାହୁଙ୍କ ଅଭିଯୋଗ ଆଧାରରେ ନଂ.୭୨୪/୨୨ରେ ଓ ଟ୍ରକ୍‌ ଚାଳକ ଶିବାନନ୍ଦ ଗଡ଼ନାୟକଙ୍କ ଅଭିଯୋଗ ଆଧାରରେ ନଂ. ୭୨୭/୨୨ରେ ମାମଲା ରୁଜୁ କରାଯାଇଥିଲା। ଲୁଟ୍‌ପାଟ କରିଥିବା ଗ୍ୟାଙ୍ଗର ସଦସ୍ୟମାନେ କୁଇଓ ଜଙ୍ଗଲରେ ଏକାଠି ହୋଇଥିବା ଖବରପାଇ ଏସ୍‌ଆଇ ତୁଷାରକାନ୍ତ ମହାନ୍ତି ଚଢ଼ାଉ କରି ୫ ଜଣଙ୍କୁ ଧରିଥିବାବେଳେ ୨ ଜଣ ଚମ୍ପଟ ମାରିଥିଲେ। ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ଆଶିଷ କୁମାର ସ୍ବାଇଁ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?