ପୁରୁଷଙ୍କୁ ସୁରକ୍ଷା କେବେ

ଦୀପ୍ତିମୟୀ ନାୟକ

 

ଆମେ ସବୁବେଳେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଉଛେ, ହେଲେ କେବେ କେଉଁଠି ଦେଖିଛନ୍ତି କି କିଏ ପୁରୁଷଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠେଇବାର। ହଁ, କ୍ୱଚିତ୍‌ କେତେବେଳେ ପୁରୁଷଙ୍କ ସୁରକ୍ଷା ବିଷୟରେ ଧ୍ୟାନ ଦିଆଯାଏ ତ ଆଉ କେତେବେଳେ କିଛି ପୁରୁଷମାନଙ୍କ କଥାକୁ ବିଶେଷ ଧ୍ୟାନ ଦିଆଯାଏନି। ଆଉ ସେଥିପାଇଁ ସେହି କେତେଜଣ ପୁରୁଷଙ୍କ ସମସ୍ୟାକୁ ଗଦା ଗଦା କାଗଜ ତଳେ ସମାଧି ଦିଆଯାଇଥାଏ। ଆମେମାନେ ନାରୀକୁ ଯେତିକି ପ୍ରାଧାନ୍ୟ ଦେଉଛେ, ସେତିକି ପୁରୁଷମାନଙ୍କ କଥାକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର। ନଚେତ୍‌ ଯାହାକୁ ନ୍ୟାୟ କହୁଛନ୍ତି ତାହା ଦିନେ ଅନ୍ୟାୟରେ ପରିଣତ ହେବ ଆଉ ଆଜିର କିଛି ନାରୀ ଉଦ୍ଧତ ସୀମା ଟପିବେ ଏବଂ କିଛି ପୁରୁଷ ନିଜ ସୀମା ଭିତରେ ରହି ନ୍ୟାୟ ପାଇବାରୁ ବଞ୍ଚିତ ରହିବେ।
ଗୋଟେ ପୁରୁଷ ସମାଜ ଏବଂ ପରିବାର ପାଇଁ ଚିନ୍ତିତ ଥାଏ। ଦୁଃଖ ଯନ୍ତ୍ରଣାରେ ନିଜକୁ ଲୁଚେଇ ଅନ୍ୟ ଆଗରେ ହସିବାର ଅଭିନୟ କରେ। ଅନେକ ସମୟରେ ପୁରୁଷମାନେ ନିଜ ଅଧିକାର ଓ ନିଜ ସପକ୍ଷରେ ଥିବା ଆଇନ ସମ୍ପର୍କରେ ଜାଣିନଥିବାରୁ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାଯାଉ। କାରଣ ଅନେକ ସମୟରେ ଆମେ ଦେଖୁ କେତେଜଣ ମହିଳା ନିଜ ସପକ୍ଷରେ ଥିବା ଆଇନର ଦୁରୁପଯୋଗ କରି କିଛି ପୁରୁଷଙ୍କୁ ଦୋଷୀ ସଜେଇ ଦିଅନ୍ତି। ଶେଷରେ ପୁରୁଷ ନିର୍ଯାତନାର ଶିକାର ହୁଏ। ସେ ନ୍ୟାୟ ପାଇବା ପାଇଁ ସମାଜ ଆଗରେ ଚିତ୍କାର କରେ। କୁହେ ମୁଁ ଦୋଷୀ ନୁହେଁ, ମୁଁ ନିର୍ଦ୍ଦୋଷ। ମୋତେ ନ୍ୟାୟ ଦରକାର। ଏ ସମସ୍ୟା ଦୂର ହେବା ଦରକାର। ଯେପରି ମହିଳାମାନଙ୍କୁ ସ୍ବାସ୍ଥ୍ୟଗତ ଓ ସମାଜିକ ସମସ୍ୟା ଉପରେ ଅବଗତ କରାଯାଇଛି, ଯଦି ପୁରୁଷମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ଦେଇ ସଚେତନ କରାଯାଆନ୍ତା, ହୁଏତ ଗୋଟେ ପୁରୁଷ ଗୋଟେ ନାରୀ ଭଳି ସଚେତନଶୀଳ ରହିପାରନ୍ତା।
ହିନ୍ଦୀରେ ଗୋଟେ କଥା କୁହାଯାଇଛି ‘ମର୍ଦ କୋ ଦର୍ଦ ନେହିଁ ହୋତା’। ହେଲେ ଅସଲରେ ‘ମର୍ଦ କୋ ଦର୍ଦ ହୋତା ହେ’। କାହିଁକି ନା ଯେତେବେଳେ ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଛି, ସେତେବେଳେ ମାର୍ଚ୍ଚ ୮ ରେ ନାରୀମାନଙ୍କୁ ମହିଳା ଦିବସର ଅନେକ ଶୁଭେଚ୍ଛା ଜଣାଯାଉଛି। କିନ୍ତୁ ଯେତେବେଳେ ନଭେମ୍ବର ୧୯ରେ ବିଶ୍ୱ ପୁରୁଷ ଦିବସ ପାଳନ କରାଯାଉଛି, ସେତେବେଳେ କ୍ୱଚିତ୍‌ ଲୋକ ଏ ବିଷୟରେ ଜାଣି ବିଶ୍ୱ ପୁରୁଷ ଦିବସ ପାଳନ କରିଥା’ନ୍ତି। କିନ୍ତୁ ସେମିତି ଭାବ ନଥାଏ ଯେମିତି ଭାବରେ ଆପଣ ଇଚ୍ଛା କରିଥିବେ। କାରଣ କିଛି ଲୋକଙ୍କୁ ତ ଜଣା ହିଁ ନଥିବ ଏହି ପୁରୁଷ ଦିବସ କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ମହିଳା ଦିବସରେ ଅନେକ ମହିଳାଙ୍କ ପାଖକୁ ସୋସିଆଲ ମିଡିଆଠାରୁ ହ୍ବାଟ୍ସଆପ୍‌ ପର୍ଯ୍ୟନ୍ତ ମେଞ୍ଚେ ମେଞ୍ଚେ କବିତା ସହ ମେଞ୍ଚେ ମେଞ୍ଚେ ଶୁଭେଚ୍ଛା ବାର୍ତ୍ତା, କିନ୍ତୁ ପୁରୁଷ ଦିବସରେ ସେତିକି ବାର୍ତ୍ତା ପୁରୁଷମାନେ ପାଆନ୍ତି କି? ଯଦିବି ପାଆନ୍ତି, ତେବେ କ୍ୱଚିତ୍‌ ଲୋକ ସେମାନେ ପରସ୍ପରକୁ ପ୍ରୋତ୍ସାହିତ କରିଥା’ନ୍ତି। ମାନୁଛି, ନାରୀ ହେଉଛି ମା’, କିନ୍ତୁ ପୁରୁଷ ବି ଜଣେ ବାପା। ଯଦି ମା’ବାପାଙ୍କ ବିନା ଦୁନିଆ ଅନ୍ଧାର, ତେବେ ମା’ କଥା ଭାବି ବାପାଙ୍କ କଥାକୁ କାହିଁକି ଅଣଦେଖା କରାଯାଉଛି? ପୁରୁଷଙ୍କ ଅବଦାନ ଅତୁଳନୀୟ, ଯେପରି ନାରୀର ଅବଦାନ ଅବର୍ଣ୍ଣନୀୟ। ଠିକ୍‌ ସେହିପରି ଆମେ ଏହି ଉଭୟଙ୍କ ସୁରକ୍ଷା କଥା ଭାବିବା ଉଚିତ। କେବଳ କହିିଦେଲେ ହେବନି, ବାସ୍ତବ ଜୀବନରେ ଘଟୁଛି କିମ୍ବା ଘଟିବାକୁ ଯାଉଛି ତାହା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ ଏବଂ ଆମ ସମାଜରେ ଯାହା ଯେତେବେଳେ ଘଟୁଛି ତାହାର ସଠିକ୍‌ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ଉଚିତ। ସେ ନାରୀ ହେଉ କି ପୁରୁଷ, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଯେଉଁଦିନ ନାରୀ ଓ ପୁରୁଷଙ୍କ ମଧ୍ୟରେ ସମାନ ଅଧିକାର ରହିବ, ସେତେବେଳେ ଏ ନାରୀ ଓ ପୁରୁଷଙ୍କୁ ସମାନ ସୁରକ୍ଷା ମିଳିବ।
ନାରୀକୁ ପ୍ରାଧାନ୍ୟ ଦେଇ ପୁରୁଷକୁ ଗୁରୁତ୍ୱ ନ ଦେଇ ଅଣଦେଖା କରି ଆଜିର ଦିନରେ ପୁରୁଷଙ୍କ ସୁରକ୍ଷା କଥା ଭୁଲିଯିବା କେତେ ବଡ଼ ଭୁଲ୍‌ ସେକଥା ହୁଏତ କେହି ଭାବନ୍ତିନି। ଯେତେବେଳେ ଉଭୟ ଉଭୟଙ୍କୁ ସମାନ ସ୍ଥିତିରେ ବୁଝିବେ, ସେତେବେଳେ ଆମ ସମାଜର କିଛି ପରିବର୍ତ୍ତନ ହୋଇପାରିବ। ଆମେମାନେ ଯଦି ନାରୀଙ୍କ ପାଇଁ ସ୍ବର ଉଠେଇ ପାରୁଛେ, ତେବେ ପୁରୁଷଙ୍କ ପାଇଁ କାହିଁକି ସେହି ସମାନ ସ୍ବର ଉଠାଇବାନି। ଆମେ ଏକ ଆମ ରକ୍ତ ଏକ ଏବଂ ଆମେମାନେ ସମାନତାର ଏକ ପ୍ରତୀକ। ସେଥିପାଇଁ ଖାଲି ଝିଅଙ୍କ କଥା ଭାବିଲେ ହେବନି, କେବେକେବେ ପୁଅଙ୍କ କଥା ମଧ୍ୟ ଭାବନ୍ତୁ। ତାଙ୍କୁ ସୁରକ୍ଷା ଦେବା କଥା ଚିନ୍ତା କରନ୍ତୁ।
ମୋ: ୯୦୯୦୬୬୧୫୮୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri