ପୁରୁଷଙ୍କୁ ସୁରକ୍ଷା କେବେ

ଦୀପ୍ତିମୟୀ ନାୟକ

 

ଆମେ ସବୁବେଳେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଉଛେ, ହେଲେ କେବେ କେଉଁଠି ଦେଖିଛନ୍ତି କି କିଏ ପୁରୁଷଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠେଇବାର। ହଁ, କ୍ୱଚିତ୍‌ କେତେବେଳେ ପୁରୁଷଙ୍କ ସୁରକ୍ଷା ବିଷୟରେ ଧ୍ୟାନ ଦିଆଯାଏ ତ ଆଉ କେତେବେଳେ କିଛି ପୁରୁଷମାନଙ୍କ କଥାକୁ ବିଶେଷ ଧ୍ୟାନ ଦିଆଯାଏନି। ଆଉ ସେଥିପାଇଁ ସେହି କେତେଜଣ ପୁରୁଷଙ୍କ ସମସ୍ୟାକୁ ଗଦା ଗଦା କାଗଜ ତଳେ ସମାଧି ଦିଆଯାଇଥାଏ। ଆମେମାନେ ନାରୀକୁ ଯେତିକି ପ୍ରାଧାନ୍ୟ ଦେଉଛେ, ସେତିକି ପୁରୁଷମାନଙ୍କ କଥାକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର। ନଚେତ୍‌ ଯାହାକୁ ନ୍ୟାୟ କହୁଛନ୍ତି ତାହା ଦିନେ ଅନ୍ୟାୟରେ ପରିଣତ ହେବ ଆଉ ଆଜିର କିଛି ନାରୀ ଉଦ୍ଧତ ସୀମା ଟପିବେ ଏବଂ କିଛି ପୁରୁଷ ନିଜ ସୀମା ଭିତରେ ରହି ନ୍ୟାୟ ପାଇବାରୁ ବଞ୍ଚିତ ରହିବେ।
ଗୋଟେ ପୁରୁଷ ସମାଜ ଏବଂ ପରିବାର ପାଇଁ ଚିନ୍ତିତ ଥାଏ। ଦୁଃଖ ଯନ୍ତ୍ରଣାରେ ନିଜକୁ ଲୁଚେଇ ଅନ୍ୟ ଆଗରେ ହସିବାର ଅଭିନୟ କରେ। ଅନେକ ସମୟରେ ପୁରୁଷମାନେ ନିଜ ଅଧିକାର ଓ ନିଜ ସପକ୍ଷରେ ଥିବା ଆଇନ ସମ୍ପର୍କରେ ଜାଣିନଥିବାରୁ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାଯାଉ। କାରଣ ଅନେକ ସମୟରେ ଆମେ ଦେଖୁ କେତେଜଣ ମହିଳା ନିଜ ସପକ୍ଷରେ ଥିବା ଆଇନର ଦୁରୁପଯୋଗ କରି କିଛି ପୁରୁଷଙ୍କୁ ଦୋଷୀ ସଜେଇ ଦିଅନ୍ତି। ଶେଷରେ ପୁରୁଷ ନିର୍ଯାତନାର ଶିକାର ହୁଏ। ସେ ନ୍ୟାୟ ପାଇବା ପାଇଁ ସମାଜ ଆଗରେ ଚିତ୍କାର କରେ। କୁହେ ମୁଁ ଦୋଷୀ ନୁହେଁ, ମୁଁ ନିର୍ଦ୍ଦୋଷ। ମୋତେ ନ୍ୟାୟ ଦରକାର। ଏ ସମସ୍ୟା ଦୂର ହେବା ଦରକାର। ଯେପରି ମହିଳାମାନଙ୍କୁ ସ୍ବାସ୍ଥ୍ୟଗତ ଓ ସମାଜିକ ସମସ୍ୟା ଉପରେ ଅବଗତ କରାଯାଇଛି, ଯଦି ପୁରୁଷମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ଦେଇ ସଚେତନ କରାଯାଆନ୍ତା, ହୁଏତ ଗୋଟେ ପୁରୁଷ ଗୋଟେ ନାରୀ ଭଳି ସଚେତନଶୀଳ ରହିପାରନ୍ତା।
ହିନ୍ଦୀରେ ଗୋଟେ କଥା କୁହାଯାଇଛି ‘ମର୍ଦ କୋ ଦର୍ଦ ନେହିଁ ହୋତା’। ହେଲେ ଅସଲରେ ‘ମର୍ଦ କୋ ଦର୍ଦ ହୋତା ହେ’। କାହିଁକି ନା ଯେତେବେଳେ ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଛି, ସେତେବେଳେ ମାର୍ଚ୍ଚ ୮ ରେ ନାରୀମାନଙ୍କୁ ମହିଳା ଦିବସର ଅନେକ ଶୁଭେଚ୍ଛା ଜଣାଯାଉଛି। କିନ୍ତୁ ଯେତେବେଳେ ନଭେମ୍ବର ୧୯ରେ ବିଶ୍ୱ ପୁରୁଷ ଦିବସ ପାଳନ କରାଯାଉଛି, ସେତେବେଳେ କ୍ୱଚିତ୍‌ ଲୋକ ଏ ବିଷୟରେ ଜାଣି ବିଶ୍ୱ ପୁରୁଷ ଦିବସ ପାଳନ କରିଥା’ନ୍ତି। କିନ୍ତୁ ସେମିତି ଭାବ ନଥାଏ ଯେମିତି ଭାବରେ ଆପଣ ଇଚ୍ଛା କରିଥିବେ। କାରଣ କିଛି ଲୋକଙ୍କୁ ତ ଜଣା ହିଁ ନଥିବ ଏହି ପୁରୁଷ ଦିବସ କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ମହିଳା ଦିବସରେ ଅନେକ ମହିଳାଙ୍କ ପାଖକୁ ସୋସିଆଲ ମିଡିଆଠାରୁ ହ୍ବାଟ୍ସଆପ୍‌ ପର୍ଯ୍ୟନ୍ତ ମେଞ୍ଚେ ମେଞ୍ଚେ କବିତା ସହ ମେଞ୍ଚେ ମେଞ୍ଚେ ଶୁଭେଚ୍ଛା ବାର୍ତ୍ତା, କିନ୍ତୁ ପୁରୁଷ ଦିବସରେ ସେତିକି ବାର୍ତ୍ତା ପୁରୁଷମାନେ ପାଆନ୍ତି କି? ଯଦିବି ପାଆନ୍ତି, ତେବେ କ୍ୱଚିତ୍‌ ଲୋକ ସେମାନେ ପରସ୍ପରକୁ ପ୍ରୋତ୍ସାହିତ କରିଥା’ନ୍ତି। ମାନୁଛି, ନାରୀ ହେଉଛି ମା’, କିନ୍ତୁ ପୁରୁଷ ବି ଜଣେ ବାପା। ଯଦି ମା’ବାପାଙ୍କ ବିନା ଦୁନିଆ ଅନ୍ଧାର, ତେବେ ମା’ କଥା ଭାବି ବାପାଙ୍କ କଥାକୁ କାହିଁକି ଅଣଦେଖା କରାଯାଉଛି? ପୁରୁଷଙ୍କ ଅବଦାନ ଅତୁଳନୀୟ, ଯେପରି ନାରୀର ଅବଦାନ ଅବର୍ଣ୍ଣନୀୟ। ଠିକ୍‌ ସେହିପରି ଆମେ ଏହି ଉଭୟଙ୍କ ସୁରକ୍ଷା କଥା ଭାବିବା ଉଚିତ। କେବଳ କହିିଦେଲେ ହେବନି, ବାସ୍ତବ ଜୀବନରେ ଘଟୁଛି କିମ୍ବା ଘଟିବାକୁ ଯାଉଛି ତାହା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ ଏବଂ ଆମ ସମାଜରେ ଯାହା ଯେତେବେଳେ ଘଟୁଛି ତାହାର ସଠିକ୍‌ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ଉଚିତ। ସେ ନାରୀ ହେଉ କି ପୁରୁଷ, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଯେଉଁଦିନ ନାରୀ ଓ ପୁରୁଷଙ୍କ ମଧ୍ୟରେ ସମାନ ଅଧିକାର ରହିବ, ସେତେବେଳେ ଏ ନାରୀ ଓ ପୁରୁଷଙ୍କୁ ସମାନ ସୁରକ୍ଷା ମିଳିବ।
ନାରୀକୁ ପ୍ରାଧାନ୍ୟ ଦେଇ ପୁରୁଷକୁ ଗୁରୁତ୍ୱ ନ ଦେଇ ଅଣଦେଖା କରି ଆଜିର ଦିନରେ ପୁରୁଷଙ୍କ ସୁରକ୍ଷା କଥା ଭୁଲିଯିବା କେତେ ବଡ଼ ଭୁଲ୍‌ ସେକଥା ହୁଏତ କେହି ଭାବନ୍ତିନି। ଯେତେବେଳେ ଉଭୟ ଉଭୟଙ୍କୁ ସମାନ ସ୍ଥିତିରେ ବୁଝିବେ, ସେତେବେଳେ ଆମ ସମାଜର କିଛି ପରିବର୍ତ୍ତନ ହୋଇପାରିବ। ଆମେମାନେ ଯଦି ନାରୀଙ୍କ ପାଇଁ ସ୍ବର ଉଠେଇ ପାରୁଛେ, ତେବେ ପୁରୁଷଙ୍କ ପାଇଁ କାହିଁକି ସେହି ସମାନ ସ୍ବର ଉଠାଇବାନି। ଆମେ ଏକ ଆମ ରକ୍ତ ଏକ ଏବଂ ଆମେମାନେ ସମାନତାର ଏକ ପ୍ରତୀକ। ସେଥିପାଇଁ ଖାଲି ଝିଅଙ୍କ କଥା ଭାବିଲେ ହେବନି, କେବେକେବେ ପୁଅଙ୍କ କଥା ମଧ୍ୟ ଭାବନ୍ତୁ। ତାଙ୍କୁ ସୁରକ୍ଷା ଦେବା କଥା ଚିନ୍ତା କରନ୍ତୁ।
ମୋ: ୯୦୯୦୬୬୧୫୮୬


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri