Posted inଫୁରସତ

ମାଲିକଙ୍କ ଉପରେ ଆକ୍ରମଣ ଦେଖି ବଞ୍ଚାଇବାକୁ ଧାଇଁ ଆସୁଛି ଗାଇ, ଭିଡିଓ ଦେଖିଲେ ହେବେ…

ପୋଷା ଜୀବଜନ୍ତୁଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ବିଶ୍ୱାସୀ ବୋଲି କୁହାଯାଏ। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗାଇ ଏବଂ ଚରାଳିଙ୍କ ମଧ୍ୟରେ ଥିବା ଭଲପାଇବା ଦେଖିବାକୁ ମିଳୁଛି। ବ୍ୟକ୍ତିଜଣଙ୍କୁ କେହି ଆକ୍ରମଣ କରିବାକୁ ଆସିଲେ ଗାଇଟି ଧାଇଁ ଯାଇ ତାଙ୍କୁ ରକ୍ଷା କରୁଛି।

ଗୁଜରାଟର କଚ୍ଛ ଜିଲାରେ ରୁହନ୍ତି ଜାନ ମାନନ୍ଦ। ସେ ତାଙ୍କ ଗାଇମାନଙ୍କୁ ବହୁତ ସ୍ନେହ କରନ୍ତି। ଏକଦା ତାଙ୍କର ଜଣେ ବନ୍ଧୁ ତାଙ୍କୁ ମାରିବେ ବୋଲି କହିଥିଲେ। ଏହି ସମୟରେ ତାଙ୍କୁ ଗାଇ ବଞ୍ଚାଉଛି କି ନାହିଁ ସେ ଦେଖିବାକୁ ଚାହିଁଥିଲେ। ସେଇଆ ହିଁ ହୋଇଥିଲା। ବନ୍ଧୁଜଣଙ୍କ ଜାନଙ୍କୁ ଆକ୍ରମଣ କରିବା ଭଳି ଅଭିନୟ କରିଥିଲେ। ସେ ଗାଇକୁ ଡାକିଥିଲେ। ସେ ତୁରନ୍ତ ତାଙ୍କୁ ରକ୍ଷା କରିବାକୁ ପାଖକୁ ଚାଲି ଆସିଥିଲେ।

୧୨ ବର୍ଷ ବୟସରୁ ମାମଦ ଗାଇମାନଙ୍କ ଦେଖାଶୁଣା କରିଆସୁଛନ୍ତି। ଏହାଛଡ଼ା ସେ ରିକ୍ସା ଚଳାଇ ପରିବାରର ପ୍ରତିପୋଷଣ କରନ୍ତି। ଏବେ ତାଙ୍କର ୨୦ଟି ଗାଇ ରହିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଗାଇ ସହ ତାଙ୍କର ନିଆରା ସମ୍ପର୍କ। ଗାଇଟିର ନାମ ସେ ସାଇ ଦେଇଛନ୍ତି। ତାଙ୍କୁ କେହି ମାରିବାକୁ ଆସିଲେ ସେ ଧାଇଁ ଆସିଥାଏ। ମାମଦ ଏବଂ ତାଙ୍କ ଗାଇ ମଧ୍ୟରେ ଥିବା ସମ୍ପର୍କର ଭିଡିଓ ସେ ଅପ୍‌ଲୋଡ କରିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri