Posted inଜାତୀୟ

କୁନି ଝିଅଙ୍କ ପ୍ରଶ୍ନ ଶୁଣି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ

ପୁଣେ,୧୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଏମିତି କିଛି ପ୍ରଶ୍ନ ପଚାରିଛନ୍ତି, ଯାହା ଶୁଣି ସମସ୍ତେ ହସିବାରେ ଲାଗିଛନ୍ତି।
ରବିବାର ଏକନାଥ ଶିନ୍ଦେଙ୍କୁ ଭେଟିବାକୁ ଜଣେ କୁନି ଝିଅ ଆସିଥିଲେ। ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ଗୁଆହାଟୀରେ ଥିବା ସମୟରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିଥିଲେ। ଯଦି ମୁଁ ବନ୍ୟା ପୀଡିତଙ୍କୁ ଯାଇ ସାହାଯ୍ୟ କରିବି, ତେବେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି କି? ଏହି ପ୍ରଶ୍ନ ପଚାରିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଝିଅଟି କାନ୍ଧରେ ହାତ ରଖି କହିଥିଲେ, ଏହା ନିଶ୍ଚିତ ଘଟିବ। କେବଳ ଏତିକି ନୁହେଁ, ଝିଅଟି ଆହୁରି ମଧ୍ୟ କହିଥିଲେ, ପୂର୍ବରୁ ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରୁଥିଲି, କିନ୍ତୁ ଏବେ ଆପଣଙ୍କୁ ଦେଖିବାକୁ ମଧ୍ୟ ଭଲ ଲାଗୁଛି।
ଝିଅଟି ଏକନାଥ ଶିନ୍ଦେଙ୍କଠାରେ ମଧ୍ୟ ଏକ ଦାବି କରିଥିଲେ। ସେ କହିଥିଲେ, ତୁମେ ଆଗାମୀ ଦିୱାଲି ଛୁଟି ସମୟରେ ମୋତେ ଗୁଆହାଟୀ ପରିଦର୍ଶନ କରିବାକୁ ନେଇଯିବ କି? ପ୍ରଶ୍ନ ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ’ଣ କହିବେ ବୁଝି ନ ପାରି ହସି ଦେଇଥିଲେ। ଶିନ୍ଦେ ପଚାରିଥିଲେ, କାମାକ୍ଷା ମନ୍ଦିର ବୁଲିବାକୁ ଚାହୁଁଛ କି? ଝିଅଟି ହଁ କହିବାରୁ ଶିନ୍ଦେ କହିଥିଲେ, ତୁମେ ବହୁତ ସ୍ମାର୍ଟ।
ସୂଚନାଯୋଗ୍ୟ, ଜୁନ ୨୧ରେ ଏକନାଥ ଶିନ୍ଦେ ଶିବସେନା ବିରୋଧରେ ବିଦ୍ରୋହ କରିଥିଲେ। ବହୁ ବିଧାୟକଙ୍କ ସହ ସୁରତ ପଳାଇଥିଲେ। ଏହା ପରେ ସେ ଗୁଆହାଟୀ ଅଭିମୁଖେ ଯାଇ ସେଠାରେ ଥିବା ରେଡିସନ ବ୍ଲୁ ହୋଟେଲରେ ବିଧାୟକଙ୍କ ସହ ରହିଥିଲେ। ଗୁଆହାଟୀରେ ରହିବା ସମୟରେ ବନ୍ୟା ସଙ୍କଟର ମୁକାବିଲା ପାଇଁ ଶିନ୍ଦେ ୫୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଥିଲେ। ଏହା ପରେ ବିଧାୟକମାନେ ଗୋଆ ଦେଇ ମହାରାଷ୍ଟ୍ରକୁ ଆସିଥିଲେ ଏବଂ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ...

୧୧ ହଜାର ରୋଗୀଙ୍କ ପାଇଁ ଜଣେ ଡାକ୍ତର: ଭାରତରେ ସରକାରୀ ସ୍ବାସ୍ଥ୍ୟସେବାର ଭୟଙ୍କର ସତ୍ୟ

ନୂଆଦିଲ୍ଲୀ,୨୩ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା, ହ୍ବିଲ୍‌ ଚେୟାରରେ ବସି ଘରକୁ ଫେରିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଶୁକ୍ରବାର ଡିସ୍‌ଚାର୍ଜ ହୋଇଛନ୍ତି। ମମତା ଏକ ହ୍ବିଲ୍‌ ଚେୟାରରେ ବସି କାଳିଘାଟ ସ୍ଥିତ...

କମିଲା ଆୟକର: ୫ରୁ ୭.୫ ଲକ୍ଷ ରୋଜଗାର ଉପରେ ଟିକସ ୧୦%

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ସରକାର ଆୟକର କମାଇ ଦେଇଛନ୍ତିି। ଏଣିକି ୫ ଲକ୍ଷରୁ ୭.୫ ଲକ୍ଷ ଆୟକରୁ ଥିବା ବ୍ୟକ୍ତି ବିଶେଷଙ୍କୁ ୧୦% ଟିକସ...

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ...

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ...

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର...

ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି

ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି।...

Advertisement
Archives

Model This Week