Posted inଜାତୀୟ

କୁନି ଝିଅଙ୍କ ପ୍ରଶ୍ନ ଶୁଣି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ

ପୁଣେ,୧୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଏମିତି କିଛି ପ୍ରଶ୍ନ ପଚାରିଛନ୍ତି, ଯାହା ଶୁଣି ସମସ୍ତେ ହସିବାରେ ଲାଗିଛନ୍ତି।
ରବିବାର ଏକନାଥ ଶିନ୍ଦେଙ୍କୁ ଭେଟିବାକୁ ଜଣେ କୁନି ଝିଅ ଆସିଥିଲେ। ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ଗୁଆହାଟୀରେ ଥିବା ସମୟରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିଥିଲେ। ଯଦି ମୁଁ ବନ୍ୟା ପୀଡିତଙ୍କୁ ଯାଇ ସାହାଯ୍ୟ କରିବି, ତେବେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି କି? ଏହି ପ୍ରଶ୍ନ ପଚାରିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଝିଅଟି କାନ୍ଧରେ ହାତ ରଖି କହିଥିଲେ, ଏହା ନିଶ୍ଚିତ ଘଟିବ। କେବଳ ଏତିକି ନୁହେଁ, ଝିଅଟି ଆହୁରି ମଧ୍ୟ କହିଥିଲେ, ପୂର୍ବରୁ ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରୁଥିଲି, କିନ୍ତୁ ଏବେ ଆପଣଙ୍କୁ ଦେଖିବାକୁ ମଧ୍ୟ ଭଲ ଲାଗୁଛି।
ଝିଅଟି ଏକନାଥ ଶିନ୍ଦେଙ୍କଠାରେ ମଧ୍ୟ ଏକ ଦାବି କରିଥିଲେ। ସେ କହିଥିଲେ, ତୁମେ ଆଗାମୀ ଦିୱାଲି ଛୁଟି ସମୟରେ ମୋତେ ଗୁଆହାଟୀ ପରିଦର୍ଶନ କରିବାକୁ ନେଇଯିବ କି? ପ୍ରଶ୍ନ ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ’ଣ କହିବେ ବୁଝି ନ ପାରି ହସି ଦେଇଥିଲେ। ଶିନ୍ଦେ ପଚାରିଥିଲେ, କାମାକ୍ଷା ମନ୍ଦିର ବୁଲିବାକୁ ଚାହୁଁଛ କି? ଝିଅଟି ହଁ କହିବାରୁ ଶିନ୍ଦେ କହିଥିଲେ, ତୁମେ ବହୁତ ସ୍ମାର୍ଟ।
ସୂଚନାଯୋଗ୍ୟ, ଜୁନ ୨୧ରେ ଏକନାଥ ଶିନ୍ଦେ ଶିବସେନା ବିରୋଧରେ ବିଦ୍ରୋହ କରିଥିଲେ। ବହୁ ବିଧାୟକଙ୍କ ସହ ସୁରତ ପଳାଇଥିଲେ। ଏହା ପରେ ସେ ଗୁଆହାଟୀ ଅଭିମୁଖେ ଯାଇ ସେଠାରେ ଥିବା ରେଡିସନ ବ୍ଲୁ ହୋଟେଲରେ ବିଧାୟକଙ୍କ ସହ ରହିଥିଲେ। ଗୁଆହାଟୀରେ ରହିବା ସମୟରେ ବନ୍ୟା ସଙ୍କଟର ମୁକାବିଲା ପାଇଁ ଶିନ୍ଦେ ୫୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଥିଲେ। ଏହା ପରେ ବିଧାୟକମାନେ ଗୋଆ ଦେଇ ମହାରାଷ୍ଟ୍ରକୁ ଆସିଥିଲେ ଏବଂ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?