‘ଐଶ୍ୱର୍ଯ୍ୟାଙ୍କ ପାଖରେ..’, ଡିଭୋର୍ସ ଚର୍ଚ୍ଚା ମଧ୍ୟରେ ବୋହୂଙ୍କୁ ନେଇ ଖୋଲାଖୋଲି ଏମିତି କହିଦେଲେ ଜୟା ବଚ୍ଚନ, ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଗତ କିଛି ଦିନ ହେବ ଆଲେଶଚନା ହେଉଛି। ଦମ୍ପତ୍ତିଙ୍କ ପାରିବାରିକ ସମସ୍ୟା ଅଛି ବୋଲି କୁହାଯାଉଛି। ଅନେକ ଥର ଐଶ୍ୱର୍ଯ୍ୟା ଏକୁଟିଆ ନଜର ଆସିଥାନ୍ତି। ନିକଟରେ ଗଣପତିଙ୍କ ଦରବାରରେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁଣି ଚର୍ଚ୍ଚା ହେଉଛି କି କିଛି ଦୁହିଁଙ୍କ ଭିତରେ କିଛି ଗଡ଼ବଡ଼ ରହିଛି। ତେବେ ଉଭୟ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଶୁଣିବାକୁ ମିଳୁଛି ଯେ କେବଳ ଅଭିଷେକଙ୍କ ସହ ଶାଶୁ ଜୟା ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଗିଡି ଯାଇଛି। ନିକଟରେ ଜୟା ବଚ୍ଚନ ନିଜେ ତାଙ୍କ ସହିତ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ‘ଜଲସା’ ବାହାରେ ନଜର ଆସିଥିଲେ। ସେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଲୋକମାନେ ଭାବିଥିଲେ ଯେ ପରିବାରରେ ସବୁକିଛି ଠିକ ଅଛି । କିନ୍ତୁ କିଛି ଦିନ ପରେ ଗଣପତି ଦରବାରରେ ଐଶ୍‌ଙ୍କୁ ଏକୁଟିଆ ଦେଖିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ଲୋକମାନେ ପୁନର୍ବାର ଜୟା ବଚ୍ଚନଙ୍କ ସାକ୍ଷାତକାରକୁ ମନେ ପକାଇଛନ୍ତି। ଯେଉଁଥିରେ ସେ ତାଙ୍କ ବୋହୂ ବିଷୟରେ କହିଥିଲେ।

ପୁଅ ଅଭିଷେକଙ୍କ ବିବାହ ପରେ ଜୟା ବଚ୍ଚନ ଦେଇଥିବା ଏକ ସାକ୍ଷାତକାରରେ ବୋହୂ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟାଙ୍କ ପିଠି ପଛରେ ସେ ରାଜନୀତି କିମ୍ବା ଷଡଯନ୍ତ୍ର କରନ୍ତି ନାହିଁ। ଐଶ୍ୱର୍ଯ୍ୟା ଏବଂ ମୋର ସମ୍ପର୍କ ହେଉଛି ବନ୍ଧୁଭଳି। ଯଦି ସେ କିଛି କୁହନ୍ତି ଆଉ ମୋତେ ଭଲ ଲାଗେ ନାହିଁ, ମୁଁ ଏହାକୁ ତାଙ୍କ ମୁହଁରେ କହିଥାଏ। ମୁଁ ତାଙ୍କ ପିଠି ପଛରେ ରାଜନୀତି କରେ ନାହିଁ। ଯଦି ସେ ମୋ ସହ ସହମତ ନୁହଁନ୍ତି, ତେବେ ସେ ଏହାକୁ ନିଜେ ପ୍ରକାଶ କରିଦିଅନ୍ତି।

ସେ ଆହୁରି ମଧ୍ୟ କହିଥିଲେ, ଆମେ ଘରେ ବସି କଥାବାର୍ତ୍ତା କରିବାକୁ ଭଲ ଲାଗେ। କିନ୍ତୁ କେବଳ ଆମେ ଦୁହେଁ। ତଥାପି, ତାଙ୍କ ପାଖରେ ଅଧିକ ସମୟ ନଥାଏ। ଐଶ୍‌ ଯାହା ବି କରନ୍ତି, ଆମେ ଏହାକୁ ଉପଭୋଗ କର। ତାଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ।

 


Enter your email to get our daily news in your inbox.

All Right Reserved By Dharitri.Com

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri