ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ

ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍‌। ଇତିମଧ୍ୟରେ ସେମାନଙ୍କ ବିବାହକୁ ୨୯ ବର୍ଷ ବିତିସାରିଛି। ବୈବାହିକ ଜୀବନରେ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ସେମାନେ ସୁଖୀ ଜୀବନ ବିତାଉଛନ୍ତି। ହେଲେ ବିବାହ ପୂର୍ବରୁ ଏଭଳି ଏକ ସମୟ ଆସିଥିଲା, ଯେଉଁ ସମୟରେ ଗୌରୀ ଶାହାରୁଖଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଏକ ସାକ୍ଷାତକାରରେ ଶାହାରୁଖ ନିଜ ପ୍ରେମ ସମ୍ପର୍କ ନେଇ ଅନେକ କଥା କହିଥିଲେ। ପ୍ରଥମେ ପ୍ରଥମେ ଉଭୟଙ୍କ ବିଷୟରେ କେହି ଜାଣି ନ ଥିଲେ। ଏହାକୁ ନେଇ ଶାହାରୁଖଙ୍କ ଇନସିକ୍ୟୁରିଟି ବଢ଼ି ଯାଇଥିଲା। ଧିରେ ଧିରେ ସେ ବହୁତ ଅଜବ ବ୍ୟବହାର କରିବାକୁ ଲାଗିଥିଲେ। ଗୌରୀଙ୍କୁ ଧଳା ଶାର୍ଟ ପିନ୍ଧିବାକୁ ଦେଉ ନ ଥିଲେ ସେ। କାରଣ ଏହା ଟ୍ରାନ୍ସପ୍ୟାରେଣ୍ଟ ବୋଲି ସେ ଭାବୁଥିଲେ। ଫଳରେ ଉଭୟ ଦୀର୍ଘଦିନ ଧରି ଅଲଗା ହୋଇଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହା ପ୍ରୋଟେକ୍ଟିଭ୍‌ନେସରେ ପରିବର୍ତ୍ତନ ହୋଇଥିଲା। ଗୌରୀ ଶାହାରୁଖଙ୍କୁ ୧୯୯୧ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri