ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଥିଲେ, ହୋଇଯାନ୍ତୁ ସାବଧାନ…

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ଆଦୌ ଭୁଲନ୍ତୁ ନାହିଁ…

ନିଜ ପାଦକୁ କେଉଁ ସାଇଜ୍‌ର ଶୁଜ୍‌ ଫିଟ୍‌ ହେଉଛି ମାପିବା ପରେ ଅର୍ଡର କରନ୍ତୁ। କାରଣ ପାଦକୁ ଫିଟ୍‌ ନ ହେଉଥିବା ଶୁଜ୍‌ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଅନ୍‌ଲାଇନରେ ନିଜେ ଟ୍ରାଏକରି କିଣିବା ସମ୍ଭବ ନୁହେଁ, ତେଣୁ ଅର୍ଡରରେ ଚେକ୍‌ କରିବା ପରେ ରିଟର୍ନ ଅପ୍ସନ ଅଛି ନା ନାହିଁ ଭଲ ଭାବେ ଚେକ୍‌ କରିନିଅନ୍ତୁ।
ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍‌ସ ଶୁଜ୍‌ ସବୁଠୁ ଭଲ ଅପ୍ସନ। ଏପରି ଜୋତା ମଗାଉଥିଲେ ପ୍ରଥମେ ଘର ଭିତରେ ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ଜଗିଂ ବା ରନିଂ ଶୁଜ୍‌ରେ ପାଦ ଆଗକୁ ବଢ଼ାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି କମ୍ଫର୍ଟେବଲ୍‌ ଲାଗିବା ଦରକାର। ଏହାକୁ ନ୍ୟୁଟ୍ରାଲ୍‌ ବୋଲି କୁହାଯାଇଥାଏ। ସେହିପରି ଜୋତାର ସପୋର୍ଟ ବା ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପିହୋଇ ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଶୁଜ୍‌ ପିନ୍ଧିଲେ ଠିକ୍‌ ଲାଗୁନାହିଁ ତେବେ ଏକ୍ସଚେଞ୍ଜକରି ପର୍‌ଫେକ୍ଟ ସାଇଜ୍‌ ଅର୍ଡର କରନ୍ତୁ।
ପାର୍କ ହେଉ କିମ୍ବା ଅନ୍ୟ ଯେଉଁଠାରେ ଜଗିଂ କିମ୍ବା ରନିଂ କରୁଛନ୍ତି ସେଠାରେ ରାସ୍ତା ଖାଲ, ଢିପ ଥିଲେ ଶୁଜ୍‌ ଯେପରି ସନ୍ତୁଳନ ରକ୍ଷା କରିପାରିବ ସେଥିପାଇଁ ହିଲ୍‌ ଥିବା ଶୁଜ୍‌ ଅର୍ଡର କରନ୍ତୁ ନାହିଁ।
ଯେକୌଣସି ସାଇଟ୍‌ରୁ ଶୁଜ୍‌ ଅର୍ଡର ନ କରି ଜଣାଶୁଣା ଶପିଂ ସାଇଟ୍‌ରୁ ମଗାନ୍ତୁ। ଅନ୍ୟ ବ୍ୟବହାରକାରୀଙ୍କ ରିଭ୍ୟୁ ରେଟିଂ ଦେଖିଲେ ମଧ୍ୟ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri