ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଥିଲେ, ହୋଇଯାନ୍ତୁ ସାବଧାନ…

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ଆଦୌ ଭୁଲନ୍ତୁ ନାହିଁ…

ନିଜ ପାଦକୁ କେଉଁ ସାଇଜ୍‌ର ଶୁଜ୍‌ ଫିଟ୍‌ ହେଉଛି ମାପିବା ପରେ ଅର୍ଡର କରନ୍ତୁ। କାରଣ ପାଦକୁ ଫିଟ୍‌ ନ ହେଉଥିବା ଶୁଜ୍‌ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଅନ୍‌ଲାଇନରେ ନିଜେ ଟ୍ରାଏକରି କିଣିବା ସମ୍ଭବ ନୁହେଁ, ତେଣୁ ଅର୍ଡରରେ ଚେକ୍‌ କରିବା ପରେ ରିଟର୍ନ ଅପ୍ସନ ଅଛି ନା ନାହିଁ ଭଲ ଭାବେ ଚେକ୍‌ କରିନିଅନ୍ତୁ।
ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍‌ସ ଶୁଜ୍‌ ସବୁଠୁ ଭଲ ଅପ୍ସନ। ଏପରି ଜୋତା ମଗାଉଥିଲେ ପ୍ରଥମେ ଘର ଭିତରେ ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ଜଗିଂ ବା ରନିଂ ଶୁଜ୍‌ରେ ପାଦ ଆଗକୁ ବଢ଼ାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି କମ୍ଫର୍ଟେବଲ୍‌ ଲାଗିବା ଦରକାର। ଏହାକୁ ନ୍ୟୁଟ୍ରାଲ୍‌ ବୋଲି କୁହାଯାଇଥାଏ। ସେହିପରି ଜୋତାର ସପୋର୍ଟ ବା ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପିହୋଇ ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଶୁଜ୍‌ ପିନ୍ଧିଲେ ଠିକ୍‌ ଲାଗୁନାହିଁ ତେବେ ଏକ୍ସଚେଞ୍ଜକରି ପର୍‌ଫେକ୍ଟ ସାଇଜ୍‌ ଅର୍ଡର କରନ୍ତୁ।
ପାର୍କ ହେଉ କିମ୍ବା ଅନ୍ୟ ଯେଉଁଠାରେ ଜଗିଂ କିମ୍ବା ରନିଂ କରୁଛନ୍ତି ସେଠାରେ ରାସ୍ତା ଖାଲ, ଢିପ ଥିଲେ ଶୁଜ୍‌ ଯେପରି ସନ୍ତୁଳନ ରକ୍ଷା କରିପାରିବ ସେଥିପାଇଁ ହିଲ୍‌ ଥିବା ଶୁଜ୍‌ ଅର୍ଡର କରନ୍ତୁ ନାହିଁ।
ଯେକୌଣସି ସାଇଟ୍‌ରୁ ଶୁଜ୍‌ ଅର୍ଡର ନ କରି ଜଣାଶୁଣା ଶପିଂ ସାଇଟ୍‌ରୁ ମଗାନ୍ତୁ। ଅନ୍ୟ ବ୍ୟବହାରକାରୀଙ୍କ ରିଭ୍ୟୁ ରେଟିଂ ଦେଖିଲେ ମଧ୍ୟ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri