କେବେ ଓ କିଭଳି କରିବେ ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା? ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ନିରାକରଣକୁ ନେଇ ମତ ରଖିଛନ୍ତି। ସେଥିରେ କେଉଁ ପରିସ୍ଥିତିରେ କେଉଁ ବ୍ୟକ୍ତିଙ୍କ ପରୀକ୍ଷା ନେବା ଉଚିତ ବୋଲି ସେ କହିଛନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ମନରେ ଅନ୍ୟପାଇଁ ଥିବା ଭଲପାଇବା ଏବଂ ନିଷ୍ଠା ବିଷୟରେ ଜଣାପଡେ। ବିଶେଷକରି ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା କେଉଁ ସମୟରେ କରିବା ଉଚିତ ତାହା ଆସନ୍ତୁ ଜାଣିବା:

ଚାକରଙ୍କୁ ଏଭଳି ପରଖିବେ:
ଚାକର ଯେତେବେଳେ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତା’ ଉପରେ ନଜର ରଖନ୍ତୁ। ତାଙ୍କୁ ଦିଆଯାଇଥିବା କାମ ସେ କେଉଁଭଳି କରୁଛନ୍ତି ତାହା ଦେଖନ୍ତୁ। ଟଙ୍କାପଇସା କ୍ଷେତ୍ରରେ କୌଣସି କପଟ କରୁ ନ ଥିବାକୁ ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ସମୟରେ ଭାଇଙ୍କ ପରୀକ୍ଷା ନିଅନ୍ତୁ:
ବିପଦ ବେଳେ ଆମକୁ ଭାଇ ନଚେତ ବନ୍ଧୁଙ୍କ ପରୀକ୍ଷା ନେବା ଉଚିତ। ଏହି ସମୟରେ ସେ ସାହାଯ୍ୟ କରୁଛନ୍ତି ନା କେବଳ ନାଟକ କରୁଛନ୍ତି ତାହା ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ବେଳେ ବନ୍ଧୁଙ୍କ ପରୀକ୍ଷା ନିଅନ୍ତୁ:
ଅନେକ ଲୋକ ଆମର ଭଲ ବନ୍ଧୁ ବୋଲି ଦାବି କରନ୍ତି। ହେଲେ ଏହା କେତେ ସତ କେତେ ମିଛ ତାହା ବିପଦ ବେଳେ ଜଣାପଡେ। କାରଣ କେବଳ ପ୍ରକୃତ ବନ୍ଧୁ ହିଁ ଆପଣଙ୍କ ସହ ବିପଦରେ ଛିଡ଼ା ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

ପାଖରେ ଧନ ନ ଥିବା ବେଳେ ସ୍ତ୍ରୀଙ୍କୁ ପରଖନ୍ତୁ:
ଚାଣକ୍ୟଙ୍କ ଅନୁଯାୟୀ ପାଖରୁ ଧନ ଶେଷ ହୋଇଯିବା ପରେ ସ୍ତ୍ରୀଙ୍କ ପରୀକ୍ଷା କରିବା ଉଚିତ। ଟଙ୍କା ନ ଥିବା ବେଳେ ତାଙ୍କ ସ୍ବଭାବ ଓ ପ୍ରେମରେ ପରିବର୍ତ୍ତନ ଆସୁଛି କି ନାହିଁ ତାହା ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri