Advertisement

ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରିଥାନ୍ତେ ବଲିଉଡ୍‌ର ଡ୍ରିମଗର୍ଲ; ପ୍ରସ୍ତୁତ ଥିଲା ମଣ୍ଡପ, ହେଲେ…

ବମ୍ବେ: ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଆଜି ହାପି ବର୍ଥ ଡେ। ୧୯୬୪ରେ ଫିଲ୍ମ ‘ଗୀତ ଗାୟା ପତ୍ଥରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ଦୁଇଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। କେବଳ ଯେ ଅଭିନୟ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଥିଲେ ଏହି ଅଭିନେତା। ସେଥିରୁ ଗୋଟିଏ ଥିଲା ହେମା ମାଳିନୀଙ୍କ ସହ ତାଙ୍କ ବିବାହ।

ପରସ୍ପରର ବନ୍ଧୁ ଥିଲେ ହେଁ ଚଳଚ୍ଚିତ୍ର ‘ଦୁଲ୍ହନ’ର ଶୁଟିଂ ସମୟରେ ହେମାଙ୍କୁ ମନ ଦେଇ ବସିଥିଲେ ଜିତେନ୍ଦ୍ର। ପରିବାରଲୋକେ ଏହା ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ଦିନଧାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେତେବେଳେ ହେମା ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁଥିଲେ। ବିବାହ ଠିକ୍‌ ହେଉଥିବା ନେଇ ସେ ଅଭିନେତାଙ୍କୁ ଜଣାଇଥିଲେ। ଧର୍ମେନ୍ଦ୍ର ବିବାହ ଦିନ ଜିତେନ୍ଦ୍ରଙ୍କ ତତ୍କାଳିନ ପ୍ରେମିକା ଥିବା ଶୋଭା କପୁରଙ୍କୁ ନେଇ ବିବାହସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ସେ ନିଶାରେ ଥିଲେ। ଝିଅଙ୍କ ବିବାହରେ ବାଧା ସୃଷ୍ଟି ହେଉଥିବା ଦେଖି ହେମାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ବାହାରକୁ ତଡ଼ିଥିଲେ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ଝିଅଙ୍କ ଜୀବନରୁ କାହିଁକି ବାହାରିଯାଉନାହାନ୍ତି ସେ ବାରମ୍ବାର ପ୍ରଶ୍ନ କରୁଥିଲେ।

ହୋଟେଲରେ ବିବାହ ପାଇଁ ପ୍ରସ୍ତୁତି ସରିଥିଲା। ବଧୁ ବେଶରେ ହେମା ବେଶ ସୁନ୍ଦର ଲାଗୁଥିଲେ ହେଁ ଖୁସି ନ ଥିଲେ। ତାଙ୍କ ଆଖିରେ ଲୁହ ଥିଲା। ସେ ନିଜ ରୁମ୍‌ରୁ ବାହାରି ସମସ୍ତଙ୍କୁ କିଛି ଦିନ ବିବାହ ସ୍ଥଗିତ ରଖିବାକୁ କହିଥିଲେ। ହେଲେ ଜିତେନ୍ଦ୍ରଙ୍କ ପରିବାର ଆଜି ନୁହେଁ ତ କେବେ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଶେଷରେ ତାହା ହିଁ ହୋଇଥିଲା। ଜିତେନ୍ଦ୍ର ପରିବାର ସହ ସେଠାରୁ ଚାଲି ଯାଇଥିଲେ। ପରେ ଏହି ଅଭିନେତା ଶୋଭାଙ୍କୁ ଜୀବନସାଥୀ କରିଥିବା ନେଇ ହେମାଙ୍କ ଆତ୍ମଜୀବନୀ ‘ବିଅଣ୍ଡ ଦ ଡ୍ରିମ୍‌ ଗର୍ଲ’ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ପୁଳା ପୁଳା ସୁନା ପିନ୍ଧୁଥିଲେ ବାପି ଦା’

ବଲିଉଡ୍‌ର ପ୍ରଖ୍ୟାତ ସଜ୍ଞୀତଜ୍ଞ ବାପି ଲାହିରିଙ୍କ ପରଲୋକ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ...

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି।...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

ମାତ୍ର ୧୭ ବର୍ଷରେ ମିସ୍‌ ୟୁନିଭର୍ସ ଇଣ୍ଡିଆ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜି ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୪, ଫେବୃୟାରୀ ୨୫ରେ ଉତ୍ତରାଖଣ୍ଡର କୋଟଦ୍ୱାରରେ ସେ ଜନ୍ମଗହଣ କରିଥିଲେ। ଉର୍ବଶୀ ନିଜର...

ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ...

ଶୁଟିଂ ସେଟ୍‌ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍‌ କରୁଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ...

ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରି ବିବାଦରେ ଏହି ଅଭିନେତା, ଜୁହୁ ଥାନାରେ ରୁଜୁ ହେଲା ମାମଲା

ମୁମ୍ବାଇ: ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ...

ପୁଣି ଅନନ୍ୟାଙ୍କୁ ମିଳିଲା କରନଙ୍କ ଅଫର୍‌

ମୁମ୍ବାଇ: ବଲିଲଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’...

Advertisement
Archives

Model This Week