କି ପରିବର୍ତ୍ତନ ଆଣିବେ

ଆକାର ପଟେଲ

ଗତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୮ଟି ଜିତିଥିଲା। ଏହା କାହିଁକି ବିଧାନସଭା ନିର୍ବାଚନ ନ ଜିତିବ ତାହା କହିବା ମୁସ୍କିଲ। କାରଣ ଅନ୍ୟ ଦଳ ଅପେକ୍ଷା ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅଧିକ ସମ୍ବଳ ଯୋଗାଡ଼ କରିଛି। ଏହି ଦଳ ମଧ୍ୟ କେନ୍ଦ୍ରରେ କ୍ଷମତାରେ ରହିଛି। ପ୍ରଧାନମନ୍ତ୍ରୀ କହୁଛନ୍ତି ସେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବେ। ସମ୍ଭବତଃ ସେ ଏହା ଆଣିପାରନ୍ତି। କୌତୂହଳର ବିଷୟ, ତାଙ୍କ ପାର୍ଟି କି ପରିବର୍ତ୍ତନ ଆଣିବ ତାହା ସୂଚିତ କରିନାହାନ୍ତି। ୧୯୫୧ରେ ଜନସଂଘ ପ୍ରତିଷ୍ଠା ହୋଇଥିଲା। ଜାତୀୟ କାୟାକଳ୍ପ ବା ପୁନର୍ଜୀବନ ଯଜ୍ଞ ଭଳି ଭବ୍ୟ ଓ ନିରାକାର ଅଭିବ୍ୟକ୍ତିରୁ ଆରମ୍ଭ କରି ସଂସ୍କୃତକୁ ଆଧାର କରି ଇଂଲିଶ ବଦଳରେ ଟେକ୍‌ନିକାଲ ଏବଂ ବୈଜ୍ଞାନଭିତ୍ତିିକ ଶବ୍ଦ ପ୍ରଚଳନ କରିବାକୁ ଭାଷା ବିଶାରଦଙ୍କୁ କହିବା ଯାଏ, ଜନସଂଘ କିମ୍ବା ଭାଜପା ବିଭିନ୍ନ ସମୟରେ ଇସ୍ତାହାରଗୁଡ଼ିକୁ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଆସିଛନ୍ତି। ଜନସଂଘର ବିଚାରକ ବା ଚିନ୍ତକ ଦୀନଦୟାଲ ଉପାଧ୍ୟାୟ ରାଜ୍ୟଗୁଡ଼ିକର ଅସ୍ତିତ୍ୱ ରହୁ ବୋଲି ଚାହିଁ ନ ଥିଲେ। ତାଙ୍କ ଇଣ୍ଟରନାଲ ହ୍ୟୁମାନିଜମ୍‌ ଲେକ୍‌ଚରଗୁଡ଼ିକରେ ସେ କହିଥିତ୍ଲେ- ସମ୍ବିଧାନର ପ୍ରଥମ ପାରା ଅନୁଯାୟୀ ଇଣ୍ଡିଆ ଯାହା ଭାରତ ରାଜ୍ୟଗୁଡ଼ିକର ସଂଘ ହେବ; ତାହା ବିହାର ମାତା, ବଙ୍ଗ ମାତା, ପଞ୍ଜାବ ମାତା, କନ୍ନଡ଼ ମାତା, ତାମିଲ ମାତା ଏ ସବୁକୁ ଏକାଠି ନେଇ ଭାରତ ମାତା ହେଉ। ଏହା ହାସ୍ୟାସ୍ପଦ। ଯଦି ଆମେ ରାଜ୍ୟଗୁଡ଼ିକୁ ସଂଘୀୟ ବ୍ୟବସ୍ଥାରୁ ବାହାର କରିଦେବା ତେବେ କେନ୍ଦ୍ର ସରକାର ଏବଂ ଗାଁ ମଧ୍ୟରେ କି ପ୍ରକାର ପ୍ରଶାସନିକ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ସେ ଆମକୁ କହିଲେ ନାହିଁ। ପାର୍ଟି ପ୍ରଥମ ଇସ୍ତାହାରରେ କଳାବଜାରୀ, ଲାଭଖୋର ମନୋଭାବ ଏବଂ ନେପୋଟିଜମକୁ ପ୍ରମୁଖ ସମସ୍ୟା ଭାବେ ଚିହ୍ନଟ କରିଥିଲା। ପରେ ବହୁ ସମୟରେ ଜନସଂଘ ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ କିଛି ଉଲ୍ଲେଖ କଲା ନାହିଁ। ସେଗୁଡ଼ିକ ସମାଧାନ ହୋଇଗଲା କି ପାର୍ଟି ପାଇଁ ଅପ୍ରାସଙ୍ଗିକ ହୋଇଗଲା, ତା’ ବିଷୟରେ କିଛି କହିଲା ନାହିଁ। ଏହାର ପ୍ରଥମ ଇସ୍ତାହାରରେ କୃଷି ଉପରେ ପ୍ରଥମେ ଉଲ୍ଲେଖ କରି ଚାଷୀମାନଙ୍କୁ ଅଧିକ ଉତ୍ପାଦନ ପାଇଁ କଠିନ ଶ୍ରମର ଆବଶ୍ୟକତା ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷିତ ତଥା ଉତ୍ସାହିତ କରିବାକୁ ଏକ ଦେଶବ୍ୟାପି ଅଭିଯାନ ପାଇଁ ଡାକରା ଦେଇଥିଲା। ପରେ ଏହା କୃଷିରେ ଯାନ୍ତ୍ରିକ ଉପଯୋଗକୁ ଉତ୍ସାହିତ କରିଥିଲା। କୃଷି ଜୀବନର ଗାଈକୁ ଏକ ଅର୍ଥନୈତିକ ୟୁନିଟ୍‌ କରିବାର ଆବଶ୍ୟକତାକୁ ଲକ୍ଷ୍ୟ କରି ୧୯୫୧ରେ ଗୋ ହତ୍ୟା ନିଷେଧ ସମ୍ପର୍କରେ ବିି କହିଥିଲା। ୧୯୫୪ରେ ଏହି ବିଷୟ ଅଧିକ ଧର୍ମକୈନ୍ଦ୍ରିକ ଥିଲା ଓ କୁହାଗଲା ଯେ ଗୋ ସୁରକ୍ଷା ଏକ ‘ପବିତ୍ର କର୍ତ୍ତବ୍ୟ’।
୧୯୫୪ ଏବଂ ପୁନଶ୍ଚ ୧୯୭୧ରେ ଜନସଂଘ ସଙ୍କଳ୍ପ କରିଥିଲା ଯେ, ସବୁ ଭାରତୀୟ ନାଗରିକମାନଙ୍କର ପ୍ରତି ମାସରେ ସର୍ବାଧିକ ଆୟ ୨,୦୦୦ ଟଙ୍କା ଓ ସର୍ବନିମ୍ନ ୧୦୦ ଟଙ୍କାରେ ସୀମିତ ରଖିବ। ପାର୍ଟି ମଧ୍ୟ ସହରରେ ବାସୋପଯୋଗୀ ଘରଗୁଡ଼ିକର ଆକାର କମ୍‌ କରିବ ଓ ୧୦୦୦ ବର୍ଗୟାର୍ଡରୁ ଅଧିକ ପ୍ଲଟକୁ ଅନୁମତି ଦେବ ନାହିଁ ବୋଲି କହିଥିତ୍ଲା। ୧୯୫୪ରେ ପାର୍ଟି କହିଲା, ସମ୍ବିଧାନର ପ୍ରଥମ ସଂଶୋଧନ ଯାହା ବାକ୍‌ସ୍ବାଧୀନତାକୁ ସୀମିତ କରୁଛି ତାହାକୁ ହଟାଇ ଦେବ। ତେବେ ୧୯୫୪ ପରେ ପ୍ରଥମ ସଂଶୋଧନ ହଟାଯିବା, ଭାରତୀୟମାନଙ୍କର ବାକ୍‌ସ୍ବାଧୀନତା ଫେରାଇ ଅଣାଯିବା ଉପରେ ଜନସଂଘର ସଙ୍କଳ୍ପ ତା ଇସ୍ତାହାରରୁ ଅଦୃଶ୍ୟ ହୋଇଗଲା। କୌତୂହଳର ବିଷୟ ଜନସଂଘ କହିଥିଲା ଯେ, ଏହା ମଧ୍ୟ ବ୍ୟକ୍ତି ସ୍ବାଧୀନତାର ସମ୍ପୂର୍ଣ୍ଣ ବିରୋଧୀ ପ୍ରିଭେଣ୍ଟିଭ ଡିଟେନ୍‌ଶନ ଲ’କୁ ହଟାଇ ଦେବ। ଏହି ପ୍ରକାର ଦାବି ମଧ୍ୟ ୧୯୫୦ କରାଯାଇଥିତ୍ଲା। ସମୟ କ୍ରମରେ ସଂଘ ଏବଂ ଭାଜପା ପିଭେଣ୍ଟିଭ ଡିଟେନ୍‌ଶନ ଲ’ ଏବଂ ୟୁଏପିଏ ଲ’ର ସବୁଠୁ ବଡ଼ ସମର୍ଥକ ହୋଇଗଲେ। ଏପରି କି ଅଯୋଧ୍ୟା କିମ୍ବା ରାମମନ୍ଦିର ଉପରେ ଜନସଂଘ ଇସ୍ତାହାରରେ ୧୯୫୧ରୁ ୧୯୮୦ ମଧ୍ୟରେ କିଛି ଉଲ୍ଲେଖ କରାଯାଇ ନ ଥିଲା। ୧୯୫୭ରେ ପାର୍ଟି ଘୋଷଣା କରିଥିଲା ଯେ, ଭାରତୀୟମାନଙ୍କ ଜୀବନଧାରଣର ମାନକୁ ଦୃଷ୍ଟିରେ ରଖି ଏହା ଅର୍ଥନୈତିକ ଧାରାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆରମ୍ଭ କରିବ। ତେବେ ଏହା ଆଉ ଭିବିଷ୍ୟତରେ କୌଣସି ଇସ୍ତାହାରରେ କ୍ରାନ୍ତିକାରୀ ପରିବର୍ତ୍ତନର ପ୍ରସଙ୍ଗକୁ ସ୍ଥାନ ଦେଲା ନାହିଁ।
ଜନସଂଘର ପ୍ରଥମ ଇସ୍ତାହାରର କିଛି ମାସ ପୂର୍ବରୁ ଗୃହୀତ ହୋଇଥିବା ସମ୍ବିଧାନ ଉପରେ ସକାରାତ୍ମକ କିମ୍ବା ନକାରାମତ୍କ କିମ୍ବା ଏହାର ଆଦର୍ଶ ସମ୍ପର୍କରେ ଏହା ମନ୍ତବ୍ୟ ଦେଇନାହିଁ। ଆମ୍ବେଡକର ହିନ୍ଦୁ ପର୍ଶନାଲ ଲ’ରେ ଏକ ସାଧାରଣ ପରିବର୍ତ୍ତନ କରିବା ଲାଗି ପ୍ରସ୍ତାବ ଦେଇଥିଲେ, ମୁଖ୍ୟତଃ ମହିଳାମାନଙ୍କ ଉତ୍ତରାଧିକାର ଉପରେ ଉଠୁଥିବା ପ୍ରଶ୍ନ ଉପରେ ଏଭଳି ପରିବର୍ତ୍ତନର କଥା ଉଠାଇଥିଲେ। କିନ୍ତୁ ଏହି ସଂସ୍କାରକୁ ଜନସଂଘ ଏହାର ୧୯୫୧ ଇସ୍ତାରରେ ବିରୋଧ କରିଥିଲା। ଜନସଂଘ ଏହାର ବହୁବାଦ ବା ସଂଖ୍ୟାଧିକ ସମାଜକୁ ଅଗ୍ରାଧିକାର ଦେବା ନୀତିକୁ ସ୍ପଷ୍ଟ ତଥା ଦୃଢ଼ ସ୍ବରରେ ପ୍ରକାଶ କରିବାକୁ ଅକ୍ଷମ ଥିଲା,ଯାହା ବିଜେପି ପରେ କରିପାରିଲା। କାରଣ ମୁସଲମାନ ବିରୋଧୀ ଭାବନାକୁ ଗତିଶୀଳ କରିବା ଲାଗି ଜନସଂଘ ନିକଟରେ ସ୍ବତନ୍ତ୍ର ଯୋଜନାର ଅଭାବ ରହିଥିଲା; ଯଥା ବାବ୍ରି ମସଜିଦ ବିରୋଧୀ ଅଭିଯାନ ଭଳି। ଜନସଂଘର ସମ୍ପୂର୍ଣ୍ଣ କାଳ ମଧ୍ୟରେ ଏହାର କୌଣସି ଗୁରୁତ୍ୱ ବି ନ ଥିଲା। ଜାତୀୟ ସ୍ତରରେ ଗଣ ଅଭିଯାନ ଚଳାଇଲା ଭଳି ଘଟଣା ନ ଥିବାରୁ ଜନସଂଘ ପ୍ରତ୍ୟେକ ନିର୍ବାଚନରେ କିଛି କିଛି ଆସନ ପାଇ ଏକ ଗୌଣ ରାଜନୈତିକ ଦଳ ହୋଇ ରହିଗଲା। ୧୯୭୧ରେ ଶେଷଥର ଏହା ନିର୍ବାଚନ ଲଢ଼ି ୨୨ଟି ଆସନ ସହ ୭% ଭୋଟ ପାଇଥିଲା। ଏହା ସେତେବେଳେ ନିଜକୁ ୪ର୍ଥ ବୃହତ୍‌ ଦଳ ଭାବେ ପ୍ରତିପାଦିତ କରିପାରିଥିଲା। ଜନସଂଘ ଭଳି ଏକ କ୍ୟାଡର ଆଧାରିତ ଦଳରୁ କେବଳ ଆଡ୍‌ଭାନୀ ଏବଂ ପରେ ମୁଖ୍ୟତଃ ମୋଦିଙ୍କ ନେତୃତ୍ୱରେ ଭାଜପା ଗଣ ଆଧାରିତ ରାଜନୈତିକ ଶକ୍ତି ଭାବେ ଉଭା ହୋଇଛି। ତେବେ ଏବେ ଭାଜପା କି ପରିବର୍ତ୍ତନ ଆଣିବ ବୋଲି କହୁଛି ଓ କେଉଁ ବିଚାରଧାରାରେ ହାସଲ କରିବାକୁ ଚାହୁଁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri