ପାକିସ୍ତାନରେ ଅଟା, ତେଲ, ପିଆଜ ସଙ୍କଟ ଭାରତ ପାଇଁ ହୋଇପାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଇସଲାମାବାଦ,୧୨ ।୧: ପାକିସ୍ତାନରେ ଚିକେନ ଠାରୁ କ୍ଷୀର ପର୍ଯ୍ୟନ୍ତ ଓ ଅଟାରୁ ପିଆଜ ପର୍ଯ୍ୟନ୍ତ ସବୁର ଦାମ ଏବେ ଆକାଶ ଛୁଆଁ । ଦେଶର ଆର୍ଥିକ ସଙ୍କଟ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଢି ଚାଲିଥିବା ଋଣ ବୋଝ, କମ ହେବାରେ ଲାଗିଥିବା ବିଦେଶୀ ମୁଦ୍ର ଭଣ୍ଡାର, ରାଜନୈତିକ ଅସ୍ଥିରତା ଓ ଜିଡିପିରେ ହ୍ରାସ ଯୋଗୁ ପାକିସ୍ତାନର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏହି ଦେଶରେ ଭାରତ ସହ ଜଡିତ କମ୍ପାନୀ ଗୁଡିକର ବି ସ୍ଥିତି ଖୁବ ଖରାପ । ଏବେ ପ୍ରଶ୍ନ ଉଠୁଛି କି ପାକିସ୍ତାନର ଏହି ସ୍ଥିତି ଭାରତ ଉପରେ କି ପ୍ରଭାବ ପକାଇବ ।

ଆର୍ଥିକ ଭାବେ ଦୁର୍ବଳ ପାକିସ୍ତାନରେ ଚାଇନାର ଅନୁପ୍ରବେଶ ବଢୁବ ଓ ନେପାଳରେ ପ୍ରଚଣ୍ଡ ସରକାର ଯାହାକୁ ପ୍ରୋ ଚାଇନା ବୋଲି କୁହାଯାଏ ଏଭଳି ସ୍ଥିତିରେ ଭାରତ ପାଇଁ ପାକିସ୍ତାନ, ଚାଇନା ଓ ନେପାଳ ବଡ ଚ୍ୟାଲେଞ୍ଜ ହୋଇପାର ।
ଭାରତ ପାଇଁ ଆଉ ଏକ ପଡୋଶୀ ଆଫଗାନିସ୍ତାନରେ ଏବେ ନାଗରିକଙ୍କ ଅଧିକାର ଛଡାଇ ନେଉଥିବା ସରକାର ରହିଛି, ପାକିସ୍ତାନରେ ତହରିକ-ଏ-ଇନସାଫ ପାକିସ୍ତାନ ଯଦି ଏହାର ସହାୟତାରେ ଶକ୍ତିଶାଳୀ ହେଲା, ତେବେ ପାକସ୍ତାନ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ କବଜାକୁ ଚାଲିଯିବ ଯାହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇଯିବ ।
ଏହି ସମୟରେ ଇନଫ୍ରାଷ୍ଟକ୍‌ଚର ନାମରେ କାଙ୍ଗାଳ ପାକିସ୍ତାନକୁ ଚାଇନା ଖୁବ୍ ସାହାଯ୍ୟ କରିପାରେ ଓ ଭାରତ ବିରୋଧରେ ରଣନୀତି ପ୍ରସ୍ତୁତ କରିପାରେ । ଚାଇନା ତା’ର ବ୍ୟସାୟିକ ଲାଭ ପାଇଁ ଏହାର ବ୍ୟବହାର ବି କରିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri