ଆମେ ଖାଇବା କ’ଣ

ପ୍ରେମାନନ୍ଦ ନାୟକ

ଜଗତର କଲ୍ୟାଣ ତଥା ଜୀବନ ଧାରଣ ପାଇଁ ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟିରେ ସୁବନ୍ଦୋବସ୍ତ କରିଛନ୍ତି। ବିଡମ୍ବମନାର ବିଷୟ, ଆଜିର ସ୍ବାର୍ଥାନ୍ବେଷୀ ମଣିଷ କେବଳ ଅଧିକ ଅର୍ଥ ଉପାର୍ଜନ ଲାଳସାରେ ସୃଷ୍ଟିର ସବୁ ପଦାର୍ଥକୁ ଭେଜାଲ ବା ଅପମିଶ୍ରଣ କରି ଚାଲିଛି, ଯାହା ମଣିଷର ସ୍ବାସ୍ଥ୍ୟ ପକ୍ଷରେ ହାନିକାରକ। ପ୍ରଥମେ ଗାଈ କ୍ଷୀରକୁ ନିଆଯାଇପାରେ। ଗାଈର କ୍ଷୀର ବିଭିନ୍ନ ପ୍ରକାର ଖାଦ୍ୟସାରରେ ଭରପୂର। ଏଥିରେ କାଲ୍‌ସିୟମ, ପ୍ରୋଟିନ୍‌, ଆୟୋଡିନ୍‌, ପୋଟାସିୟମ, ଫସ୍‌ଫରସ୍‌, କାର୍ବୋହାଇଡ୍ରେଟ୍ସ, ଭିଟାମିନ୍‌ ବି-୨ ଓ ବି-୧୨ ରହିଛି। ଏଥିରେ ଥିବା ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍ସ ଓ ଫ୍ୟାଟ୍‌ ଶରୀରକୁ ଅଫୁରନ୍ତ ଶକ୍ତି ଯୋଗାଏ। ବିଡମ୍ବନାର ବିଷୟ, ଏବେ ବଜାରରେ ଅସଲି ବା ଖାଣ୍ଟି କ୍ଷୀର ନାମରେ ନକଲି (ସିନ୍ଥେଟିକ) କ୍ଷୀର ବିକ୍ରି ହେଉଛି। ୨୦୧୯ ଜୁଲାଇରେ ମଧ୍ୟପ୍ରଦେଶ ପୋଲିସ ଏକ ବଡଧରଣର ନକଲି (ସିନ୍ଥେଟିକ) କ୍ଷୀର ବିକ୍ରି ର଼୍ୟାକେଟକୁ ଧରିଥିଲା। ଆହୁରି ମଧ୍ୟ କ୍ଷୀର ଉପତ୍ାଦନ ବଢ଼ାଇବାକୁ ଆମେ ଗାଈକୁ ଅକ୍ସିଟୋସିନ୍‌ ହରମୋନ ଦେଇଥାଉ। ହେଲେ ଏହା ଗାଈର ଯେ କେବଳ କ୍ଷତି କରେ ତାହା ନୁହେଁ, ଗାଈର କ୍ଷୀର ମଧ୍ୟ ହୃଦ୍‌ରୋଗ ଓ କର୍କଟରୋଗ ସୃଷ୍ଟି କରିଥାଏ।
‘ଡ୍ରଗ୍‌ସ ଟେକ୍‌ନିକାଲ ଆଡ୍‌ଭାଇଜରି ବୋର୍ଡ’ ଏବଂ କୋଲକାତାର ‘ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ ଆଣ୍ଡ ପବ୍ଲିକ୍‌ ହେଲ୍‌ଥ’ ସହ ସମ୍ପୃକ୍ତ ଗବେଷକମାନେ ଭାରତୀୟ ବଜାରରେ ପ୍ଲାଷ୍ଟିକ୍‌ ବୋତଲରେ ବିକ୍ରି ହେଉଥିବା ପାଞ୍ଚଟି ଲୋକପ୍ରିୟ ବ୍ରାଣ୍ଡ୍‌ର ମୃଦୁ ପାନୀୟରୁ ଲିଡ୍‌, କାଡ୍‌ମିଅମ୍‌ ଓ କ୍ରୋମିଅମ୍‌ ଧାତୁ ପାଇଛନ୍ତି। ଏସବୁ ଧାତୁ କର୍କଟ ରୋଗ ସୃଷ୍ଟି କରିପାରନ୍ତି। ମସ୍ତିଷ୍କ, ସ୍ନାୟୁ ବ୍ୟବସ୍ଥା, ବୃକକ୍‌ ଓ ଶ୍ୱାସକ୍ରିୟା ବ୍ୟବସ୍ଥାକୁ ନଷ୍ଟ କରିପାରନ୍ତି। ଏହି ପାନୀୟରେ ମାତ୍ରାଧିକ କ୍ୟାଲୋରୀ ଥିବାରୁ ମଧୁମେହ ହେବାର ଆଶଙ୍କା ବଢ଼ାଇଥାଏ। ଫସ୍‌ଫରିକ ଏସିଡ୍‌ ଥିବାରୁ ହାଡ଼ଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଥାନ୍ତି। ବିଭିନ୍ନ ମୃଦୁ ପାନୀୟରେ କେରେମେଲ ନାମକ ରାସାୟନିକ ପଦାର୍ଥ ଥିବା କାରଣରୁ କର୍କଟ ରୋଗ ହେବାର ଅନ୍ୟତମ କାରଣ ବୋଲି ବିଶେଷଜ୍ଞଙ୍କ ମତ। ଉଲ୍ଲେଖଯାଗ୍ୟ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ନକଲି ମୃଦୁପାନୀୟ କାରଖାନାକୁ ପୋଲିସ ଜବତ କରିଛି।
ଆୟୁର୍ବେଦ ଶାସ୍ତ୍ରରେ ହଳଦୀକୁ ମହୌଷଧି ଭାବେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପରୀକ୍ଷାରେ ପ୍ରମାଣିତ ହୋଇଛି ଯେ, ହଳଦୀଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ସମ୍ଭାବନାକୁ କମ୍‌ କରିଥାଏ। ନିୟମିତ ଭାବରେ ଅଳ୍ପ ପରିମାଣର ଶୁଦ୍ଧ ହଳଦୀ ସ୍ବାସ୍ଥ୍ୟ ପାଇଁ ହିତକାରୀ ବୋଲି ଆୟୁର୍ବେଦ ବିଶେଷଜ୍ଞଙ୍କ ମତ। କିନ୍ତୁ ହଳଦୀରେ କରତଗୁଣ୍ଡ, ପୋକରା ଚାଉଳ ଗୁଣ୍ଡ, ଅଟା, ନାଲି ରଙ୍ଗ ଅପମିଶ୍ରଣ କରି ତାହାକୁ ମଣିଷର ବ୍ୟବହାର ପାଇଁ ଅନୁପଯୋଗୀ କରାଯାଉଛି। ଆମିଷ ମଧ୍ୟରେ ମାଛ ଏକ ଉପାଦେୟ ଖାଦ୍ୟ ଭାବେ ପରିଚିତ। କିନ୍ତୁ ବିଡମ୍ବନାର ବିଷୟ, ମଲା ମାଛକୁ ସତେଜ ରଖିବାକୁ ରାସାୟନିକ ପ୍ରଲେପ ଦିଆଯାଉଛି। ମଲାମାଛର ଶରୀର ଓ ଗାଲିତଳେ ‘ଫର୍ମାଲଡିହାଇଡ’ ନାମକ ମାରାତ୍ମକ ରାସାୟନିକ ପଦାର୍ଥ ଦିଆଯାଉଛି। ସାଧାରଣତଃ ଏହି ରାସାୟନିକ ପଦାର୍ଥ ଡାକ୍ତରଖାନାରେ ଶବ ସଂରକ୍ଷଣ ପାଇଁ ବ୍ୟବହାର ହୋଇଥାଏ। ସେହିପରି ଆଜିକାଲି ଖାଦ୍ୟ ପାଇଁ ପାଳିତ ପଶୁ ପକ୍ଷୀମାନଙ୍କଠାରେ ମାତ୍ରାଧିକ ପରିମାଣରେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକର ପ୍ରୟୋଗ ହେଉଛି, ଯାହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। କଟକରେ ଚାଲୁଥିବା ଭେଜାଲ ଗୁଣ୍ଡି, ଗୁଡାଖୁ ଓ ଜର୍ଦ୍ଦା କାରଖାନାରେ କୋଲକାତାରୁ ଆସୁଥିବା ତରଳ ରାସାୟନିକ ପଦାର୍ଥ ସହିତ ଚାକୁଣ୍ଡା ପତ୍ର, ଅପମିଶ୍ରିତ ସୁଗନ୍ଧିତ ତୈଳ, କାଠଗୁଣ୍ଡ, ଇଟାଗୁଣ୍ଡ ଆଦି ବ୍ୟବହାର କରି ପାନ ମସଲା ଓ ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା ଏବଂ ନାମୀ କମ୍ପାନୀ ଜରିରେ ପା୍ୟକେଟ୍‌ କରି ହାଟ ଓ ବଜାରକୁ ବିକ୍ରି ପାଇଁ ଛଡ଼ା ଯାଉଥିଲା। ନିକଟରେ ପୋଲିସ ସେଠାରେ ଚଢ଼ଉ କରି ଉକ୍ତ କାରଖାନାକୁ ଜବତ କରିଛି। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଠାବ ହୋଇଥିବା ଏକ ନକଲି ଘିଅ କାରଖାନାରେ ପାମୋଲିନ ତେଲ ବା ଜଡାତେଲରେ କିଛି ରାସାୟନିକ ପଦାର୍ଥ ଓ ରଙ୍ଗ ମିଶାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା। ଘିଅ ବାସ୍ନା ପାଇଁ ଏକପ୍ରକାର ମଞ୍ଜି ଏବଂ ସୁଗନ୍ଧ ତେଲ ବ୍ୟବହାର କରାଯାଉଥିଲା। ପୋଡ଼ା ମୋବିଲ, ରିଫାଇନ ଭଳି ସାମଗ୍ରୀ ମିଶ୍ରଣ କରାଯାଇ ଭେଜାଲ ଘିଅ ପ୍ରସ୍ତୁତ ହେଉଥିଲା। ଜଗତପୁର ଶିଳ୍ପାଞ୍ଚଳରେ ଜବତ ହୋଇଥିବା ଏକ କାରଖାନାରେ ରାସାୟନିକ ଆମୋନିଆ ବାଇକାର୍ବୋନେଟ୍‌ ସାର ଓ ପୋକରା ଚାଉଳ ମିଶ୍ରଣରେ ନକଲି ସୋୟାବିନ ପ୍ରସ୍ତୁତ ହେଉଥିଲା। ଏହି ନକଲି ସୋୟାବିନ ଖାଇବା ଦ୍ୱାରା ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀଙ୍କ ମତ।
ଆମ୍ବ, ଅମୃତଭଣ୍ଡା, କଞ୍ଚାକଦଳୀକୁ ପଚାଇବା ପାଇଁ ବ୍ୟବହୃତ କ୍ୟାଲ୍‌ସିୟମ କାର୍ବାଇଡ୍‌ ମଧ୍ୟ କର୍କଟ ରୋଗକାରକ। ଅସଲି ପନିର ପରିବର୍ତ୍ତେ ଏବେ ବଜାରରେ ନକଲି (ସିନ୍ଥେଟିକ) ପନିର ମିଳୁଛି। ଏଥିରେ ବିଭିନ୍ନ ଦୁଗ୍ଧ ଉପତ୍ାଦିତ କାରଖାନାରୁ ନଷ୍ଟ ହେଉଥିବା ଦୁଗ୍ଧ, ନରମ କରିବା ଲାଗି ସଲ୍‌ଫ୍ୟୁରିକ୍‌ ଏସିଡ୍‌, ମଇଦା, ସତେଜ ରହିବା ଲାଗି ଫର୍ମାଲିନ୍‌, ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବା ଲାଗି ଗ୍ଲିସେରିନ୍‌ ଓ ଧୋବ ଫରଫର ଦିଶିବା ଲାଗି ୟୁରିଆ ସାର ଭଳି ଘାତକ ସାମଗ୍ରୀ ମିଶାଯାଉଛି। ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମେତ ବହୁ ପ୍ରକାର ପେଟରୋଗ ଦେଖାଦେଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ସୋରିଷତେଲର ରଙ୍ଗକୁ ଗାଢ଼ କରିବା ପାଇଁ ଏଥିରେ ମିଶା ଯାଉଥିବା ଆଇସୋଥିଓ ସାଇନେଟ୍‌ ରାସାୟନିକ ପଦାର୍ଥ ଲିଭର କର୍କଟ ରୋଗ ସୃଷ୍ଟିକାରୀ। ଲାଲ୍‌ ଲଙ୍କାଗୁଣ୍ଡରେ କର୍କଟକାରକ ସୁଦାନ-୧ ବିଷାକ୍ତ ପଦାର୍ଥ ମିଶାଯାଉଛି। ଗୋଲମରିଚରେ ଅମୃତଭଣ୍ଡା ମଞ୍ଜି, ସୁଜି, ଚାଉଳଗୁଣ୍ଡରେ ସୋଡିୟମ ବାଇକାର୍ବୋନେଟ୍‌ର ମିଶ୍ରଣ ହେଉଛି।
ଚାଷରେ ବହୁଳ ଭାବରେ ବ୍ୟବହାର ହେଉଥିବା କୀଟନାଶକ ଯୋଗୁ ଆମେ ପ୍ରତ୍ୟହ ଯେଉଁ ଭାତ, ରୁଟି, ଡାଲି, ତରକାରି ଇତ୍ୟାଦି ଖାଉ, ତାହା ମଧ୍ୟ ବିଷମୁକ୍ତ ନୁହେଁ। ଫଳରେ ମଣିଷ ନାନାଦି ଜଟିଳ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାରେ ବିପୁଳ ଅର୍ଥ ବ୍ୟୟ କରିବା ସହିତ କ୍ରମେ ମୃତ୍ୟୁମୁଖରେ ପଡୁଛି। ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ଅପମିଶ୍ରିତ ଖାଦ୍ୟସାମଗ୍ରୀ ମଣିଷ ପାଇଁ ବିରାଟ ବିପଦ ଭାବରେ ଉଭା ହୋଇଛି। ଏବେ ପ୍ରଶ୍ନ ହେଉଛି, ତେବେ ଆମେ ଖାଇବା କ’ଣ ?
ଏହିସବୁ ଅଖାଦ୍ୟ ଖାଇ ବଞ୍ଚିବା କିପରି ଓ କେତେଦିନ ଅବା ବଞ୍ଚିବା? ଏହା ହିଁ ଆଜିର ମଣିଷ ପାଇଁ ଏକ ବିରାଟ ପ୍ରଶ୍ନବାଚୀ। ସତେଯେପରି ମଣିଷ ହିଁ ଆଜି ପୃଥିବୀପୃଷ୍ଠରୁ ମଣିଷ ଜାତିକୁ ଲୋପ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିବାରେ ଲାଗିଛି।
ଶହୀଦନଗର, ଭୁବନେଶ୍ୱର
ମୋ- ୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri