ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ ବିଭାଗ ନିକଟକୁ। ଫଳରେ ମାତ୍ର କିଛି ସମୟ ମଧ୍ୟରେ ବନ କର୍ମଚାରୀମାନେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଜଙ୍ଗଲ ସମ୍ପଦକୁ ସୁରକ୍ଷିତ କରିବାରେ ସଫଳ ହେଉଛନ୍ତି।
ଢେଙ୍କାନାଳ ସହରକୁ ଲାଗିଥିବା ପାଣି ଓହଳା ପାହାଡ ଜଙ୍ଗଲ ଓ ଚାରଖୋଲା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ୍‌ କ୍ୟାମେରା ଉଡାଯାଉଛି। ଏଥିଯୋଗୁ କେଉଁ ସ୍ଥାନରେ ନିଆଁ ଲାଗିଛି ତାହା ଶୀଘ୍ର ଚିହ୍ନଟ କରାଯାଇପାରୁଛି। ଏପରି କି ଫଟୋ ପାଇବାର ମାତ୍ର ୧୦ ମିନିଟ ମଧ୍ୟରେ ନିଆଁ ଲିଭାଇବାର ଉଦ୍ୟମ ଆରମ୍ଭ କରାଯାଇପାରୁଛି। ଜଙ୍ଗଲ ସହ ଏହା ମଧ୍ୟରେ ରହୁଥିବା ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ସେହିପରି କପିଳାସ ଅଭୟାରଣ୍ୟରେ ଅଧିକାଂଶ ସମୟରେ ନିଆଁ ଲାଗୁଥିବାରୁ ସେଠାରେ ସ୍ବତନ୍ତ୍ର ଭାବେ ନିଆଁକୁ ଆୟତ କରିବା ପାଇଁ ଥର୍ମାଲ ଇମେଜିଂ ବ୍ୟବସ୍ଥା ରହିଥିବା ଏକ ସ୍ବତନ୍ତ୍ର ଡ୍ରୋନ୍‌ କ୍ୟାମେରା ଆଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ମେଘୁଆ ପାଗ, କୁହୁଡି କିମ୍ବା ଧୁଆଁ ଥିଲେ ମଧ୍ୟ ଏହି ସ୍ବତନ୍ତ୍ର କ୍ୟାମେରା ନିଆଁ ଲାଗିବା ସ୍ଥାନର ଫଟୋ ଅତି ପରିଷ୍କାର ଭାବେ ଉଠାଇପାରିବ। ଏହାର ବ୍ୟବହାର ପାଇଁ ବନ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି। ସେହିପରି ବର୍ତ୍ତମାନ ସାଟେଲାଇଟ ଫଟୋଚିତ୍ରକୁ ନେଇ ନିଆଁ ଲାଗିବା ସ୍ଥାନକୁ ଚିହ୍ନଟ କରାଯାଉଛି। ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲାରେ ଥିବା ୮୦ ଜଣ ସଦସ୍ୟଙ୍କୁ ତାଲିମ ଦିଆଯାଇଛି। ଗତ ୩ଦିନ ହେବ ଢେଙ୍କାନାଳ ସହରର ଚାରଖୋଲା ସଂରକ୍ଷିତ ଜଙ୍ଗଲ ଓ ପାଣି ଓହଳା ପାହାଡ ଜଙ୍ଗଲରେ ଲଗାତର ନିଆଁ ଲାଗୁଥିବା ଦେଖାଯାଇଛି। ତଥାପି ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।

ଶୁଖିଲା ପତ୍ର ସଫା କରାଯାଉ
ଖରାଦିନ ଆସିଲେ ଜଙ୍ଗଲ ଶୁଖିଲା ପତ୍ରରେ ଭରିଯାଏ। ବନ କର୍ମଚାରୀମାନେ ତଳେ ପଡିଥିବା ପତ୍ରଗୁଡିକୁ ସଫା କରିବା ବ୍ୟବସ୍ଥା କରାଇପାରିଲେ ନିଆଁ ଅଧିକ ବ୍ୟାପନ୍ତା ନାହିଁ। ବର୍ତ୍ତମାନ ସାଟେଲାଇଟ ଫଟୋରେ ଚିହ୍ନଟ କରି ନିଆଁ ଲାଗିଥିବ ସ୍ଥାନ ଠାବ କରାଯାଇପାରୁଛି। ସେହିପରି ଡ୍ରୋନ୍‌ କ୍ୟାମେରାରେ ମଧ୍ୟ ଏହାକୁ ଜାଣିହେବ ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ପ୍ରକୃତି ସୁରକ୍ଷା ଜରୁରୀ
ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରାଯିବା ଜରୁରୀ। ପ୍ରକୃତି ବଞ୍ଚିଲେ ଜୀବଜଗତ ସୁରକ୍ଷିତ ହୋଇପାରିବ। ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ଜରୁରୀ। ଜଙ୍ଗଲ, ପାହାଡ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରକୃତି ପାଇଁ କେତେ ଉପାଦେୟ ତାହା ସମସ୍ତେ ଜାଣିବା ଉଚିତ। ମିଳିତ ପ୍ରୟାସ ରହିଲେ ନିଆଁ ଦାଉରୁ ପ୍ରକୃତିକୁ ରକ୍ଷା କରିହେବ।
-ପ୍ରଦ୍ୟୁମ୍ନ ପଣ୍ଡା, ସାମାଜିକ କର୍ମୀ
ଘଣ୍ଟାଏ ବ୍ୟବଧାନରେ ଡ୍ରୋନ୍‌ ଉଡ଼ାଯାଉଛି
ନିଆଁକୁ ଆୟତ କରିବା ପାଇଁ ସାଟେଲାଇଟ୍‌ ମାଧ୍ୟମରେ ଫଟୋ ଆମେ ପାଉଛୁ। ଏତଦ୍‌ବ୍ୟତୀତ ପାଣିଓହଳା ଜଙ୍ଗଲ, ପାହାଡ ଓ ଚାରଖୋଲା ଜଙ୍ଗଲରେ ନିଆଁ ଧରୁଥିବା ସ୍ଥାନ ଚିହ୍ନଟ ପାଇଁ ଦିନକୁ ୧ଘଣ୍ଟା ଲେଖାଏ ବ୍ୟବଧାନରେ ମାନୁଆଲ ଡ୍ରୋନ୍‌ କ୍ୟାମେରା ଉଡାଯାଉଛି। କପିଳାସ ଅଭୟାରଣ୍ୟକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଥର୍ମାଲ ଇମେଜିଂ ବ୍ୟବସ୍ଥା ଥିବା ଏକ ସ୍ବତନ୍ତ୍ର ଡ୍ରୋନ୍‌ କ୍ୟାମେରା ଅଣାଯିବ। ବନ ସୁରକ୍ଷା ସମିତି ଓ ଅଞ୍ଚଳବାସୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛୁ।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri