Posted inଜାତୀୟ

ଟିକା ଦେଇଥିବା ନର୍ସଙ୍କୁ ଏମିତି ପଚାରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଟିକା ନେବା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ପରେ ଟିକା ନେଇ ପ୍ରଧାନମନ୍ତ୍ରୀ ଟୁଇଟର୍‌ରେ ଫଟୋ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଟୀକାକରଣ କରିଥିବା ନର୍ସ ପି ନିବେଦା କହିଛନ୍ତି, ସାର୍‌କୁ ଇଣ୍ଡିଆ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇଛି । ଦ୍ୱିତୀୟ ଡୋଜ ୨୮ ଦିନ ପରେ ଦିଆଯିବ। ଟୀକାକରଣ ପରେ ସେ ଆମକୁ ପଚାରିଲେ ଆମେ କେଉଁଠାରୁ ଆସିଛୁ। ସେ କହିଥିଲେ, ଟିକା ଦେଇଦେଲେ ମୁଁ ଜାଣି ପାରିଲି ନାହିଁ।
ସୂଚନାଯୋଗ୍ୟ,କରୋନା ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି, ମୁଁ ଏମ୍ସରେ କରୋନା ଟିକା ଗ୍ରହଣ କରିଛି, କରୋନା ବିରୋଧରେ ବିଶ୍ୱ ସଂଗ୍ରାମକୁ ଦୃଢ କରିବା ପାଇଁ ଆମର ଡାକ୍ତର ଏବଂ ବୈଜ୍ଞାନିକମାନେ କିପରି ଶୀଘ୍ର କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେଉଁମାନେ ଟିକା ନେବାକୁ ଯୋଗ୍ୟ, ଏକାଠି ହୁଅନ୍ତୁ, ମିଳିତ ଭାବେ ଭାରତକୁ କରୋନା ମୁକ୍ତ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ଉପକୂଳରେ ୫ ପାକିସ୍ତାନୀ ବୋଟ୍‌ ଜବତ

ଗାନ୍ଧିନଗର,୧୨।୧୦: ଗୁଜରାଟ କଚ୍ଛ ଉପକୂଳରେ ୫ଟି ପାକିସ୍ତାନୀ ବୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍‌ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି।...

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ...

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି...

ବିଷାକ୍ତ ମଦମୃତ୍ୟୁ ପରେ ନୀତୀଶଙ୍କ ମନ୍ତବ୍ୟ: ଯିଏ ପିଇବ ସେ ମରିବ…

ପାଟନା,୧୫।୧୨ : ବିହାରରେ ମଦ ନିଷେଧାଦେଶ ଲାଗୁ ହୋଇଛି। କିନ୍ତୁ ରାଜ୍ୟରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି...

ଅଧିକାରୀଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି, ଇଡ଼ି-ଆଇଟି ବିରୋଧରେ ଅଭିଯୋଗ ଆଣିଲେ ବଘେଲ…

ରାୟପୁର,୨୮।୧୧ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗର କାର୍ଯ୍ୟକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି।...

ଫେରିଲେଣି ୧.୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି...

କଶ୍ମୀର ପାଇଲଟ୍‌ ହିଲାଲ୍‌ ପ୍ରଥମେ ଚଳାଇବେ ରାଫାଲ

ଶ୍ରୀନଗର,୨୯।୭: କଶ୍ମୀର ପାଇଲଟ୍‌ ହିଲାଲ୍‌ ଅହମଦ ରାଥର ଫ୍ରାନ୍ସରୁ ଭାରତ ଆସୁଥିବା ଯୁଦ୍ଧବିମାନ ରାଫାଲକୁ ପ୍ରଥମେ ଚଳାଇବେ ବୋଲି ଜଣାପଡ଼ିଛି। ଭାରତୀୟ ବାୟୁସେନାର ଏହି ଅଧିକାରୀ...

ଭୋପାଳ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଅନ୍ତିମ ସଂସ୍କାରରେ ସାମିଲ ହେଲେ ଦିଗ୍‌ବିଜୟ

ଭୋପାଳ, ୧୦।୬: ମଧ୍ୟପ୍ରଦେଶର କମଳାନଗରରେ ଜଣେ ନାବାଳିକାଙ୍କ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଯୋଗୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ...

Advertisement
Archives

Model This Week