Posted inଖେଳ

‘କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ କୋହଲି’

ନୂଆଦିଲ୍ଲୀ,୬।୯: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ବିରାଟ କୋହଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଥିଲେ, ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତିଙ୍କଠାରୁ ମେସେଜ୍‌ ପାଇଥିଲି। ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି। ସେମାନେ କିନ୍ତୁ ଟିଭିରେ ମତ ଦିଅନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମୋତେ ମେସେଜ୍‌ ପଠାଇ ନାହାନ୍ତି।
ଏନେଇ ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କୁ ପଚରାଯିବାରୁ ସେ କହିଥିଲେ, ବିରାଟ ଏକଥା କାହାକୁ କହୁଛନ୍ତି ତାହା କହିବା କଷ୍ଟକର। ଯଦି ସେ ଗୋଟିଏ ନାଁ ନେଇଥାନ୍ତେ, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ପଚାରିପାରିଥାନ୍ତେ। ମୁଁ ଯାହା ଶୁଣିଛି, ସେ କେବଳ କହୁଛନ୍ତି ଯେ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ କେବଳ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ମେସେଜ୍‌ କରିଥିଲେ। କିନ୍ତୁ ମୁଁ ପଚାରିବାକୁ ଚାହୁଁଛି କି, ସେ କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ? ସେ ଅଧିନାୟକତ୍ୱ ଛାଡିଥିଲେ ତେଣୁ ତାଙ୍କୁ ଉତ୍ସାହର ଆବଶ୍ୟକତା କାହିଁକି ଥିଲା? ସେହି ଅଧ୍ୟାୟ (ଅଧିନାୟକ) ପୂର୍ବରୁ ବନ୍ଦ ହୋଇଯାଇଛି। ବର୍ତ୍ତମାନ ତୁମେ କେବଳ ଜଣେ କ୍ରିକେଟର। ତେଣୁ ତୁମେ ନିଜେ ପାଇଥିବା ଭୂମିକା ଉପରେ ଧ୍ୟାନ ଦିଅ।
ଏସିଆ କପ୍‌ ସୁପର-୪ ରାଉଣ୍ଡରେ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ କୋହଲି ଖବରଦାତା ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବା ପରେ କେବଳ ମହେନ୍ଦ୍ର ସିଂ ଧୋନୀ ହିଁ ମୋତେ ମେସେଜ କରିଥିଲେ। ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ ଏବଂ ସେ ମୋ ଠାରୁ କିଛି ଚାହାଁନ୍ତି ନାହିଁ। ମୁଁ ତାଙ୍କ ସହ କଦାପି ଅସୁରକ୍ଷିତ ନ ଥିଲି ଏବଂ ସେ ମଧ୍ୟ ମୋ ସହ ନ ଥିଲେ। ବହୁତ ଲୋକ ଅଛନ୍ତି ଯେଉଁମାନେ ମୋତେ କେବଳ ଟିଭିରେ ପରାମର୍ଶ ଦିଅନ୍ତି। ଯଦି ମୋର କାହାକୁ କିଛି କହିବାକୁ ଅଛି, ମୁଁ ବ୍ୟକ୍ତିଗତ ଭାବେ ଭେଟି କହିପାରିବି। ଯାହାକୁ ପରାମର୍ଶ ଦେବାର ଅଛି ତ ମୋତେ ଭେଟିକି ଦେବା ଭଲ। ଟିଭିରେ ବସି କହିଲେ କୌଣସି ସୁଫଳ ମିଳେ ନାହିଁ। ମୁଁ ସମସ୍ତଙ୍କ ସମ୍ମାନ କରେ। ଇଶ୍ବର ତୁମକୁ ସବୁକିଛି ଦିଅନ୍ତି, କେବଳ ସଫଳତା ପାଇବା ପାଇଁ ଭଗବାନ ତୁମକୁ ସାହାଯ୍ୟ କରନ୍ତି ଏବଂ ଏସବୁ ତାଙ୍କ ହାତରେ ରହିଛି।
ସୂଚନାଯୋଗ୍ୟ, କୋହଲି ଚଳିତ ବର୍ଷ ଜାନୁଆରୀ ମାସରେ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?