କରିଥିଲେ ପ୍ରେମ ବିବାହ, ଏହି ବଡ଼ କାରଣରୁ ଭାଙ୍ଗିଗଲା ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୧୯।୮: ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ହୋଇଯାଇଛି। ଏନେଇ ଦୁହେଁ ଗୁରୁବାର ସୋସିଆଲ ମିଡିଆରେ ଶେୟାର କରି ବିବାହ ବିଚ୍ଛେଦ ଖବରକୁ ସ୍ପଷ୍ଟ କରିଥିଲେ।

୨୦୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ବିବାହ ହୋଇଥିଲା। ହେଲେ ସହ ଦୀର୍ଘ ସମୟ ଧରି ଏକାଠି ରହୁ ନଥିଲେ। କୋଭିଡ ସମୟରେ ହାର୍ଦ୍ଦିକ ଏବଂ ନତାଶା ବିବାହ କରିଥିଲେ। କିନ୍ତୁ ସେହି ସମୟରେ ଲକଡାଉନ ଯୋଗୁ ସେବାନେ ଧୁମ୍‌ଧାମରେ ବିବହା କରିପାରିନଥିଲେ। ଏଭଳି ପରିସ୍ଥିତିରେ ସେମାନେ ୧୪ ଫେବୃଆରୀ ୨୦୨୩ରେ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ ରହିଲା, କିନ୍ତୁ ଏହା ପରେ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା। ତେବେ ଆସନ୍ତୁ ଜାଣିବା ସେମାନଙ୍କ ପୃଥକ ହେବାର କାରଣ କ’ଣ ହୋଇପାରେ।

୨୦୧୯ରେ ହାର୍ଦ୍ଦିକ ଏବଂ ନତାଶା ଏକ ପାର୍ଟୀରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। କେତେବେଳେ ବନ୍ଧୁତା ପ୍ରେମରେ ପରିଣତ ହେଲା ସେତେବେଳେ ଉଭୟ ଜାଣି ନ ଥିଲେ। ଯାହା ପରେ ନତାଶା ଏବଂ ହାର୍ଦ୍ଦିକ ୨୦୨୦ରେ ଲକଡାଉନ ସମୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହର ଦୁଇମାସ ପରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ଏହିପରି ଭାବେ ନତାଶାଙ୍କ କ୍ୟାରିୟର ବନ୍ଦ ହୋଇଯାଇଥିଲା। ବୋଧହୁଏ ଗୋଟିଏ କାରଣ ଏହା ବି ହୋଇପାରେ ଯେ ନତାଶା ଯେଉଁ କାମ ପୂରଣ କରିବାକୁ ଭାରତକୁ ଆସିଥିଲେ, ବିବାହ ପରେ ତାହା ହୋଇପାରିନାହିଁ ଯାହା ସେମାନଙ୍କ ଛାଡପତ୍ରର କାରଣ ହୋଇଗଲା ।

ଟି -୨୦ ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ୟାରିୟରର ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ। ଦିନିକିଆ ବିଶ୍ୱକପ ଆଘାତ ଯୋଗୁ ସେ ମଧ୍ୟଭାଗରୁ ଟୁର୍ନାମେଣ୍ଟରୁ ବାହାରିଥିଲେ। ଏହା ପରେ ସେ ଆଇପିଏଲକୁ ଫେରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। ଯଦିଓ ସେ ଅଧିନାୟକ ହୋଇଥିଲେ ମଧ୍ୟ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଏସବୁ ମଧ୍ୟରେ ପଡ଼ିଆରେ ଥିବା ଖେଳ ମଧ୍ୟ ପ୍ରଭାବଶାଳୀ ଦେଖାଯାଉ ନଥିଲା । ଏଭଳି ପରିସ୍ଥିତିରେ କୁହାଯାଇଥିଲା ଯେ ହାର୍ଦ୍ଦିକଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି, କିନ୍ତୁ ସେ ଟି -୨୦ ବିଶ୍ୱକପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ନିଜର ବୁଡ଼ି ଯାଉଥିବା କ୍ୟାରିୟରକୁ ବଞ୍ଚାଇ ଦେଇଥଲେ, କିନ୍ତୁ ବୋଧହୁଏ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ହାର୍ଦ୍ଦିକଙ୍କ ହ୍ରାସ ପାଇଥିବା ଷ୍ଟାରଡମ ହୁଏତ ନତାଶାଙ୍କ ସହିତ ତାଙ୍କର ମତଭେଦ ସୃଷ୍ଟି କରିଥାଇପାରେ ଯାହା ସେମାନଙ୍କ ଛାଡପତ୍ରକୁ ନେଇ ଆସିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?