ଦେହ କ’ଣ ଧର୍ମଶାଳା

ଡ.ନରେନ୍ଦ୍ର ପ୍ରସାଦ ଦାସ

ଆମ ଦେହରେ ଆମ ଅଜାଣତରେ ଲକ୍ଷ ଲକ୍ଷ ଅଣୁଜୀବ ବାସ କରୁଛନ୍ତି କହିଲେ ହୁଏତ ଆମ ଭିତରୁ ଅନେକ ବିଶ୍ୱାସ କରିବେ ନାହଁି। ବ୍ୟାକ୍ଟେରିଆ, ଫିମ୍ପିଜାତୀୟ କବକ, ନାଳଝାଡ଼ା କି ମ୍ୟାଲେରିଆା କରାଉଥିବା ଜୀବାଣୁ, କାଛୁ ଜୀବାଣୁ, ହୁକ୍‌ୱର୍ମ, ଗୋଦରକୃମି, ଭାଇରସ୍‌ ଇତ୍ୟାଦି ଅଣୁଜୀବଗୋଷ୍ଠୀ ଅନ୍ତର୍ଭୁକ୍ତ। ଅଣୁଜୀବମାନେ ବିଭିନ୍ନ ଜୀବଙ୍କ ଦେହରେ ରହିବା ସହିତ ଜଳ, ସ୍ଥଳ ଓ ଆକାଶରେ ମଧ୍ୟ ରହିଥାଆନ୍ତି। ଅଣୁଜୀବମାନଙ୍କ ମଧ୍ୟରୁ କେତେକ ଆମଠାରେ, ଉପକାରୀ ଗଛଲତାଙ୍କଠାରେ, ଗାଈଗୋରୁ, ଛେଳିମେଣ୍ଢା, କୁକୁର ବିଲେଇ, କୁକୁଡ଼ା ବତକଙ୍କଠାରେ ଅନେକ ପ୍ରକାର ରୋଗ କରିଥାଆନ୍ତି। ଆଉ କେତେକ ଉପକାର ବି କରିଥାଆନ୍ତି। ଯକ୍ଷ୍ମା, ଟାଇଫଏଡ୍‌, ନିମୋନିଆ, କୁଷ୍ଠ, ଡିପ୍‌ଥେରିଆ, ଲହରାକାଶ ଭଳି କେତେକ ରୋଗ ବ୍ୟାକ୍ଟେରିଆଙ୍କ ଯୋଗୁ ଆମକୁ ବା ଆମ ପିଲାଙ୍କୁ ହୋଇଥାଏ। ପୁଣି କେତେକ ବ୍ୟାକ୍ଟେରିଆଙ୍କ ପାଇଁ ଆମ ଦେହରେ କେତେକ ଭିଟାମିନ୍‌ ତିଆରି ହେବା, ଖାଦ୍ୟ ହଜମ ହେବା, ଝାଡ଼ା ପରିଷ୍କାର ହେବା ଭଳି କାମ ସହଜ ହୋଇଥାଏ। ଦୁଧକୁ ଦହି କରିବାରେ ମଧ୍ୟ ବ୍ୟାକ୍ଟେରିଆ ସାହାଯ୍ୟ କରେ। ପୃଥିବୀର ପ୍ରଥମ ଆଣ୍ଟିବାୟୋଟିକ ପେନ୍‌ସିଲିନ କବକ ବା ଫିିରୁ ତିଆରି ହୋଇଥିଲେ ବି କେତେକ ଆଣ୍ଟି ବାୟୋଟିକ ମଧ୍ୟ ବ୍ୟାକ୍ଟେରିଆଙ୍କଠାରୁ ତିଆରି ହୋଇଥାଏ।
କେତେକ ବ୍ୟାକ୍ଟେରିଆ ଆମର କ୍ଷତି କଲାବେଳେ ଆଉ କେତେକ ଉପକାର ମଧ୍ୟ କରିଥାଆନ୍ତି। ତାହାଛଡ଼ା ଆମଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟକରି ବିପଜ୍ଜନକ ବ୍ୟାକ୍ଟେରିଆ ଓ ଭାଇରସ୍‌ଙ୍କ କବଳରୁ ଆମକୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଆନ୍ତି। ମାତ୍ର ଭାଇରସ୍‌ମାନଙ୍କ ଭିତରୁ ଅଧିକାଂଶ ଆମର କ୍ଷତି ହଁି କରିଥାଆନ୍ତି। ସର୍ଦ୍ଦିଠାରୁ ଆରମ୍ଭ କରି ମିଳିମିଳା, ହାଡ଼ଫୁଟି, ଏଡ୍ସ, ପୋଲିଓ, ଜଳାତଙ୍କ ପରି ଅନେକ ରୋଗ ଭାଇରସ୍‌ ବା ଭୂତାଣୁଙ୍କ ପାଇଁ ହୋଇଥାଏ। ଏବେ ତ ଏହି ଭାଇରସ୍‌ ପାଇଁ ହେଉଥିବା କୋଭିଡ୍‌ ପୃଥିବୀସାରା ଯେଉଁ ଆତଙ୍କ ଖେଳାଇଛି ତାହା ସମସ୍ତେ ଅଙ୍ଗେ ନିଭାଉଛନ୍ତି। କେତେକ ଭାଇରସ୍‌ ମଧ୍ୟ କେତେକ ବ୍ୟାକ୍ଟେରିଆଙ୍କୁ ମାରିଦେଇ ଅମର ଉପକାର କରିଥାଆନ୍ତି। ଆଉ କେତେକ ଭାଇରସ୍‌ଙ୍କୁ କ୍ୟାନସର ଓ ଏଡ ୍ସଭଳି ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ।
ଆମ ଦେହରେ ଏପରି ଜାଗା ନାହଁି, ଯେଉଁଠି ଅଣୁଜୀବ ନାହାନ୍ତି। ପୁରୁଷ ଶରୀରରେ ୧୫ଟି ସ୍ଥାନରେ ଓ ନାରୀ ଶରୀରରେ ୧୮ଟି ସ୍ଥାନରେ ଅଣୁଜୀବମାନେ ସାଧାରଣତଃ ରହନ୍ତି ବୋଲି ଜଣାଯାଇଛି। ଏହି ସ୍ଥାନଗୁଡ଼ିକ ଭିତରେ ଦାନ୍ତ, ପାଟି, ଚମ, ଆଖି, ନାକ, କାଖସନ୍ଧି, ଶ୍ୱାସନଳୀ, ପରିସ୍ରାନଳୀ, ବୃହଦନ୍ତ୍ର, ନାରୀଙ୍କ ଯୋନି, ଡିମ୍ବବାହୀ ନଳୀ, ଗର୍ଭାଶୟ, ସ୍ତନ ଇତ୍ୟାଦି ଅନ୍ତର୍ଭୁକ୍ତ। ଆମମାନଙ୍କ ପୀତନଳୀରେ, ଶୁକ୍ରବାହୀନଳୀରେ ମଧ୍ୟ ଅଣୁଜୀବ ଥାଆନ୍ତି। ପାଟିରେ ତ ୯ଟି ସ୍ଥାନରେ ଅଲଗା ଅଲଗା ଅଣୁଜୀବ ରହିବା ଦେଖାଯାଇଛି। ଦାନ୍ତରେ ରହୁଥିବା ଅଣୁଜୀବ, ପାଟିର ଲାଳରେ ରହୁଥିବା ଅଣୁଜୀବଙ୍କଠାରୁ ଭିନ୍ନ। ସେହିପରି ନାରୀମାନଙ୍କ ଯୋନିରେ ୩ଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଅଲଗା ଅଲଗା ଅଣୁଜୀବ ଦେଖାଯାଆନ୍ତି। ତେବେ ବୃହଦନ୍ତ୍ରରେ (ଖାଦ୍ୟନଳୀର ଶେଷଭାଗ) ସବୁଠାରୁ ଅଧିକ ସଂଖ୍ୟକ ଅଣୁଜୀବ ଥାଆନ୍ତି। ପାଟିଠାରୁ ଆରମ୍ଭ ହୋଇ ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବା ୨୭ ଫୁଟ ଦୀର୍ଘ ଅନ୍ତ୍ରରେ ପ୍ରାୟ ୧୦୦ରୁ ଆରମ୍ଭ କରି ୧୦୦୦ଯାଏ ଅଲଗା ଅଲଗା ଜାତିର ଅଣୁଜୀବ ରହିଥାଆନ୍ତି। ଜଣେ ସୁସ୍ଥ ମଣିଷର ଚମରେ ଓ ଦେହ ଭିତରେ ବାସ କରୁଥିବା ପ୍ରାୟ ୧୦ ହଜାର ଜାତିର ଅଣୁଜୀବଙ୍କୁ ଚିହ୍ନଟ କରାଯାଇଛି। କେବଳ ଚମରେ ଅତିକମ୍‌ରେ ୨୦ ଜାତିର ଅଣୁଜୀବ ବାସ କରୁଥବା ଜଣାଯାଇଛି। ସେହିପରି ଆଖିକୋଣରେ ୧୦ରୁ ଅଧିକ, ମୂତ୍ରନଳୀରେ ୧୫ରୁ ଅଧିକ, ଶ୍ୱାସନଳୀରେ ପ୍ରାୟ ୩୦ ଜାତିର ଅଣୁଜୀବଙ୍କୁ ଚିହ୍ନଟ କରାଯାଇଛି। କେବଳ କ୍ଷୁଦ୍ରାନ୍ତ୍ରରେ ୧୦ ହଜାର କୋଟି ବ୍ୟାକ୍ଟେରିଆ ରହନ୍ତି ବୋଲି ଗୋଟିଏ ଗବେଷଣାରୁ ଜଣାଯାଇଛି। ଏହି ଦୃଷ୍ଟିରୁ ଭାବିଲେ ଲାଗୁଛି ଆମ ଦେହଟା ଆମର ନା କୋଟି କୋଟି ଅଣୁଜୀବଙ୍କର ଏକ ଧର୍ମଶାଳା!
ଗୋଟିଏ ବିଲେଇ ଦେହରେ ପ୍ରାୟ ୬ କି ୭ କୋଟି ଜୀବକୋଷ ଥିଲାବେଳେ ଜଣେ ସାଧାରଣ ମଣିଷ ଦେହରେ ପ୍ରାୟ ୪୦ ଲକ୍ଷ କୋଟି ଜୀବକୋଷ ଥାଏ। କିନ୍ତୁ ଆମ ଦେହରେ ରହୁଥିବା ଅଣୁଜୀବମାନଙ୍କ ସମୁଦାୟ ଜୀବକୋଷ ମିଶି ପ୍ରାୟ ୧୦୦ ଲକ୍ଷ କୋଟି ବୋଲି ଜଣାଯାଇଛି। ଆମ ଦେହରେ ରହୁଥିବା ଅଣୁଜୀବମାନଙ୍କ ସମ୍ବନ୍ଧରେ ଏତେ ତଥ୍ୟ ଜଣାପଡ଼ିଥିଲେ ସୁଦ୍ଧା ଆହୁରି ଅନେକ କଥା ଠିକ୍‌ ଭାବରେ ଜଣାଯାଇ ପାରିନାହଁି। ମଣିଷ-ମଣିଷ ଭିତରେ ଯେମିତି ଅନେକ ପାର୍ଥକ୍ୟ ଦେଖାଯାଏ, ସେହିପରି ଆମ ଦେହରେ ରହୁଥିବା ଅଣୁଜୀବମାନଙ୍କ ମଧ୍ୟରେ ବି ପାର୍ଥକ୍ୟ ଦେଖାଯାଏ। ଏହି ଅଣୁଜୀବମାନେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଆସିଥାଆନ୍ତି କି ନାହଁ ଠିକ୍‌ ଜଣାନାହଁି। କିନ୍ତୁ କେତେକ ଅଣୁଜୀବ ଗୋଟିଏ ପରିବାର ବା ବଂଶର ସଦସ୍ୟମାନଙ୍କଠାରେ ଦେଖାଯାଉଥିବାରୁ ବିଶ୍ୱାସ କରାଯାଉଛି ଯେ, ଦେହରେ ରହୁଥିବା ସମସ୍ତ ଅଣୁଜୀବ ନ ହେଲେ ବି କେତେକ ନିଶ୍ଚୟ ପୂର୍ବ ପିଢ଼ିରୁ ପର ପିଢ଼ିକୁ ଆସୁଥାଇପାରନ୍ତି।
ବ୍ୟକ୍ତିଙ୍କ ବୟସ ବଢ଼ିବା ସହିତ ଗମନାଗମନ, ଭ୍ରମଣ, ସାଧାରଣ ଚଳଣି, ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ, ଖାଦ୍ୟ ତଥା ଅନ୍ୟାନ୍ୟ ଅଭ୍ୟାସ ଯୋଗୁ ପାଖ ପରିବେଶରୁ ବିଭିନ୍ନ ଅଣୁଜୀବ ଆମ ଶରୀର ମଧ୍ୟରେ ପ୍ରବେଶ କରି ପୂର୍ବର ଥିବା ଅଣୁଜୀବଙ୍କ ସହ ସାଲିସ୍‌ କରି ରହିଯାଆନ୍ତି। ଅସୁସ୍ଥତା କାରଣରୁ ଦେହରେ ରହୁଥିବା ଅଣୁଜୀବଙ୍କ ଭିତରେ ପରିବର୍ତ୍ତନ ଘଟିଥାଏ। ବ୍ୟକ୍ତିଙ୍କ ଜିନ୍‌ ଯୋଗୁ ମଧ୍ୟ ଅଣୁଜୀବ ଓ ସେମାନଙ୍କ ସଂଖ୍ୟାରେ ତାରତମ୍ୟ ଦେଖାଯାଏ। ବ୍ୟକ୍ତିଙ୍କ ଜିନ୍‌ ଯୋଗୁ ହିତକର ଅଣୁଜୀବଙ୍କ ସଂଖ୍ୟାରେ ବୃଦ୍ଧି କିମ୍ବା ହ୍ରାସ ଘଟି ରୋଗ ହେବା ନ ହେବା ବା ଭଲ ହୋଇଯିବା ଘଟିଥାଏ। ଏହା କେବଳ ଜିନ୍‌ ଯୋଗୁ କିମ୍ବା ଜିନ୍‌ ପ୍ରଭାବରେ ପରିବର୍ତ୍ତନ ଘଟିବା ଯୋଗୁ ହୋଇଥାଏ। ଏବେ ବିଶ୍ୱାସ କରାଯାଉଛି ଯେ, ବ୍ୟକ୍ତିର ଚରିତ୍ର, ଆଚରଣ, ରଙ୍ଗଢଙ୍ଗ ଜିନ୍‌ ଦ୍ୱାରା ନିୟନ୍ତ୍ରିତ ହେଲେ ସୁଦ୍ଧା ଜଣଙ୍କ ଦେହରେ ରହୁଥିବା ଅଣୁଜୀବମାନଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଖୁସିରେ କୁହାଯାଇପାରେ ଯେ ଜଣକୁ ଜାଣିବାକୁ ଚାହଁିଲେ ତାଙ୍କ ଦେହରେ ରହୁଥିବା ଅଣୁଜୀବମାନଙ୍କୁ ପ୍ରଥମେ ଜାଣିବା ଦରକାର।
ମୋ: ୯୪୩୭୭୬୩୮୯୨


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri