ଉଚ୍ଚ ରକ୍ତଚାପ କ’ଣ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିୟନ୍ତ୍ରଣ କରିବାର ଉପାୟ…

ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ଚାପଗ୍ରସ୍ତ ରହିବାରୁ ସୃଷ୍ଟ ଅନେକ ରୋଗ ମଧ୍ୟରୁ ହାଇ ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ) ଗୋଟିଏ। ଏହାକୁ ସାଇଲେଣ୍ଟ କିଲର୍‌ ବୋଲି ମଧ୍ୟ କୁହାଯାଏ। କାରଣ ଏହି ରୋଗର ଲକ୍ଷଣ ଶୀଘ୍ର ଜଣା ପଡ଼ି ନ ଥାଏ। ପ୍ରଥମେ ଏହା ବୃଦ୍ଧମାନଙ୍କୁ ହେଉଥିବା ବେଳେ ଆଜି ଯୁବବସ୍ଥାରେ ମଧ୍ୟ ଲୋକ ଏହି ରୋଗର ଶିକାର ହେଉଛନ୍ତି।

ଯେତେବେଳେ ଧମନୀରେ ରକ୍ତର ଚାପ ବଢ଼ିଥାଏ, ସେତେବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି କାରଣରୁ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଇଥାଏ।

ଦୀର୍ଘଦିନ ଧରି ଏପରି ରହିଲେ ହୃଦ୍‌ରୋଗ ସାଙ୍ଗକୁ ଅନ୍ୟାନ୍ୟ କ୍ଷତିକାରକ ରୋଗର ବିପଦ ବଢ଼ିଥାଏ। କାରଣ ଏଥିଯୋଗୁ ହାର୍ଟ ଫେଲିୟର, ମଲ୍ଟିପୁଲ୍‌ ଅର୍ଗାନ ଫେଲିୟର ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ ଭଳି ମାରାତ୍ମକ ସ୍ଥିତି ଉତ୍ପନ୍ନ ହୋଇପାରେ। ଏଣୁ ଉଚ୍ଚ ରକ୍ତଚାପ କ’ଣ ତାହା ଜାଣିବା ଜରୁରୀ।

କାରଣ:
ଉକ୍ତ ରକ୍ତଚାପର ସମସ୍ୟା ହେବାର ଅନେକ କାରଣ ରହିଛି। କୀଡନୀ ରୋଗ, ଅତ୍ୟଧିକ ମଦ୍ୟପାନ, ନିଦରେ ସମସ୍ୟା, ଥାଇରଏଡ, ଆଡ୍ରେନାଲ ଗ୍ଲାଣ୍ଡ ଆଦିରେ ସମସ୍ୟା ଯୋଗୁ ଏହି ରୋଗ ହୋଇପାରେ। ଏହାଛଡ଼ା ଏହା ବଂଶଜ ମଧ୍ୟ। ବୟସ ବଢ଼ିବା ସାଙ୍ଗକୁ ମୋଟାପଣ, ଶର୍କରା ଏବଂ ଅବ୍ୟବସ୍ଥିତ ଜୀବନଶୈଳୀ କାରଣରୁ ଉଚ୍ଚ ରକ୍ତଚାପ ହୋଇପାରେ।

ଲକ୍ଷଣ:
ଉକ୍ତ ରକ୍ତଚାପ ଏଭଳି ଏକ ରୋଗ ଯାହାର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏନାହିଁ। ହେଲେ ପରେ ଏହା ହୃଦୟ, ମସ୍ତିଷ୍କ, ଆଖି ଏବଂ କିଡ୍‌ନୀ ଭଳି ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ନିଶ୍ୱାସ ନେବାରେ ଅସୁବିଧା ହେବା, ପରିସ୍ରାରେ ରକ୍ତ ପଡ଼ିବା, ମୁଣ୍ଡ ବୁଲାଇବା, ଛାତିରେ ଯନ୍ତ୍ରଣା, ଆଖିକୁ ଜାଲଜାଲ ଦିଶିବା, ମୁଣ୍ଡବିନ୍ଧା, ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହାଛଡ଼ା ଏହି ରୋଗୀଙ୍କ ନିକଟରେ ହାଡର ରୋଗ ଅଷ୍ଟିଓପୋରୋସିସ୍‌ର ଲକ୍ଷଣ ମଧ୍ୟ ଦେଖା ଦେଇପାରେ।

କ’ଣ କରି ନିଜକୁ ରକ୍ଷା କରିପାରିବେ:
ଯେଉଁ ଲୋକ ଏଭଳି ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ, ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏଥିପାଇଁ ସେମାନେ ଔଷଧ ସେବନର ପରାମର୍ଶ ଦେଇପାରନ୍ତି। ଏହାସହ ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣରେ ଆଣିହେବ ବୋଲି ପରାମର୍ଶ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri