BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା

ଭୁବନେଶ୍ୱର,୧୯।୪: ୯ମ ଇନିଂସରେ ପାଦ ଛାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଶନିବାର ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ବିଜେଡିର ଅନେକ ବରିଷ୍ଠ ନେତା ଏହି ସମୟରେ ଅନୁପସ୍ଥିତ ରହିଥିଲେ। କେହି ବି ନବୀନଙ୍କ ଆଗକୁ ଆସି ନ ଥିଲେ। ଏହି ଘଟଣା ଏବେ ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ସନାତନ ମହାକୁଡ଼, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ସରୋଜିନୀ ହେମ୍ବ୍ରମ ଏବଂ ସୁଲତା ଦେଓ ପରି ବରିଷ୍ଠ ନେତାମାନେ ଉପସ୍ଥିତ ନ ଥିଲେ। ଏହା ଦଳ ଭିତରେ ଅସନ୍ତୋଷ ଓ ଅସ୍ଥିରତାର ସଙ୍କେତ ବୋଲି ରାଜନୈତିକ ବିଶ୍ଳେଷକମାନେ ଆଲୋଚନା କରୁଛନ୍ତି।

୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନେକ ନେତା ନବୀନଙ୍କ ନେତୃତ୍ୱ ଶୈଳୀ ଏବଂ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଯଦିଓ ପାଣ୍ଡିଆନ ନିର୍ବାଚନ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି, ତଥାପି ଅନେକ ନେତା ମନେ କରୁଛନ୍ତି ଯେ ତାଙ୍କର ପରୋକ୍ଷ ପ୍ରଭାବ ଏବେ ବି ଦଳ ଉପରେ ରହିଛି। ସମ୍ପ୍ରତି ଓ୍ବକଫ୍‌ ସଂଶୋଧନ ବିଲ ଉପରେ ବିଜେଡିର ଅସ୍ପଷ୍ଟ ନୀତି ଏବଂ ଏହା ସହ ଜଡ଼ିତ ବିବାଦରେ ପାଣ୍ଡିଆନଙ୍କ ନାଁ ଉଠିବା ଅନେକ ନେତାଙ୍କୁ ଅସନ୍ତୁଷ୍ଟ କରିଛି।

ତେବେ ଏହାରି ଭିତରେ ପ୍ରଫୁଲ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋତେ ଡକା ଯାଇନି। ଷ୍ଟେଟ କାଉନସିଲ ବୈଠକକୁ ମୋତେ ଡକାଯାଇ ନାହିଁ। ମୋତେ ଡାକି ନାହାନ୍ତି, ମୁଁ ଯାଇନି। କାହିଁକି ଡାକିଲେନି ଜାଣିନି। ପୂର୍ବରୁ ଷ୍ଟେଟ କାଉନ୍ସିଲ ବୈଠକ ହେଲେ ଡକା ଯାଇଥାଏ। ଦଳ ସହିତ ମୁଁ ରହିଛି, ଚକ୍ରାନ୍ତ କଥା କ’ଣ ହୋଇଛି ମୁଁ ଜାଣିନି।

ରାଜନୈତିକ ବିଶ୍ଳେଷକମାନେ ଏହାକୁ ଦଳୀୟ ସଂଗଠନରେ ପରିବର୍ତ୍ତନ ଏବଂ ଅଭ୍ୟନ୍ତରୀଣ କ୍ଷମତା ଗତିଶୀଳତାର ସଙ୍କେତ ବୋଲି ମନେ କରୁଛନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଭାଷଣରୁ ଜଣାପଡ଼ୁଛି ଯେ ସେ ବାସ୍ତବ ଜଗତରୁ ଦୂରେଇ ଭର୍ଚୁଆଲ ଜଗତକୁ ଯିବାକୁ ଚାହୁଁଛନ୍ତି। ସେ କେବଳ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ବିଷୟ ଉପରେ କହିଛନ୍ତି। ଉପସ୍ଥିତ ନେତାମାନେ ଜାଣନ୍ତି ଯେ ନବୀନ ଭି.କେ. ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଯେ କୌଣସି ସ୍ଥରକୁ ଯାଇପାରନ୍ତି। ଯେଉଁ ନେତାମାନେ ଅନୁପସ୍ଥିତ ଥିଲେ, ସେମାନେ ତୃଣମୂଳ ସ୍ତରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହା ଜଣାପଡ଼ୁଛି ଯେ ନବୀନଙ୍କ ନିକଟତର ବ୍ୟକ୍ତିମାନେ ତାଙ୍କୁ ଭର୍ଚୁଆଲ ଜଗତରେ ରଖିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?