Posted inଜାତୀୟ

ଚିକେନ୍‌ ନେକ୍‌ କ’ଣ, ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଲେ ଭାରତ ସରକାର

ନୂଆଦିଲ୍ଲୀ,୧୬।୭: ଚିକେନ ନେକ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ସରକାର ଏକ ବଡ ଯୋଜନା କରିଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ନେପାଳ ଦେଇ ରେଳ ଟ୍ରାକ ପ୍ରସ୍ତୁତ କରିବେ ଭାରତ ସରକାର। ଏହି ଯୋଜନାରେ ନେପାଳର ବିରାଟନଗର ଦେଇ ବିହାରର ଜୋଗବାନୀକୁ ବଙ୍ଗଳାର ନ୍ୟୁ ମାଲ ଜଙ୍କସନ ସହିତ ସଂଯୋଗ କରିବା ପାଇଁ ରେଳ ଟ୍ରାକ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ନେପାଳର ବିରାଟନଗର ଏବଂ ନ୍ୟୁ ମାଲ ଜଙ୍କସନ ମଧ୍ୟରେ ଚୂଡ଼ାନ୍ତ ସ୍ଥାନ ସର୍ବେକ୍ଷଣ ପାଇଁ ଭାରତୀୟ ରେଳ ଏକ ୧୯୦ କିଲୋମିଟର ମାର୍ଗକୁ ଅନୁମୋଦନ କରିଛି। ଏହି କରିଡରକୁ ଚିକେନ ନେକ୍‌ ମଧ୍ୟ କୁହାଯାଏ।
ଏହା ଅଧୀନରେ ଗଲଗଲିଆ (ବିହାର), ଭଦ୍ରାପୁର (ନେପାଳ), କଜଲି ବଜାର (ନେପାଳ) ପାଇଁ ୧୨.୫ କିଲୋମିଟର ଅଧିକ ନୂତନ ରେଳ ଟ୍ରାକ ଆବଶ୍ୟକ ହେବ। ଜଗବାନୀ-ବିରାଟନଗର ସେକ୍ସନ୍‌ରେ ଭାରତରେ ବ୧୮.୬ କିଲୋମିଟର ଟ୍ରାକ ଏବଂ ନେପାଳରେ ୧୩.୫ କିଲୋମିଟର ଟ୍ରାକ ଅନ୍ତର୍ଭୂକ୍ତ ହେବ। ନେପାଳ ସରକାର ଖୁବ ଶୀଘ୍ର ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବେ। ଅବଶିଷ୍ଟ ଭାଗରେ କାମ କରାଯାଉଛି।
ଚିକେନ ନେକ୍‌ କ’ଣ, ଏହା ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଭାରତକୁ ଉତ୍ତର-ପୂର୍ବକୁ ସଂଯୋଗ କରୁଥିବା ସିଲିଗୁଡି କରିଡର ଉପରେ ସରକାର ନିର୍ଭରଶୀଳତା ହ୍ରାସ କରିବାକୁ ଯାଉଛନ୍ତି। ଭାରତକୁ ଉତ୍ତର-ପୂର୍ବକୁ ସଂଯୋଗ କରୁଥିବା ସମସ୍ତ ରେଳ ମାର୍ଗ ଇସଲାମପୁରର ଆଲୁଆବାରୀ ଦେଇ ଯାଇଥାଏ। ଏହି କ୍ଷେତ୍ର ଚିକେନ ନେକ୍‌ରେ ଆସିଥାଏ। ଏହି ସମଗ୍ର ଅଞ୍ଚଳ ନେପାଳ ଏବଂ ବାଂଲାଦେଶ ମଧ୍ୟରେ ୨୨ କିଲୋମିଟର ଅଞ୍ଚଳରେ ଅବସ୍ଥିତ। ଆଲୁଆବାରୀରୁ ଟ୍ରେନ ନ୍ୟୁ ଜଲପାଇଗୁଡି ଜଙ୍କସନ କିମ୍ବା ସିଲିଗୁଡି ଜଙ୍କସନ ଆଡକୁ ଯାଏ। ଚାଇନା ବର୍ତ୍ତମାନ ଚିକେନ୍‌ ନେକ୍‌ ଉପରେ ନଜର ରଖିଛି। ତେଣୁ ଏହା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?