Posted inଜାତୀୟ

ଜାତୀୟ ସୁରକ୍ଷା ପରାମର୍ଶଦାତା କ’ଣ? କିଏ କରିଥାଏ NSAର ନିଯୁକ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଜିତ ଡୋଭାଲଙ୍କ ଉପରେ ବିଶ୍ୱାସ ଦର୍ଶାଇ ତାଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଭାବେ ନିଯୁକ୍ତ କରିଛନ୍ତି। ଏହା ମୋଦିଙ୍କ କାର୍ଯ୍ୟକାଳ ସହ ଅଥବା ଆଗାମୀ ଆଦେଶ ଯାଏ ରହିବ। ତେବେ ଡୋଭାଲଙ୍କୁ କାର୍ଯ୍ୟକାଳ ସମୟରେ କ୍ୟାବିନେଟ ମନ୍ତ୍ରା ପାହ୍ୟା ମିଳିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି। ଏମିତିରେ ଆସନ୍ତୁ ଜାଣିବା ଏନ୍‌ଏସ୍‌ଏ କ’ଣ ଏବଂ ଏଥିରେ ନିଯୁକ୍ତି କିଭଳି ହୋଇଥାଏ?

ଏନଏସ୍‌ଏ କ’ଣ?
ଜାତୀୟ ସୁରକ୍ଷା ପରାମର୍ଶଦାତା ହେଉଛି ଜାତୀୟ ସୁରକ୍ଷା କାଉନ୍‌ସିଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ଏହା ଏକ ମହତ୍ୱପୂର୍ଣ୍ଣ ସରକାରୀ ପଦ। ଏନ୍‌ଏସ୍‌ଏର କାମ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବା। ଜାତୀୟ ସୁରକ୍ଷା, ବୈଦେଶିକ ନୀତି ମାମଲାରେ ନୀତି ପ୍ରସ୍ତୁତ କରିବା ଏହାର ପ୍ରାଥମିକତା। ଏଥିସହ ଏହା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ସହ ଜଡ଼ିତ ମାମଲା ବିଷୟରେ ସୂଚନା ପ୍ରଦାନ କରିଥାଏ। ଏନଏସ୍‌ଏକୁ ର’, ଗୁପ୍ତଚର ସଂସ୍ଥା ଏବଂ ଆଇବି ସିଧା ରିପୋର୍ଟ କରିଥାନ୍ତି। ୧୯୯୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପଦ ସୃଷ୍ଟି କରିଥିଲେ। ଏଥିଲାଗି ଆଇପିଏସ୍‌ ଅଥବା ଆଇଏଫ୍‌ଏସ୍‌ ରହିଥିବା ନିହାତି ଆବଶ୍ୟକ। ତେବେ ଏଯାବତ ୫ ଜଣ ଏହି ପଦ ସମ୍ଭାଳିଛନ୍ତି।

ନିଯୁକ୍ତି ଆଦେଶ କିଏ ଜାରି କରନ୍ତି?
ଏନଏସ୍‌ଏରେ ନିଯୁକ୍ତି ମନ୍ତ୍ରିମଣ୍ଡଳର ନିଯୁକ୍ତି ସମ୍ବନ୍ଧୀୟ ସମିତି ଦ୍ୱାରା କରାଯାଇଥାଏ। ନିଯୁକ୍ତି ଆଦେଶ କର୍ମଚାରୀ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଏ। ନିକଟରେ ଅଜିତ ଡୋଭାଲଙ୍କୁ ପୁନଃ ନିଯୁକ୍ତ କରିବା ସମ୍ବନ୍ଧୀୟ ଆଦେଶ ଜାରି କରାଯାଇଛି। ଏହା ଜୁନ ୧୦ ୨୦୨୪ଠାରୁ ଲାଗୁ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?