ଆଇନ କ’ଣ କରିଛି

ଆକାର ପଟେଲ

ଏଇ କିଛି ବର୍ଷ ହେବ ଭାରତରେ ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଏ ବିଷୟରେ ଦୁଇ ସପ୍ତାହ ପୂର୍ବରୁ ମୁଁ ଉଲ୍ଲେଖ କରିଥିଲି। ଆମ ଅର୍ଥ ବ୍ୟବସ୍ଥାର ପ୍ରମୁଖ ମାନଦଣ୍ଡ; ଯଥା ବାସୋପଯୋଗୀ ଗୃହ, କାର, ଦୁଇ ଚକିଆ ଯାନ, ଉପଭୋକ୍ତା ବ୍ୟବହାର୍ଯ୍ୟ ଜିନିଷ (ଫ୍ରିଜ୍‌, ଓ୍ବାଶିଂ ମେଶିନ, ଟେଲିଭିଜନ) ବିକ୍ରି ବୃଦ୍ଧି ପାଇନାହିଁ। ବ୍ୟାଙ୍କର ବ୍ୟାବସାୟିକ ଋଣ ପ୍ରଦାନ ହ୍ରାସ ପାଇଛି। ଏପରି କି ଏକ ଦଶନ୍ଧି ପୂର୍ବେ ଯାହା ଥିଲା ତାହାର ଏକ ତୃତୀୟାଂଶରୁ ଏହା କମ୍‌ ରହିଛି। ପୂର୍ବାପେକ୍ଷା ପ୍ରଥମ ଥର ପାଇଁ ଅଧିକ ଲୋକ କୃଷି କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି ବୋଲି ଏକ ସପ୍ତାହ ପୂର୍ବରୁ ପ୍ରକାଶିତ ସରକାରଙ୍କ ନିୟମିତ ଶ୍ରମ ଶକ୍ତି ସର୍ଭେରୁ ଜଣାପଡ଼ିଛି। ଅର୍ଥାତ୍‌ ଲୋକମାନେ ମାନୁଫାକଚରିଂ କିମ୍ବା ଅନ୍ୟ ସେବାଗୁଡ଼ିକରୁ ଚାକିରି ଛାଡ଼ିଦେଇଛନ୍ତି। ଗତ କିଛି ବର୍ଷ ହେବ ଫର୍ମାଲ ସେକ୍ଟରରେ ମାନୁଫାକ୍ଚରିଂ ଜବ୍‌ ବଢ଼ିବା ପରିବର୍ତ୍ତେ ହ୍ରାସ ପାଇଛି। କୌତୂହଳ ବିଷୟ, ଗତ ଦୁଇ ତିନି ବର୍ଷରେ ଆରମ୍ଭ କରାଯାଇଥିବା ବହୁ ନୂଆ ଆଇନ ଭାରତକୁ ଏକ ନିର୍ଦ୍ଦିଷ୍ଟ ଦିଶାରେ ନେଇଯାଇଛି। ଏହି ଆଇନଗୁଡ଼ିକ ମଧ୍ୟରେ ରହିଛି ‘ଲଭ୍‌ ଜିହାଦ’ ଆଇନ। କିଛି ଦିନ ତଳେ ଏହି ଆଇନକୁ ଗୁଜରାଟ ଉଚ୍ଚ ନ୍ୟାୟାଳୟ ସମାଲୋଚନା କରିଛନ୍ତି। କିନ୍ତୁ ୨୦୧୪ ପରଠାରୁ ବହୁ ରାଜ୍ୟରେ ଏହି ପ୍ରକାର ଆଇନ ଲାଗୁ କରାଯାଇଛି। ଧର୍ମ ପରିବର୍ତ୍ତନ ମୌଳିକ ଅଧିକାର ହୋଇଥିଲେ ମଧ୍ୟ ଏହାର ଅପରାଧୀକରଣ କରାଯାଇ ହିନ୍ଦୁ ମୁସଲମାନ ବିବାହକୁ ଜଟିଳ କରିଦିଆଯାଇଛି। ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮; ହିମାଚଳ ପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୯; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସମ୍ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦(ପ୍ରୋହିବିଶନ ଅଫ୍‌ ଅନ୍‌ଲଫୁଲ କନ୍‌ଭରସେଶନ ଅଫ୍‌ ରିଲିଜିଅନ ଅର୍ଡିନାନ୍ସ); ମଧ୍ୟପ୍ରଦେଶ ଧର୍ମ ସ୍ବାତନ୍ତ୍ର୍ୟ ଅଧ୍ୟାଦେଶ,୨୦୨୦; ଦି ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ(ଆମେଣ୍ଡ୍‌ମେଣ୍ଟ) ଆକ୍ଟ,୨୦୨୧। ଏହି ସବୁ ଆଇନ ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ରାଜ୍ୟଗୁଡ଼ିକରେ ଗତ ତିନି ବର୍ଷ ମଧ୍ୟରେ ଅଣାଯାଇଛି ଏବଂ ଏଗୁଡ଼ିକ ପାଇଁ କୌଣସି ଯୁକ୍ତିଯୁକ୍ତ ତଥ୍ୟ ଦର୍ଶାଯାଇନାହିଁ। ଏହା ପୂର୍ବରୁ ଗୋ ମାଂସକୁ ନେଇ ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଆଇନ ପାସ୍‌ କରିଥିଲେ। ଗୁଜରାଟରେ ଗୋ ହତ୍ୟା ଲାଗି ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ଅନ୍ୟ କୌଣସି ଇକୋନୋମିକ୍‌ କ୍ରାଇମ୍‌ରେ ଏଭଳି ଦଣ୍ଡର ପ୍ରାବଧାନ ନାହିଁ। ପୁନଶ୍ଚଏହି ସବୁ ଆଇନ ୨୦୧୪ ପରେ ହିଁ ଆସିଛି ଏବଂ ଏହାଯୋଗୁ ମୁସଲମାନଙ୍କ ପ୍ରତି ଲିଚିଂ ବହୁ ମାତ୍ରାରେ ବୃଦ୍ଧିପାଇଛି, ଯାହାକୁ ସାରା ବିଶ୍ୱ ଦେଖୁଛି।
ୟୁଏପିଏ ଆଇନ ସମ୍ପର୍କରେ ପାଠକେ ଶୁଣିଥିତ୍ବେ। ଏହି ଆଇନ ବଳରେ ଷ୍ଟାନ୍‌ ସ୍ବାମୀଙ୍କୁ ଜେଲ ପଠାଇ ଦିଆଗଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ଦି ଅନ୍‌ଲଫୁଲ ଆକ୍ଟିଭିଟିଜ (ପ୍ରିଭେନ୍‌ସନ) ଆମେଣ୍ଡ୍‌ମେଣ୍ଟ ଆକ୍ଟ,୨୦୧୯ ଦ୍ୱାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ସନ୍ତ୍ରାସବାଦୀ ଭାବେ ବର୍ଗୀଭୁକ୍ତ କରି ଜେଲ ପଠାଇପାରିବେ। ଅନ୍ୟଙ୍କୁ ଆଘାତ ଦେବା, କାହାର ସମ୍ପତ୍ତି କ୍ଷତି କରିବା, ଆପରାଧିକ ଶକ୍ତି ଦ୍ୱାରା କୌଣସି ସରକାରୀ ପଦାଧିକାରୀଙ୍କୁ ଭୟଭୀତ ବା ପ୍ରଭାବିତ କରିବା ଏବଂ ସରକାର କିମ୍ବା କୌଣସି ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବିରତ ରହିବାକୁ ବାଧ୍ୟ କରିବାକୁ ଉକ୍ତ ସଂଶୋଧିତ ଆଇନରେ ‘ସନ୍ତ୍ରାସବାଦୀ କାର୍ଯ୍ୟ’ ଭାବେ ଦର୍ଶାଯାଇଛି। ଯଦି ବ୍ୟକ୍ତି ପକ୍ଷରୁ ଧମକ ଦେବା କିମ୍ବା ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣର ସମ୍ଭାବନା ରହିଥିବ, ତେବେ ସେହି ବ୍ୟକ୍ତିଙ୍କୁ ସନ୍ତ୍ରାସବାଦୀ ଭାବେ ଗଣାଯିବ। ବାସ୍ତବରେ ଏହି ସବୁ କାର୍ଯ୍ୟ ନ କଲେ ମଧ୍ୟ ଉକ୍ତ ଆଇନ ଜଣେ ନାଗରିକ କିମ୍ବା ସାମାଜିକ କର୍ମୀଙ୍କ ଉପରେ ସନ୍ତ୍ରାସବାଦୀ ମୋହର ଲଗାଇବା ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି। ଦି ଗୁଜରାଟ ପ୍ରୋହିବିସନ ଅଫ୍‌ ଟ୍ରାନ୍ସଫର ଅଫ୍‌ ଇମୋଭେବଲ ପ୍ରପର୍ଟି ଆଣ୍ଡ୍‌ ପ୍ରୋଭିଜନ ଫର୍‌ ପ୍ରୋଟେକ୍‌ସନ ଅଫ୍‌ ଟେନାଣ୍ଟସ୍‌ ଫ୍ରମ୍‌ ଏଭିକ୍‌ସନ ଫ୍ରମ୍‌ ପ୍ରିମିସେସ୍‌ ଇନ୍‌ ଡିଷ୍ଟର୍ବ ଏୟିଆଜ ଆକ୍ଟ,୨୦୧୯ ଗୁଜରାଟ ମୁସଲମାନଙ୍କୁ ସମାଜରେ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ବିବେଚନା କରୁଛି। ଜମି ବା ସମ୍ପତ୍ତି କିଣିବା କିମ୍ବା ବିକ୍ରି କରିବା ସମୟରେ ଲୋକମାନଙ୍କୁ ଉକ୍ତ ଆଇନ ଅନୁଯାୟୀ ସେମାନଙ୍କ ଧର୍ମ ପ୍ରକାଶ କରିବାକୁ ପଡ଼ିବ। ସରକାର ଯେଉଁ ଅଞ୍ଚଳକୁ ‘ସମସ୍ୟାଭିତ୍ତିକ ଅଞ୍ଚଳ’ ଭାବେ ଘୋଷଣା କରିଥିଲେ, ସେଠାରେ ସରକାରଙ୍କ ବିନା ଅନୁମତିରେ ହିନ୍ଦୁମାନେ ମୁସଲମାନମାନଙ୍କୁ ଜମି ବିକ୍ରି କରିପାରିବେ ନାହିଁ କି ମୁସଲମାନମାନେ ହିନ୍ଦୁଙ୍କୁ ବିକ୍ରି କରିପାରିବେ ନାହିଁ। ୨୦୧୯ରେ ଏହି ସଂଶୋଧିତ ଆଇନ ବିକ୍ରି ହେଉଥିବା ସମ୍ପତ୍ତି ମୁସଲମାନଙ୍କୁ ବେଆଇନ ଭାବେ ଏକାଠି କରୁଛି କି ନାହିଁ ତାହା ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ଅଧିତ୍କାର ଦେଇଛି। ଆଉ ମଧ୍ୟ କ୍ରେତା ଏବଂ ବିକ୍ରେତା ଆବେଦନ ନ କଲେ ବି ଜିଲାପାଳଙ୍କ ନିଷ୍ପତ୍ତିର ସମୀକ୍ଷା କରିବାକୁ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି ଏହି ଆଇନ। ଏପରି କି ଗୁଜରାଟର ସହରଗୁଡ଼ିକରେ ଯେଉଁ ଅଞ୍ଚଳରେ ଭାରତୀୟ ମୁସଲମାନମାନେ ଜମି ଲିଜ୍‌ ନେଇପାରିବେନି କି କିିଣିପାରିବେ ନାହିଁ, ବିଦେଶୀମାନେ ତାହା କରି ପାରିବେ। ଭାରତରେ ଏହି ଆଇନଗୁଡ଼ିକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଭାବେ ବ୍ୟବହାର କରାଯାଉଛି।
କେତେ ଜଣ ପାଠକ ଏହି ସବୁ ଆଇନ ବିଷୟରେ ଅବଗତ ଅଛନ୍ତି, ତାହା ମୁଁ ଜାଣେ ନାହିଁ। ଜଣେ ଲେଖକ ହିସାବରେ ମୋ ପାଇଁ ସବୁଠୁ ବିଚିତ୍ର କଥା ହେଉଛି, ଭାରତରେ ଏହି ସବୁ ଆଇନ ପ୍ରକୃତରେ କ’ଣ କରିଛି ତାକୁ ନେଇ କୌଣସି ବିତର୍କ ହୋଇନାହିଁ। ଏପରି କି ଦେଶର ଖବରକାଗଜଗୁଡ଼ିକରେ ଏହା ଉପରେ କିଛି ଆଲୋଚନା କରାଯାଇନାହିଁ। ଅର୍ଥ ବ୍ୟବସ୍ଥାର ତଥ୍ୟ ଏବଂ ଘଟଣାଗୁଡ଼ିକ କ୍ଷେତ୍ରରେ ବି ସମାନ ପରିସ୍ଥିତି ହୋଇଛି। ଅର୍ଥବ୍ୟବସ୍ଥାକୁ ନେଇ ଯେଉଁ ତଥ୍ୟ ଉପରେ ଉପସ୍ଥାପନ କରାଯାଇଛି ତା’ଉପରେ ସରକାର କିଛି ମନ୍ତବ୍ୟ ଦେଇ ନାହାନ୍ତି। ଅର୍ଥାତ୍‌ ଭାରତର ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ଅଟକି ଯିବାକୁ ସତ ବୋଲି ଗ୍ରହଣ କରିଛନ୍ତି। ସେହିପରି ୨୦୧୪ ପରଠାରୁ ଭାରତ ବହୁବାଦୀ, ଆଧୁନିକ , ଧର୍ମ ନିରପେକ୍ଷତାର ଦୃଢ ସ୍ଥିତିକୁ ଛାଡି ଦେବା ଘଟଣା ମତ ବୋଲି ସ୍ବୀକାର କରିଛନ୍ତି। କାରଣ ଭାଜପା ତାହା ହିଁ ହେବାକୁ ଚାହଁୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri