ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି । କଫିବଗିଚା ପରିସର ମଧ୍ୟରେ ଇଟା, ସିମେଣ୍ଟରେ ଦୁଇ ପାଖ ଅତି ସୁନ୍ଦରରେ ପାର୍କ ଡିଜାଇନ କରାଯାଇଛି। ୱାଲ ବା ଗାର୍ଡ ୱାଲ କରାଯାଇ ଉକ୍ତ କାନ୍ଥରେ ପଟ୍ଟଚିତ୍ର କରାଯାଇଛି, ଯାହାକି ଓଡ଼ିଆ ଅସ୍ମିତାର ଛାପ ଦେଖିବାକୁ ମିଳିଛି। ଓଡ଼ିଆ ଝୋଟି ବିଶେଷ କରି ପଶ୍ଚିମ ଓଡିଶାର କଳା ସଂସ୍କୃତିର ଚିତ୍ର କଫି ବଗିଚା ମଧ୍ୟରେ କରାଯାଇଥିବା ଡିଜାଇନ ୱାଲରେ ଦେଖିବାକୁ ମିଳିଛି । କଫି, ଗୋଲମରିଚ ଗଛର ରଙ୍ଗ ସବୁଜ ହୋଇଥିବାବେଳେ ଉକ୍ତ ଚିତ୍ରର ରଙ୍ଗ ହଳଦିଆ, ଲାଲ ରଙ୍ଗରେ ଅଙ୍କା ଯାଇଛି। ଫଳରେ କଫି ବଗିଚାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି।

ସେହିପରି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଦ୍ୱାର ମୁହଁରେ ଟିକେଟ ସଂଗ୍ରହ କରାଯାଉଥିଲା। ତେବେ ପ୍ରଶାସନ ପକ୍ଷରୁ ଏବେ ନୂତନ ଟିକେଟ କାଉଣ୍ଟର ସ୍ଥାପନ କରାଯାଇଛି, ଯାହାକି ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଟିଜେଟ ସଂଗ୍ରହରେ ଶୃଙ୍ଖଳିତ ଫେରିଆସିବ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ କଫି ବଗିଚାଟି ଦୀର୍ଘ ବର୍ଷ ଧରି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା। କେବଳ କଫି ସଂଗ୍ରହ ସହ ପର୍ଯ୍ୟଟକଙ୍କ ଠାରୁ ଟିକେଟ ବାବଦକୁ ଅର୍ଥ ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ୨ ମାସ ହେଲା ସାଂଜାସାରୁ ଉନ୍ନୟନ ଟ୍ରଷ୍ଟ ହାତକୁ ଆସିବା ପରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ କଫି ବଗିଚାର ରୂପାନ୍ତର କରାଯାଇଛି।
ବହୁତ କମ ସମୟରେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ସୌନ୍ଦର୍ଯ୍ୟ କାର୍ଯ୍ୟ ଜୋରଦାର କରାଯାଇଛି। ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ, ଉପଜିଲାପାଳ ପ୍ରଣୀତା ଦାସ ପ୍ରମୁଖ ଉକ୍ତ ବଗିଚାକୁ ଆସି ସୌନ୍ଦର୍ଯ୍ୟ କାର୍ଯ୍ୟ ବୁଲିଦେଖିବା ସମୀକ୍ଷା କରିଥିଲେ। ସେହିପରି କଫି ବଗିଚାରେ ଏବେ ଲାଲ ଟହ ଟହ କଫି ଫଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ କଫି ବଗିଚାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଥିବା କୁହାଯାଉଛି। ସେହିପରି ବିଡ଼ିଓ ରଥଙ୍କ କଫି ବଗିଚାର ଉନ୍ନତିକରଣ ପାଇଁ ନେଇଥିବା ପଦକ୍ଷେପକୁ ଅଞ୍ଚଳବାସୀ ଭୁୟସୀ ପ୍ରଂଶସା କରୁଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri