ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଏହି ୩ ମହାନ ଲୋକଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରି ଭାରତ ରତ୍ନର ଘୋଷଣା କରିଛନ୍ତି।

କୃଷକ ରାଜନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ କୃଷକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି। ୧୯୮୭ ମଇ ୨୯ରେ ୮୪ବର୍ଷ ବୟରେ ସେ ଦେହତ୍ୟାଗ କରିଛନ୍ତି। ସେହିଭଳି କଂଗ୍ରେସ ନେତା ତଥା ନରସିଂହ ରାଓ ଭାରତର ୯ମ ପ୍ରଧାନମନ୍ତ୍ରୀ ଅଟନ୍ତି। ସେ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୪ ଡିସେମ୍ବର ୨୩ରେ ତାଙ୍କର ପରଲୋକ ହୋଇଛି। ଏହିକ୍ରମରେ ସବୁଜକ୍ରାନ୍ତିର ଜନକ ସହ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନ ଦେଶରେ କୃଷି ତଥା କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ପୂର୍ବ ବର୍ଷ ୨୦୨୩ ସେପ୍ଟେମ୍ବର ୧୮ରେ ୯୩ବର୍ଷରେ ତାଙ୍କର ପରଲୋକ ହୋଇଛି। ଏହି ୩ଜଣଙ୍କୁ ଭାରତ ସରକାରଙ୍କ ଦ୍ୱାରା ମରଣୋତ୍ତର ଭାରତ ରତ୍ନ ମିଳିବାକୁ ଯାଉଛି। ତେବେ ଜାଣିଛନ୍ତି କି, ଏହି ସମ୍ମାନ ମିଳିବା ଦ୍ୱାରା ତାଙ୍କ ପରିବାରଙ୍କୁ କି କି ସୁବିଧା ମିଳିଥାଏ। ଆସନ୍ତୁ ଜାଣିବା।

ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅଟେ। ଏହି ସମ୍ମାନ ରାଷ୍ଟ୍ରୀୟ ସେବା ଯଥା କଳା, ସାହିତ୍ୟ, ବିଜ୍ଞାନ, ଖେଳ କିମ୍ବା ସାର୍ବଜନୀକ ସେବା କ୍ଷେତ୍ରରେ ମିଳିଥାଏ। ଦେଶ ସେବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ସମାଜ ସେବା କରିବା ବ୍ୟକ୍ତିଙ୍କୁ ଏଥିରେ ସମ୍ମାନିତ କରାଯାଇଥାଏ। କିନ୍ତୁ ୨୦୧୧ରେ ଏହି ପୁରସ୍କାର ନିୟମରେ ସଂଶୋଧନ କରାଯାଇ ଯେକୌଣସି କ୍ଷେତ୍ରର ହୁଅନ୍ତୁ ନା କାହିଁକି ଦେଶସେବା ପାଇଁ ସମ୍ମାନିତ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି।

ଏହି ସମ୍ମାନରେ ଅନ୍ୟ ପୁରସ୍କାର ଭଳି ବ୍ୟକ୍ତିଙ୍କୁ କୌଣସି ଟଙ୍କା ଦିଆଯାଏ ନାହିଁ। ଏଥିରେ ସମ୍ମାନିତ ହେବା ପରେ ସରକାରଙ୍କ ପକ୍ଷରୁ କିଛି ସୁବିଧା ଯୋଗାଇ ଦିଆଯାଏ। ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତି ଯେକୌଣସି ରାଜ୍ୟରେ ଥିଲେ ସେଠାରେ ଥିବା ରାଜ୍ୟ ସରକାର ଅତିଥି ରୂପେ ତାଙ୍କୁ ସ୍ବାଗତ କରିଥାନ୍ତି। ଏଥିସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଯେପରି କି, ପରିବହନ, ରହିବା, ଖାଇବା ଠାରୁ ଆରମ୍ଭ କରି ବୋର୍ଡିଂ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ତୁଲାଇଥାନ୍ତି। ତାଙ୍କୁ ବ୍ୟକ୍ତିଗତ ରୂପେ ସୁରକ୍ଷା ଦିଆଯିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଥାଏ। ସେମାନଙ୍କୁ ‘ଓ୍ବାରେଣ୍ଟ ଅଫ୍‌ ପ୍ରେସିଡେନ୍ସ’ରେ ସାମିଲ୍‌ କରାଯାଏ। କହିରଖୁଛୁ କି, ଭାରତର ସମ୍ବିଧାନ ଅନୁଚ୍ଛେଦ୧୮(୧) ଅନୁସାରେ ପୁରସ୍କାର ପ୍ରାପ୍ତ ଏହି ବ୍ୟକ୍ତି ନିଜ ନାମ ପୂର୍ବରୁ ଭାରତ ରତ୍ନ ବ୍ୟବହାର କରିପାରିବେ ନାହିଁ। ସେମାନେ କେବଳ ନିଜ ବାୟୋଡାଟା, ଭିଜିଟିଂ କାର୍ଡ ଇତ୍ୟାଦିରେ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଯୋଡି ପାରିବେ।

ଯଦି କେଉଁ ବ୍ୟକ୍ତିଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରାଯାଇଥାଏ ତେବେ ତାଙ୍କ ନାମକୁ ‘ଭାରତ ରତ୍ନରେ ସମ୍ମାନିତ’ ମିଶାଇ ସମ୍ବୋଧନ କରାଯାଏ। ତାଙ୍କ ପରବାର ସଦସ୍ୟ ଯଥା ସ୍ବାମୀ/ସ୍ତ୍ରୀ କିମ୍ବା ପିଲାଙ୍କୁ ସବୁ ରାଜ୍ୟ ସରକାର ଅତିଥି ଭାବେ ସୁବିଧା ପ୍ରଦାନ କରିଥାନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କୁ ବ୍ୟକ୍ତିଗତ ରୂପେ ଷ୍ଟାଫ ଓ ଡ୍ରାଇଭର ଯୋଗାଇ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri