Posted inଖେଳ

‘ମହମ୍ମଦ ଶାମି କ’ଣ ଭୁଲ କଲେ’

ନୂଆଦିଲ୍ଲୀ,୩୦।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ ଇଣ୍ଡିଆ ପେସ୍‌ ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ରୁ ବାହାର ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରୁ ମଧ୍ୟ ସେ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସିରିଜରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ମହମ୍ମଦ ଶାମି କ’ଣ ଭୁଲ କଲେ। ସ୍କ୍ବାର୍ଡରେ ଥିଲେ ହେଁ ତାଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ପ୍ରଶଂସକ ପ୍ରଶ୍ନ କରୁଛନ୍ତି।

କହିରଖୁଛୁ, ଶାମିଙ୍କୁ ପ୍ରଥମରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ସିରିଜ ଲାଗି ଦଳରେ ସାମିଲ କରାଯାଇଥିଲା। ହେଲେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ସାରିଛନ୍ତି। ହେଲେ ମ୍ୟାଚ୍‌ ଲାଗି ଫିଟ୍‌ ହେବାକୁ ତାଙ୍କୁ କେତେ ସମୟ ଲାଗିବ ତାହା ନିଷ୍ପତ୍ତି ନିଆଯାଇନାହିଁ। କୁହାଯାଉଛି ଯେ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ବିଶ୍ୱକପ୍‌ରେ ମଧ୍ୟ ସୁଯୋଗ ମିଳିପାରେ। ଏମିତିରେ ଶାମିଙ୍କ ପ୍ରଶଂସକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦୁଇ ବର୍ଷ ହେଲାଣି ଯିଏ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳିନାହିଁ ତାଙ୍କୁ କିଭଳି ସୁଯୋଗ ମିଳିଲା ବୋଲି ସେମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ...

୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବୁମ୍‌ରା

ବର୍ମିଂହାମ୍‌, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟରେ ଘରୋଇ ଦଳ ବିଜୟ ପଥରେ ଆଗେଇଛି। ୩୭୮ ରନ୍‌ର ଟାର୍ଗେଟକୁ ପିଛା କରି ଇଂଲଣ୍ଡ...

ପାଣ୍ଡ୍ୟାଙ୍କୁ କ୍ଲୁଜନରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ଓ୍ବ

ଲଣ୍ଡନ, ୧୧।୬(ପି.ଟି.)- ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ୧୯୯୯...

ଅତିରିକ୍ତ ୭୫ ଲକ୍ଷ ଟଙ୍କା ସହାୟତା ଦେଲା ହକି ଇଣ୍ଡିଆ; ଅନିର୍ବାଣ ଲାହିରୀ ଦେଲେ ୭ଲକ୍ଷ

ନୂଆଦିଲ୍ଲୀ, ୪/୪: କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ପୁଣି ଥରେ ସହାୟତା ର ହାତ ବଢ଼ାଇଛି। ହକି ଇଣ୍ଡିଆ ଶନିବାର ଆଉ ୭୫...

୩୭୦ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପାକିସ୍ତାନ କ୍ରିକେଟର

ଇସଲମାବାଦ, ୬।୮: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦ୍‌ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠାଇଯିବାକୁ ନେଇ ମୁହଁ ଖୋଲିଛନ୍ତି। ଏନେଇ ସେ ଜାତିସଂଘକୁ କଡା ସମାଲୋଚନା...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା...

ବିଜୟ ଦ୍ୱାରରେ ଭାରତ-ଏ

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ବିଜୟ ଦ୍ୱାରଦେଶରେ ପହଞ୍ଚତ୍ଛି।...

ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପକେଟ ଭତ୍ତା

ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ୨୭୪୯ଜଣ ଖେଲୋ ଇଣ୍ଡିଆ ଆଥଲେଟ୍‌ଙ୍କ ପକେଟ ଭତ୍ତା ବାବଦରେ ମୋଟ ୮.୨୫କୋଟି ଟଙ୍କା ମଞ୍ଜୁର କରିଛି।...

Advertisement
Archives

Model This Week