କି ଅଦ୍ଭୁତ ମାନସିକତା

ଏହି ଆଲେଖ୍ୟଟି ଏକ ସତ୍ୟ ଘଟଣା, ଯାହାର ପ୍ରତ୍ୟକ୍ଷଦର୍ଶୀ ମୁଁ ନିଜେ, ତାହାକୁ ଉପକ୍ରମ ହିସାବରେ ନେଇ ଆରମ୍ଭ କରିବାକୁ ଯାଉଛି। କଟକର ଏକ ଘରୋଇ ହସ୍ପିଟାଲରେ ମୋର ସହଧର୍ମିଣୀ ଚିକିତ୍ସାଧୀନ ଥିଲେ। ସେଦିନ ଅପରେଶନ ପାଇଁ ତାଙ୍କୁ ଓଟି ଭିତରକୁ ନିଆ ଯାଇଥାଏ। ମୁଁ ବାହାରେ ଅପେକ୍ଷା କରିଥାଏ। ସମାନ ଭାବେ ଆଉ କିଛି ଲୋକ ମଧ୍ୟ ମୋ ଭଳି ସେମାନଙ୍କର ଆତ୍ମୀୟଙ୍କୁ ଅପେକ୍ଷା କରି ବସିଥାନ୍ତି। ଏହି ସମୟରେ ଜଣେ ମହିଳା ଓଟିର କବାଟ ଫାଙ୍କରେ ଭିତରେ ଥିବା ନର୍ସଙ୍କୁ ଧୀର ସ୍ବରରେ ପଚାରିଲେ ”ବେଟା ନା ବେଟୀ?“ ନର୍ସ କ’ଣ କହିଲେ ଆମକୁ ଶୁଣାଗଲା ନାହିଁ। କିନ୍ତୁ ବାହାରେ ଥିବା ସମସ୍ତ ଲୋକ ନର୍ସଙ୍କ ଉତ୍ତର ସମ୍ପର୍କରେ ଅବଗତ ହୋଇଗଲେ। ମହିଳାଙ୍କର ଆତ୍ମୀୟସ୍ବଜନଙ୍କ ଭିତରେ ଆନନ୍ଦର ଲହରି ଦେଖିବାକୁ ମିଳିଲା। ଆନନ୍ଦର ବିଷୟବସ୍ତୁଟିକୁ ମୋବାଇଲ ମାଧ୍ୟମରେ ଅନ୍ୟ ଲୋକଙ୍କୁ ପ୍ରେରଣ କରୁଥାନ୍ତି। ଓଟି ଭିତରେ ଜଣେ ଗର୍ଭବତୀ ମହିଳା ଯେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏହି ବାର୍ତ୍ତାଟି ବିଦ୍ୟୁତ୍‌ ବେଗରେ ଖେଳେଇ ହୋଇଗଲା। ମନେହେଲା ସତେ ଯେମିତି ସେମାନେ ଏକ ଆଶଙ୍କା ଭିତରେ ଥିଲେ। ନର୍ସଙ୍କ ଉତ୍ତର ସେମାନଙ୍କୁ ଆଶ୍ୱସ୍ତ କଲା। ସେମାନଙ୍କର ଇଚ୍ଛା ପୂରଣ ହେଲା। ”ବେଟା ହୋଇଛି“ ଏହି ଦୁଇଟି ଶବ୍ଦ ସହିତ ମିଠେଇ ବଣ୍ଟନରୁ ସବୁକିଛି ସ୍ପଷ୍ଟ ହେଉଥିଲା। ମାନସିକ ଚାପ ଭିତରେ ଥିଲେ ମଧ୍ୟ କ୍ଷଣିକ ପାଇଁ ନିଜ ଭିତରେ ଏକ ଅଭିନବ ପୁଲକ ଅନୁଭବ କଲି, ଜଣେ ନବାଗତଙ୍କ ଆଗମନ ବାର୍ତ୍ତାରେ ସତ କିନ୍ତୁ ସ୍ବତଃ ମୁହଁରୁ ବାହାରି ଆସିଲା- କି ବିଚିତ୍ର ଆମ ସମାଜ, କି ଅଦ୍ଭୁତ ମାନସିକତା !
ଏହାର ପରବର୍ତ୍ତୀ ଘଟଣା ଥିଲା ଆହୁରି ବେଦନା ଦାୟକ। ଜଣେ ନବଜାତ ଶିଶୁ ପୁତ୍ରକୁ ଓଟି ଭିତରୁ ଆଣି ବାହାରେ ଥିବା ଜଣେ ମହିଳାଙ୍କ କୋଳରେ ହସ୍ତାନ୍ତର କଲା ପରେ ଖୁସିର ମାହୋଲ ଦ୍ୱିଗୁଣିତ ହୋଇଗଲା। ସଭିଏ ସନ୍ତାନକୁ ଧରି ଫଟୋ ଉଠାଇବାରେ ବ୍ୟସ୍ତ। ଥେଇଥେଇ ହୋଇ କେହି ନାଚୁଥିଲେ ସିନା, କିନ୍ତୁ ପରିବେଶଟା ସେମିତି ଧରଣର ଥିଲା। ଅଥଚ କେହି ପଚାରୁ ନ ଥିଲେ ଯିଏ ଦଶମାସ ଧରି ନିଜ ଗର୍ଭରେ ସ୍ଥାନ ଦେଇ ଅସୀମ ଯନ୍ତ୍ରଣା ସହ୍ୟ କରି ଆଜି ଏତେବଡ଼ ଖୁସି ଖବରଟି ପରିବାର ପାଇଁ ଆଣିଦେଇଛନ୍ତି ତା’ର ଅବସ୍ଥା କ’ଣ ? ସେ କେମିତି ଅଛି, ତା’ର ସଂଜ୍ଞା ଫେରିଲା କି ନାହିଁ, ଏକଥା ଜାଣିବାକୁ କେହି ଚେଷ୍ଟା କରୁ ନ ଥିଲେ। ପୁଣି ଥରେ ସେହି ସମାନ କଥାଟି ମନକୁ ଆସିଲା। କି ବିଚିତ୍ର ସମାଜ, କି ଅଦ୍ଭୁତ ଆମ ଲୋକଙ୍କ ମାନସିକତା !
ଆମେ ଯେତେ ଡିଣ୍ଡିମ ପିଟି କହିଲେ ମଧ୍ୟ ଆମେ ଶିକ୍ଷିତ, ପ୍ରକୃତରେ ଆମ ଭିତରେ ଅନ୍ଧବିଶ୍ୱାସ ଏ ଯାଏ ଦୂରୀଭୂତ ହୋଇ ନାହିଁ। ଏଠାରେ ଯେତେ ଚିତ୍କାର କରି କହିଲେ ବି ନାରୀ ପୁରୁଷ ସମାନ ବୋଲି ବାସ୍ତବରେ ତାହା ନୁହେଁ। ନାରୀ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଭିନ୍ନ। ତା’ର ସ୍ବାଧୀନତାକୁ ସ୍ବେଚ୍ଛାଚାରିତାର ଆଖ୍ୟା ଦିଆଯାଏ। ତା’ର ବିରୋଧିତାକୁ ବିଶୃଙ୍ଖଳା କୁହାଯାଏ। ତା’ର ପ୍ରତିବାଦକୁ ପରମ୍ପରା ବିରୋଧୀ ବୋଲି ଚିତ୍ରଣ କରାଯାଏ। ଯେତେବେଳେ ନାରୀଟିଏ ବଳାତ୍କାରର ଶିକାର ହୁଏ କୌଣସି ଦୋଷ ନ ଥାଇ ମଧ୍ୟ ସେ ସମାଜରେ ଉପହସିତ ହୁଏ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ତାକୁ ସହିବାକୁ ପଡ଼େ।
ଏବେବି ଆମେ ଧରିନେଇଛୁ ପୁଅଟିଏ ନ ହେଲେ ବଂଶ ରକ୍ଷା ହେବ ନାହିଁ। କୁଳ ବୁଡ଼ିଯିବ। ମା’ ବାପାର ମୃତ୍ୟୁ ପରେ ମଶାଣିକୁ ନେବ କିଏ ? ନିଆଁ ବା ସମାଧି ବା କବର ଦେବ କିଏ ? ଶ୍ରାଦ୍ଧ କରିବ କିଏ ? ଏ ସବୁର ଅଧିକାର ଝିଅର ନାହିଁ। ବାହାଘର ପରେ ତା’ର ଗୋତ୍ର ବଦଳି ଯିବ। ସେ ପିଣ୍ଡ ଦେଲେ ଆତ୍ମା କୁଆଡ଼େ ଶାନ୍ତି ପାଇବ ନାହିଁ। ପୁଅଟିଏ ପାଇଁ ଏବେବି ମା’ବାପାମାନେ କେତେ କେତେ ମାନସିକ ରଖୁଥିବା ଶୁଣିବାକୁ ମିଳେ। ଲୋକଙ୍କର ଏହି ମାନସିକତାକୁ ଲକ୍ଷ୍ୟ କରି ଭ୍ରୂଣର ଲିଙ୍ଗ ଚିହ୍ନଟକୁ ବେଆଇନ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ କନ୍ୟା ଭ୍ରୂଣ କ’ଣ ହତ୍ୟା ହେଉନାହିଁ ଏକଥା କୁହାଯାଇ ପାରିବ ନାହିଁ।
ଏତିକିରେ ବଦଳିଯାଏ ନାହିଁ ଲୋକଙ୍କର ମାନସିକତା। ଅଳ୍ପ କିଛି ପରିବାରକୁ ଛାଡ଼ିଦେଲେ ଅଧିକାଂଶ ପରିବାରରେ ସମାନ ଘଟଣା ଘଟେ । ଝିଅଟେ ଜନ୍ମ ହେଲେ ଧରି ନିଆଯାଏ ପରିବାର ଉପରକୁ ଏକ ବୋଝ ଆସିଗଲା। ଅଥଚ ପୁଅ ହେଲେ ଶୁଭର ସଙ୍କେତ ସ୍ବରୂପ ଶଙ୍ଖ ଧ୍ୱନି କରାଯାଏ। ପୁଅ ହେଲେ ସମସ୍ତେ ଖୁସି ମନାନ୍ତି, ମାତ୍ର ଝିଅକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ପୁନଶ୍ଚ କିଛି କିଛି ପରିବାରରେ ଝିଅ ଜନ୍ମ ପାଇଁ ମା’କୁ ଦାୟୀ ମଧ୍ୟ କରାଯାଏ ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ପୁରୁଷର ଶୁକ୍ରାଣୁରେ ଥିବା କ୍ରୋମୋଜମ୍‌ ଉପରେ ନିର୍ଭର କରେ। କେତେକ କ୍ଷେତ୍ରରେ ଏମିତିି ଦୃଷ୍ଟାନ୍ତ ଦେଖିବାକୁ ମିଳେ ପୁଅଟିଏ ପାଇବା ପାଇଁ ପୁରୁଷଟି ଦ୍ୱିତୀୟ ବିବାହ କରୁଥିବାର। ଏଇଥିରୁ ଅନୁମାନ କରାଯାଇପାରେ ପୁଅଟିଏ ପାଇଁ ଆମେ କେତେ ଲାଳାୟିତ।
ସବୁଠାରୁ କରୁଣ କାହାଣୀ ହେଲା ଅଳ୍ପ କେତୋଟି ଶିକ୍ଷିତ ତଥା ପ୍ରଗତିଶୀଳ ପରିବାରକୁ ଛାଡ଼ିଦେଲେ ସବୁଠି ଝିଅ ପୁଅ ଭିତରେ ଖାଦ୍ୟ, ପୋଷାକ, ଶିକ୍ଷାକୁ ନେଇ ବାଛବିଚାରର ଅନ୍ତ ଘଟି ନାହିଁ। ଝିଅଟିଏ ହୋଇଥିଲେ ଯାହା ଖାଉଛି ଖାଉ, ଯେମିତି ପଢ଼ୁଛି ପଢ଼ୁ। ଷୋହଳ ବର୍ଷ ହୋଇଗଲେ ବର ଖୋଜି ବାହାଘର କାମଟି ସାରିଦେଲେ କନ୍ୟାଦାୟରୁ ମୁକ୍ତି। ଭାଗ୍ୟକୁ ଆଦରି ସେ ତା’ ଶାଶୁଘରକୁ ନେଇ ବଞ୍ଚିବ। ପୁଅଟିଏ ହୋଇଥିଲେ ଭଲ ବିଦ୍ୟାଳୟ ଖୋଜା ହେବ। ଭଲ ଟ୍ୟୁସନ୍‌ ମାଷ୍ଟର ଯୋଗାଡ଼ ହେବ। କୌଣସି ଥିରେ ତା’ର ଅଭାବ ରଖାଯାଏ ନାହିଁ। ଯେମିତି ହେଉ ସେ ଭଲ ପଢ଼ିବା ଦରକାର। କାରଣ ସେ ପରିବାର ସମ୍ଭାଳିବ। ବାପା ବୋଉକୁ ପୋଷିବ।
ଏହି ସବୁ ବୈଷମ୍ୟ କ’ଣ ସହଜରେ ହଟିଯିବ ? ମୋର ମନେହୁଏ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେବା ଯାଏ ଏହି ପାର୍ଥକ୍ୟ ଥିବ ହିଁ ଥିବ। ଆମ ବ୍ୟବସ୍ଥାରେ ନାରୀର ପୋଷାକ, ଖାଦ୍ୟ, ଚାଲିଚଳଣି, ଚରିତ୍ର, ସ୍ବାଧୀନତାକୁ ନେଇ ବିତର୍କ ହୁଏ। ନାରୀକୁ ସତୀତ୍ୱର ପରୀକ୍ଷା ଦେବାକୁ ପଡ଼େ, ଯେମିତି ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ସତୀଦାହ ପ୍ରଥାର ଉଚ୍ଛେଦ ହୋଇଛି ସତ କିନ୍ତୁ ଜୀବନ ତମାମ୍‌ ସ୍ବାମୀର ଅନୁଗାମୀ ହୋଇ ରହିବାକୁ ପଡ଼େ ନିଜ ଭିତରେ ଥିବା ସମସ୍ତ ଇଚ୍ଛାକୁ ଦାହ କରି। ପୁରୁଷର ଦ୍ୱିତୀୟ ବିବାହ ସମାଜ ଆଖିରେ ଦୋଷାବହ ନୁହଁ। କିନ୍ତୁ ଏବେବି ବିଧବା ବିବାହ ସହଜରେ ଗ୍ରହଣୀୟ ହୁଏ ନାହିଁ। ଏଠାରେ କନ୍ୟାଦାନ ମହାପୁଣ୍ୟ ବୋଲି ବିଚାର ହୁଏ। ସେଇଥିପାଇଁ ତ ଦାନର ଦକ୍ଷିଣା ସ୍ବରୂପ ଯୌତୁକ ପ୍ରଥାର ପ୍ରଚଳନ କାହିଁ କେଉଁ କାଳରୁ। ଯଦିଓ ଏହା ଆଇନଗତ ଭାବେ ଅସିଦ୍ଧ। କିନ୍ତୁ ସମାଜରୁ ଏହା କ’ଣ ଉଚ୍ଛେଦ ହେଲାଣି ? ନାରୀ ଯେତେବେଳେ ପୁରୁଷର ସହଯୋଗ ଚାହେଁ ତାହା ତା’ର ଦୁର୍ବଳତା ବୋଲି ବିଚାର କରାଯାଏ। ସେଇଥିପାଇଁ ନାରୀ ଦୁର୍ବଳା ବୋଲି ସମାଜ କହେ। କେବଳ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରରେ ମା’ର ନାମ ଉଲ୍ଲେଖ କରାଯାଏ ସିନା ଅନ୍ୟ କୌଣସି ପ୍ରମାଣ ପତ୍ରରେ ମା’ର ନାମ ଦେଖିବାକୁ ମିଳେ ନାହିଁ। କାହାର ପରିଚୟ ପଚାରିବା ବେଳେ ବାପାର ନାମ ଲୋକେ ପଚାରନ୍ତି। କିନ୍ତୁ ମା’ କିଏ ବୋଲି କେହି ପଚାରିବା ବୋଧହୁଏ ଶୁଣିବାକୁ ମିଳେ ନାହିଁ।
ଏହା ହିଁ ଆମ ମାନସିକତା, ଆମ ସମାଜର ଆଭିମୁଖ୍ୟ। ଯଦି ନାରୀ ଓ ପୁରୁଷ ବିହୁନେ ସୃଷ୍ଟି ଅସମ୍ଭବ ତେବେ ଉଭୟଙ୍କୁ ସମାନ ଚକ୍ଷୁରେ ଦେଖିବା ଆବଶ୍ୟକ। ଉଭୟଙ୍କୁ ସମାଜରେ ସମାନ ଗୁରୁତ୍ୱ ମିଳିବା ଜରୁରୀ। ଉଭୟ ନାରୀ ଓ ପୁରୁଷ ଭିତରେ ସହଯୋଗ, ସହଭାଗିତା, ସମର୍ଥନ ଓ ସମର୍ପଣ ଭାବନା ରହିଲେ ସଂସାରରେ ଶାନ୍ତି ବିରାଜମାନ ହେବ ଯାହା ଏକ ସୁସ୍ଥ ସମାଜ ଗଠନରେ ସହାୟକ ସାଜିବ।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri