କି ଅଦ୍ଭୁତ ମାନସିକତା

ଏହି ଆଲେଖ୍ୟଟି ଏକ ସତ୍ୟ ଘଟଣା, ଯାହାର ପ୍ରତ୍ୟକ୍ଷଦର୍ଶୀ ମୁଁ ନିଜେ, ତାହାକୁ ଉପକ୍ରମ ହିସାବରେ ନେଇ ଆରମ୍ଭ କରିବାକୁ ଯାଉଛି। କଟକର ଏକ ଘରୋଇ ହସ୍ପିଟାଲରେ ମୋର ସହଧର୍ମିଣୀ ଚିକିତ୍ସାଧୀନ ଥିଲେ। ସେଦିନ ଅପରେଶନ ପାଇଁ ତାଙ୍କୁ ଓଟି ଭିତରକୁ ନିଆ ଯାଇଥାଏ। ମୁଁ ବାହାରେ ଅପେକ୍ଷା କରିଥାଏ। ସମାନ ଭାବେ ଆଉ କିଛି ଲୋକ ମଧ୍ୟ ମୋ ଭଳି ସେମାନଙ୍କର ଆତ୍ମୀୟଙ୍କୁ ଅପେକ୍ଷା କରି ବସିଥାନ୍ତି। ଏହି ସମୟରେ ଜଣେ ମହିଳା ଓଟିର କବାଟ ଫାଙ୍କରେ ଭିତରେ ଥିବା ନର୍ସଙ୍କୁ ଧୀର ସ୍ବରରେ ପଚାରିଲେ ”ବେଟା ନା ବେଟୀ?“ ନର୍ସ କ’ଣ କହିଲେ ଆମକୁ ଶୁଣାଗଲା ନାହିଁ। କିନ୍ତୁ ବାହାରେ ଥିବା ସମସ୍ତ ଲୋକ ନର୍ସଙ୍କ ଉତ୍ତର ସମ୍ପର୍କରେ ଅବଗତ ହୋଇଗଲେ। ମହିଳାଙ୍କର ଆତ୍ମୀୟସ୍ବଜନଙ୍କ ଭିତରେ ଆନନ୍ଦର ଲହରି ଦେଖିବାକୁ ମିଳିଲା। ଆନନ୍ଦର ବିଷୟବସ୍ତୁଟିକୁ ମୋବାଇଲ ମାଧ୍ୟମରେ ଅନ୍ୟ ଲୋକଙ୍କୁ ପ୍ରେରଣ କରୁଥାନ୍ତି। ଓଟି ଭିତରେ ଜଣେ ଗର୍ଭବତୀ ମହିଳା ଯେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏହି ବାର୍ତ୍ତାଟି ବିଦ୍ୟୁତ୍‌ ବେଗରେ ଖେଳେଇ ହୋଇଗଲା। ମନେହେଲା ସତେ ଯେମିତି ସେମାନେ ଏକ ଆଶଙ୍କା ଭିତରେ ଥିଲେ। ନର୍ସଙ୍କ ଉତ୍ତର ସେମାନଙ୍କୁ ଆଶ୍ୱସ୍ତ କଲା। ସେମାନଙ୍କର ଇଚ୍ଛା ପୂରଣ ହେଲା। ”ବେଟା ହୋଇଛି“ ଏହି ଦୁଇଟି ଶବ୍ଦ ସହିତ ମିଠେଇ ବଣ୍ଟନରୁ ସବୁକିଛି ସ୍ପଷ୍ଟ ହେଉଥିଲା। ମାନସିକ ଚାପ ଭିତରେ ଥିଲେ ମଧ୍ୟ କ୍ଷଣିକ ପାଇଁ ନିଜ ଭିତରେ ଏକ ଅଭିନବ ପୁଲକ ଅନୁଭବ କଲି, ଜଣେ ନବାଗତଙ୍କ ଆଗମନ ବାର୍ତ୍ତାରେ ସତ କିନ୍ତୁ ସ୍ବତଃ ମୁହଁରୁ ବାହାରି ଆସିଲା- କି ବିଚିତ୍ର ଆମ ସମାଜ, କି ଅଦ୍ଭୁତ ମାନସିକତା !
ଏହାର ପରବର୍ତ୍ତୀ ଘଟଣା ଥିଲା ଆହୁରି ବେଦନା ଦାୟକ। ଜଣେ ନବଜାତ ଶିଶୁ ପୁତ୍ରକୁ ଓଟି ଭିତରୁ ଆଣି ବାହାରେ ଥିବା ଜଣେ ମହିଳାଙ୍କ କୋଳରେ ହସ୍ତାନ୍ତର କଲା ପରେ ଖୁସିର ମାହୋଲ ଦ୍ୱିଗୁଣିତ ହୋଇଗଲା। ସଭିଏ ସନ୍ତାନକୁ ଧରି ଫଟୋ ଉଠାଇବାରେ ବ୍ୟସ୍ତ। ଥେଇଥେଇ ହୋଇ କେହି ନାଚୁଥିଲେ ସିନା, କିନ୍ତୁ ପରିବେଶଟା ସେମିତି ଧରଣର ଥିଲା। ଅଥଚ କେହି ପଚାରୁ ନ ଥିଲେ ଯିଏ ଦଶମାସ ଧରି ନିଜ ଗର୍ଭରେ ସ୍ଥାନ ଦେଇ ଅସୀମ ଯନ୍ତ୍ରଣା ସହ୍ୟ କରି ଆଜି ଏତେବଡ଼ ଖୁସି ଖବରଟି ପରିବାର ପାଇଁ ଆଣିଦେଇଛନ୍ତି ତା’ର ଅବସ୍ଥା କ’ଣ ? ସେ କେମିତି ଅଛି, ତା’ର ସଂଜ୍ଞା ଫେରିଲା କି ନାହିଁ, ଏକଥା ଜାଣିବାକୁ କେହି ଚେଷ୍ଟା କରୁ ନ ଥିଲେ। ପୁଣି ଥରେ ସେହି ସମାନ କଥାଟି ମନକୁ ଆସିଲା। କି ବିଚିତ୍ର ସମାଜ, କି ଅଦ୍ଭୁତ ଆମ ଲୋକଙ୍କ ମାନସିକତା !
ଆମେ ଯେତେ ଡିଣ୍ଡିମ ପିଟି କହିଲେ ମଧ୍ୟ ଆମେ ଶିକ୍ଷିତ, ପ୍ରକୃତରେ ଆମ ଭିତରେ ଅନ୍ଧବିଶ୍ୱାସ ଏ ଯାଏ ଦୂରୀଭୂତ ହୋଇ ନାହିଁ। ଏଠାରେ ଯେତେ ଚିତ୍କାର କରି କହିଲେ ବି ନାରୀ ପୁରୁଷ ସମାନ ବୋଲି ବାସ୍ତବରେ ତାହା ନୁହେଁ। ନାରୀ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଭିନ୍ନ। ତା’ର ସ୍ବାଧୀନତାକୁ ସ୍ବେଚ୍ଛାଚାରିତାର ଆଖ୍ୟା ଦିଆଯାଏ। ତା’ର ବିରୋଧିତାକୁ ବିଶୃଙ୍ଖଳା କୁହାଯାଏ। ତା’ର ପ୍ରତିବାଦକୁ ପରମ୍ପରା ବିରୋଧୀ ବୋଲି ଚିତ୍ରଣ କରାଯାଏ। ଯେତେବେଳେ ନାରୀଟିଏ ବଳାତ୍କାରର ଶିକାର ହୁଏ କୌଣସି ଦୋଷ ନ ଥାଇ ମଧ୍ୟ ସେ ସମାଜରେ ଉପହସିତ ହୁଏ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ତାକୁ ସହିବାକୁ ପଡ଼େ।
ଏବେବି ଆମେ ଧରିନେଇଛୁ ପୁଅଟିଏ ନ ହେଲେ ବଂଶ ରକ୍ଷା ହେବ ନାହିଁ। କୁଳ ବୁଡ଼ିଯିବ। ମା’ ବାପାର ମୃତ୍ୟୁ ପରେ ମଶାଣିକୁ ନେବ କିଏ ? ନିଆଁ ବା ସମାଧି ବା କବର ଦେବ କିଏ ? ଶ୍ରାଦ୍ଧ କରିବ କିଏ ? ଏ ସବୁର ଅଧିକାର ଝିଅର ନାହିଁ। ବାହାଘର ପରେ ତା’ର ଗୋତ୍ର ବଦଳି ଯିବ। ସେ ପିଣ୍ଡ ଦେଲେ ଆତ୍ମା କୁଆଡ଼େ ଶାନ୍ତି ପାଇବ ନାହିଁ। ପୁଅଟିଏ ପାଇଁ ଏବେବି ମା’ବାପାମାନେ କେତେ କେତେ ମାନସିକ ରଖୁଥିବା ଶୁଣିବାକୁ ମିଳେ। ଲୋକଙ୍କର ଏହି ମାନସିକତାକୁ ଲକ୍ଷ୍ୟ କରି ଭ୍ରୂଣର ଲିଙ୍ଗ ଚିହ୍ନଟକୁ ବେଆଇନ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ କନ୍ୟା ଭ୍ରୂଣ କ’ଣ ହତ୍ୟା ହେଉନାହିଁ ଏକଥା କୁହାଯାଇ ପାରିବ ନାହିଁ।
ଏତିକିରେ ବଦଳିଯାଏ ନାହିଁ ଲୋକଙ୍କର ମାନସିକତା। ଅଳ୍ପ କିଛି ପରିବାରକୁ ଛାଡ଼ିଦେଲେ ଅଧିକାଂଶ ପରିବାରରେ ସମାନ ଘଟଣା ଘଟେ । ଝିଅଟେ ଜନ୍ମ ହେଲେ ଧରି ନିଆଯାଏ ପରିବାର ଉପରକୁ ଏକ ବୋଝ ଆସିଗଲା। ଅଥଚ ପୁଅ ହେଲେ ଶୁଭର ସଙ୍କେତ ସ୍ବରୂପ ଶଙ୍ଖ ଧ୍ୱନି କରାଯାଏ। ପୁଅ ହେଲେ ସମସ୍ତେ ଖୁସି ମନାନ୍ତି, ମାତ୍ର ଝିଅକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ପୁନଶ୍ଚ କିଛି କିଛି ପରିବାରରେ ଝିଅ ଜନ୍ମ ପାଇଁ ମା’କୁ ଦାୟୀ ମଧ୍ୟ କରାଯାଏ ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ପୁରୁଷର ଶୁକ୍ରାଣୁରେ ଥିବା କ୍ରୋମୋଜମ୍‌ ଉପରେ ନିର୍ଭର କରେ। କେତେକ କ୍ଷେତ୍ରରେ ଏମିତିି ଦୃଷ୍ଟାନ୍ତ ଦେଖିବାକୁ ମିଳେ ପୁଅଟିଏ ପାଇବା ପାଇଁ ପୁରୁଷଟି ଦ୍ୱିତୀୟ ବିବାହ କରୁଥିବାର। ଏଇଥିରୁ ଅନୁମାନ କରାଯାଇପାରେ ପୁଅଟିଏ ପାଇଁ ଆମେ କେତେ ଲାଳାୟିତ।
ସବୁଠାରୁ କରୁଣ କାହାଣୀ ହେଲା ଅଳ୍ପ କେତୋଟି ଶିକ୍ଷିତ ତଥା ପ୍ରଗତିଶୀଳ ପରିବାରକୁ ଛାଡ଼ିଦେଲେ ସବୁଠି ଝିଅ ପୁଅ ଭିତରେ ଖାଦ୍ୟ, ପୋଷାକ, ଶିକ୍ଷାକୁ ନେଇ ବାଛବିଚାରର ଅନ୍ତ ଘଟି ନାହିଁ। ଝିଅଟିଏ ହୋଇଥିଲେ ଯାହା ଖାଉଛି ଖାଉ, ଯେମିତି ପଢ଼ୁଛି ପଢ଼ୁ। ଷୋହଳ ବର୍ଷ ହୋଇଗଲେ ବର ଖୋଜି ବାହାଘର କାମଟି ସାରିଦେଲେ କନ୍ୟାଦାୟରୁ ମୁକ୍ତି। ଭାଗ୍ୟକୁ ଆଦରି ସେ ତା’ ଶାଶୁଘରକୁ ନେଇ ବଞ୍ଚିବ। ପୁଅଟିଏ ହୋଇଥିଲେ ଭଲ ବିଦ୍ୟାଳୟ ଖୋଜା ହେବ। ଭଲ ଟ୍ୟୁସନ୍‌ ମାଷ୍ଟର ଯୋଗାଡ଼ ହେବ। କୌଣସି ଥିରେ ତା’ର ଅଭାବ ରଖାଯାଏ ନାହିଁ। ଯେମିତି ହେଉ ସେ ଭଲ ପଢ଼ିବା ଦରକାର। କାରଣ ସେ ପରିବାର ସମ୍ଭାଳିବ। ବାପା ବୋଉକୁ ପୋଷିବ।
ଏହି ସବୁ ବୈଷମ୍ୟ କ’ଣ ସହଜରେ ହଟିଯିବ ? ମୋର ମନେହୁଏ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେବା ଯାଏ ଏହି ପାର୍ଥକ୍ୟ ଥିବ ହିଁ ଥିବ। ଆମ ବ୍ୟବସ୍ଥାରେ ନାରୀର ପୋଷାକ, ଖାଦ୍ୟ, ଚାଲିଚଳଣି, ଚରିତ୍ର, ସ୍ବାଧୀନତାକୁ ନେଇ ବିତର୍କ ହୁଏ। ନାରୀକୁ ସତୀତ୍ୱର ପରୀକ୍ଷା ଦେବାକୁ ପଡ଼େ, ଯେମିତି ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ସତୀଦାହ ପ୍ରଥାର ଉଚ୍ଛେଦ ହୋଇଛି ସତ କିନ୍ତୁ ଜୀବନ ତମାମ୍‌ ସ୍ବାମୀର ଅନୁଗାମୀ ହୋଇ ରହିବାକୁ ପଡ଼େ ନିଜ ଭିତରେ ଥିବା ସମସ୍ତ ଇଚ୍ଛାକୁ ଦାହ କରି। ପୁରୁଷର ଦ୍ୱିତୀୟ ବିବାହ ସମାଜ ଆଖିରେ ଦୋଷାବହ ନୁହଁ। କିନ୍ତୁ ଏବେବି ବିଧବା ବିବାହ ସହଜରେ ଗ୍ରହଣୀୟ ହୁଏ ନାହିଁ। ଏଠାରେ କନ୍ୟାଦାନ ମହାପୁଣ୍ୟ ବୋଲି ବିଚାର ହୁଏ। ସେଇଥିପାଇଁ ତ ଦାନର ଦକ୍ଷିଣା ସ୍ବରୂପ ଯୌତୁକ ପ୍ରଥାର ପ୍ରଚଳନ କାହିଁ କେଉଁ କାଳରୁ। ଯଦିଓ ଏହା ଆଇନଗତ ଭାବେ ଅସିଦ୍ଧ। କିନ୍ତୁ ସମାଜରୁ ଏହା କ’ଣ ଉଚ୍ଛେଦ ହେଲାଣି ? ନାରୀ ଯେତେବେଳେ ପୁରୁଷର ସହଯୋଗ ଚାହେଁ ତାହା ତା’ର ଦୁର୍ବଳତା ବୋଲି ବିଚାର କରାଯାଏ। ସେଇଥିପାଇଁ ନାରୀ ଦୁର୍ବଳା ବୋଲି ସମାଜ କହେ। କେବଳ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରରେ ମା’ର ନାମ ଉଲ୍ଲେଖ କରାଯାଏ ସିନା ଅନ୍ୟ କୌଣସି ପ୍ରମାଣ ପତ୍ରରେ ମା’ର ନାମ ଦେଖିବାକୁ ମିଳେ ନାହିଁ। କାହାର ପରିଚୟ ପଚାରିବା ବେଳେ ବାପାର ନାମ ଲୋକେ ପଚାରନ୍ତି। କିନ୍ତୁ ମା’ କିଏ ବୋଲି କେହି ପଚାରିବା ବୋଧହୁଏ ଶୁଣିବାକୁ ମିଳେ ନାହିଁ।
ଏହା ହିଁ ଆମ ମାନସିକତା, ଆମ ସମାଜର ଆଭିମୁଖ୍ୟ। ଯଦି ନାରୀ ଓ ପୁରୁଷ ବିହୁନେ ସୃଷ୍ଟି ଅସମ୍ଭବ ତେବେ ଉଭୟଙ୍କୁ ସମାନ ଚକ୍ଷୁରେ ଦେଖିବା ଆବଶ୍ୟକ। ଉଭୟଙ୍କୁ ସମାଜରେ ସମାନ ଗୁରୁତ୍ୱ ମିଳିବା ଜରୁରୀ। ଉଭୟ ନାରୀ ଓ ପୁରୁଷ ଭିତରେ ସହଯୋଗ, ସହଭାଗିତା, ସମର୍ଥନ ଓ ସମର୍ପଣ ଭାବନା ରହିଲେ ସଂସାରରେ ଶାନ୍ତି ବିରାଜମାନ ହେବ ଯାହା ଏକ ସୁସ୍ଥ ସମାଜ ଗଠନରେ ସହାୟକ ସାଜିବ।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri