ପଶ୍ଚିମ ଓଡ଼ିଶାରେ ତାତିଲେ ଚାଷୀ

ସମ୍ବଲପୁର,୬ା୧୨(ବ୍ୟୁରୋ): ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆହ୍ବାନରେ ଶନିବାର ବିଭିନ୍ନ ଜିଲାର ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଳାଇଛନ୍ତି। ନୂଆପଡ଼ା ଓ କଳାହାଣ୍ଡି ବ୍ୟତୀତ ପ୍ରାୟ ସମସ୍ତ ଜିଲାରେ ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମ୍ବଲପୁର ଜିଲା ଜାତୀୟ ରାଜପଥ- ୫୩ ସିନ୍ଦୁରପଙ୍କ ଚୌଧୂରୀଛକରେ ରାସ୍ତାରୋକୋ ହୋଇଥିଲା। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ, ଟୋକନ ସମସ୍ୟା, ଏକର ପିଛା ଧାନର ବିକ୍ରି ପରିମାଣ ବୃଦ୍ଧି କରିବା ଭଳି ବିଭିନ୍ନ ଦାବି ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଳାଇଥିଲେ। ଚାଷୀମାନେ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ବର୍ଷିଥିଲେ। ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ପହଞ୍ଚତ୍ ଚାଷୀମାନଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ। ହେଲେ ଅନ୍ୟ ଜିଲାରେ ଚାଷୀମାନଙ୍କୁ ଗିରଫ କରାଯାଇଥିବା ଜାଣି ଆଲୋଚନାରେ ଭାଗ ନେବେ ନାହିଁ ବୋଲି କହିଥିଲେ। ରାଜ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ଚାଷୀମାନେ ନିନ୍ଦା କରିଥିଲେ। ସନ୍ଧ୍ୟା ୬ଟାରେ ପୋଲିସ ୧୫ ଜଣ ଚାଷୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବଲପୁର ସମେତ ବରଗଡ ଜିଲାରେ ଜାତୀୟ ରାଜପଥ-୫୩ ଅତାବିରା ଓ ବରଗଡ ସହ ଦୁଇଟି ସ୍ଥାନରେ ରାସ୍ତାରୋକୋ ହୋଇଥିଲା। ଅତାବିରାଠାରେ ପୋଲିସ ଚାଷୀମାନଙ୍କୁ ଗିରଫ କରି ରାସ୍ତା ଅବରୋଧ ହଟାଇଥିଲା। ସେହିପରି ବଲାଙ୍ଗୀର ଜିଲା ବେଲପଡା ବ୍ଲକ କମ୍ପାଣୀ ଛକରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ସୋନପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଉଫୁଲା-କାନପୁର ଛକରେ ରାସ୍ତାରୋକୋ ହୋଇଥିଲା। ସୁନ୍ଦରଗଡ଼ ଜିଲାରେ ସବଡେଗା ବ୍ଲକ କରମଡିହି ଛକରେ ଆନ୍ଦୋଳନ ହୋଇଥିଲା। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭରତ ଚନ୍ଦ୍ର ସ୍ବାଇଁ, ତିବର ବେହେରା, ବାସନ୍ତ ମହାକୁଡ ପ୍ରମୁଖ ସାମିଲ ଥିଲେ। ସେହିପରି ଦେବଗଡ଼ ଜିଲା ପୁରୁଣାଗଡ଼ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରୋକୋ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri