Posted inଜାତୀୟ

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ ମଣ୍ଡପରେ ପଶି ବର, ପଣ୍ଡିତ ଏବଂ ଅତିଥିଙ୍କ ସହ ଦୁର୍ବବ୍ୟବହାର କରିବା ଘଟଣାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ରତନ ଲାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଜିଲାପାଳ ଦଳବଳ ସହ ବିବାହ ମଣ୍ଡପରେ ପଶି ପଣ୍ଡିତଜୀଙ୍କୁ ଥାପଡ଼ ମାରିବା ସହ ବରଙ୍କୁ ଧକ୍କା ମାରିଥିଲେ। ଯିଏ ସାମ୍ନାରେ ପଡ଼ିଲେ ଗିରଫ ନିର୍ଦ୍ଦେଶ ସହ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିlଲେ। ଖାଲି ସେତିକି ନୁହେଁ ସର୍ବସାଧାରଣରେ ପୋଲିସକୁ ବି ସାଂଘାତିକ ଗାଳି। ଜିଲାପାଳ ଶୈଳେଶ କୁମାର ଯାଦବଙ୍କ କାରନାମା ଏ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତେବେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଜିଲାପାଳ ଶୈଳେଶ କୁମାର ଯାଦବ ନିଜ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କାହାର ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟ ନ ଥିଲା ବୋଲି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ରିପୋର୍ଟ ତଲବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ସୋନମ ୱାଙ୍ଗଚୁକଙ୍କ ସ୍ତ୍ରୀଙ୍କ ବଡ଼ ଘୋଷଣା: ଆଗକୁ ସାରା ଦେଶରେ ଭୟଙ୍କର ହେବ…

ନୂଆଦିଲ୍ଲୀ,୨୦।୭: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ଆଜିର ପ୍ରଦର୍ଶନ ଉପରେ କହିଛନ୍ତି ଯେ, କୌଣସି ସଂଘର୍ଷ ସହଜ ହୋଇନଥାଏ। ଏହା ପିଲାମାନଙ୍କର ସାହସ ବଢ଼ାଇବ।…

ଖେମୁଣ୍ଡି ଲୋକ ମହୋତ୍ସବ ଉଦ୍‌ଘାଟନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ…

‘ମାମ୍‌ ଆପଣଙ୍କର ପିଲା ହୋଇଥିଲେ କ’ଣ…’, ପୋଲିସର ଲାଠିଚାର୍ଜରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ‘କକରୋଚ ଜନତା ପାର୍ଟି’ (CJP) ର କର୍ମକର୍ତ୍ତା ଏବଂ ସମର୍ଥକମାନେ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri