Posted inଜାତୀୟ

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ ମଣ୍ଡପରେ ପଶି ବର, ପଣ୍ଡିତ ଏବଂ ଅତିଥିଙ୍କ ସହ ଦୁର୍ବବ୍ୟବହାର କରିବା ଘଟଣାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ରତନ ଲାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଜିଲାପାଳ ଦଳବଳ ସହ ବିବାହ ମଣ୍ଡପରେ ପଶି ପଣ୍ଡିତଜୀଙ୍କୁ ଥାପଡ଼ ମାରିବା ସହ ବରଙ୍କୁ ଧକ୍କା ମାରିଥିଲେ। ଯିଏ ସାମ୍ନାରେ ପଡ଼ିଲେ ଗିରଫ ନିର୍ଦ୍ଦେଶ ସହ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିlଲେ। ଖାଲି ସେତିକି ନୁହେଁ ସର୍ବସାଧାରଣରେ ପୋଲିସକୁ ବି ସାଂଘାତିକ ଗାଳି। ଜିଲାପାଳ ଶୈଳେଶ କୁମାର ଯାଦବଙ୍କ କାରନାମା ଏ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତେବେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଜିଲାପାଳ ଶୈଳେଶ କୁମାର ଯାଦବ ନିଜ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କାହାର ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟ ନ ଥିଲା ବୋଲି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ରିପୋର୍ଟ ତଲବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଜସ୍ବୀଙ୍କ ବାଜିବ ସାହାନାଇ

ପାଟନା,୮।୧୨: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।...

ଲକ୍‌ଡାଉନ ବେଳେ ଅନାହାର ସହ ସଂଗ୍ରାମ

ନୂଆଦିଲ୍ଲୀ,୧୭।୪: ଗତ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ ଜୀବନ ବଦଳିଯାଇଛି ବୋଲି କହିବା ବାହୁଲ୍ୟ ହେବ ନାହିଁ। କରୋନା ମହାମାରୀ ସାରା ଦୁନିଆକୁ ଘୋଟିଛି।...

ସ୍ବର୍ବେଦ ମହାମନ୍ଦିରରେ ମୋଦି

କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ...

ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍‌ ଆତଙ୍କ…

ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍‌ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ...

ନିୟନ୍ତ୍ରଣ ରେଖାରେ ବଢ଼ିଲା ଉତ୍ତେଜନା: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶନିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲାର ଶାହପୁର ଏବଂ କେର୍ନି...

ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି...

ରାଲିରେ ଯୋଗ ଦେବାକୁ କଂଗ୍ରେସ ରଖିଲା ସର୍ତ୍ତ: ଆଣିବାକୁ ହେବ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ

ଜୟପୁର,୯ ।୧୨: କଂଗ୍ରେସ ନେତା ଜ୍ୟୋତି ଖଣ୍ଡେଲୱାଲ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଛନ୍ତି କି ଜୟପୁରରେ ୧୨ ଡିସେମ୍ବରକୁ ହେବାକୁ ଥିବା...

ଏକକ ଦେଓ୍ବାନୀ ସଂହିତା ପାଇଁ ଆଇନ ପ୍ରଣୟନ କରିପାରିବେ ରାଜ୍ୟ: ରିଜିଜୁ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା...

Advertisement
Archives

Model This Week