Posted inଖେଳ

ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟ, ସାମ୍‌ସନଙ୍କ ଉପରେ ନଜର

ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ୨ଟି ଦିନିକିଆରେ ଭାରତର ପରୀକ୍ଷା ନିରୀକ୍ଷା କାମ ଦେଇନାହିଁ। ଦ୍ୱିତୀୟ ଦିନିକିଆରେ ହାରି ଭାରତ ସିରିଜ ପରାଜୟ ଆଶଙ୍କାରେ ପଡ଼ିଛି।

ଭାରତ ବୃହତ୍ତର ଦୃଷ୍ଟିକୋଣରୁ ପରୀକ୍ଷା ନିରୀକ୍ଷା ଜାରି ରଖିଛି ବୋଲି ଦ୍ୱିତୀୟ ଦିନିକିଆରେ ପରାଜୟ ପରେ କୋଚ୍‌ ରାହୁଲ ଡ୍ରାଭିଡ ପ୍ରକାଶ କରିଥିଲେ। ତେଣୁ ଭାରତ ସେହି ପ୍ରକ୍ରିୟା ଆଗାମୀ ମ୍ୟାଚରେ ମଧ୍ୟ ଜାରି ରଖିବ ବୋଲି ଅନୁମାନ କରାଯାଉଛି। ଏପରିସ୍ଥିତିରେ ସଞ୍ଜୁ ସାମସନ୍‌ ଓ ସୂର୍ଯ୍ୟକୁମାର ଯାଦବ ମିଡିଲ ଅର୍ଡରରେ କ୍ଲିକ୍‌ କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ନିଶ୍ଚିତ ଆଶା ବାନ୍ଧି ବସିଛି।

ମ୍ୟାଚ୍‌ରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ଯଦି ବିଶ୍ରାମ ଦେବା ଧାରା ଜାରି ରୁହେ ତେବେ ଭଲ ଫଳାଫଳ ପାଇଁ ସୂର୍ଯ୍ୟକୁମାରଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ସଞ୍ଜୁ ସାମ୍‌ସନଙ୍କ ପରି ଖେଳାଳି ସୁଯୋଗର ସଦ୍‌ବ୍ୟବହାର କରିପାରି ନାହାନ୍ତି। ସିରିଜ ନିର୍ଣ୍ଣାୟକ ମ୍ୟାଚ ତାଙ୍କ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ସଦୃଶ ହେବ। ଦ୍ୱିତୀୟ ଦିନିକିଆ ପରି ସେ ଆଗାମୀ ମ୍ୟାଚରେ ମଧ୍ୟ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଟେଷ୍ଟ ସିରିଜ ଆରମ୍ଭରୁ ଏପର୍ଯ୍ୟନ୍ତ ଇଶାନ କିଶନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ମାତ୍ର ଶୁବମନ ଗିଲ୍‌ଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ବଡ଼ ସ୍କୋର ମିଳିନାହିଁ। ପ୍ରଥମ ୨ଟି ଗେମ୍‌ରେ ବୋଲିଂ ଓପନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ କିନ୍ତୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ଦୂରରେ ରହିଛନ୍ତି। ଆଗକୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବ। ତେଣୁ ତା’ ପୂର୍ବରୁ ଶେଷ ଦିନିକିଆରେ ସେ ଭଲ ରନ୍‌ କରିବା ଆବଶ୍ୟକ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?