Posted inଖେଳ

ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କଲେ ୪ ବିଶ୍ୱ ଚାମ୍ପିୟନ କ୍ରିକେଟର

ନୂଆଦିଲ୍ଲୀ,୧୯।୧: ଜଣେ ଖେଳାଳି ଅବସର ନେବା ସାଧାରଣ କଥା। ପ୍ରତ୍ୟେହ କୌଣସି ନା କୌଣସି ଖେଳାଳି ତାଙ୍କ କାରିୟରକୁ ବିଦାୟ ଦିଅନ୍ତି, ହେଲେ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥାଏ ଯେତେବେଳେ ଗୋଟିଏ ଦେଶର ଏକାଧିକ ଖେଳାଳି ଏକାସାଙ୍ଗରେ ଅବସର ଘୋଷଣା କରନ୍ତି। ଓ୍ବେଷ୍ଟଇଣ୍ଡିଜରେ ଏଭଳି ଘଟଣା ଘଟିଛି। ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବାରୁ ଅନେକ ପୁରୁଷ ଖେଳାଳି ବିଶ୍ୱର ଅନ୍ୟ ଲିଗ୍‌ ଖେଳିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଦେଶର ୪ ମହିଳା କ୍ରିକେଟର ଏକାଠି ଖେଳରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅନିସା ମହମ୍ମଦ, ଶାକିରା ସେଲମାନ, କାୟାସିଆ ଏବଂ କାଇସୋନା ନାଇଟ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଥିବା କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

ୱେଷ୍ଟଇଣ୍ଡିଜ ମହିଳା ଦଳ ୨୦୧୬ରେ ଭାରତରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଜିତି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହି ୪ ଜଣ ଉକ୍ତ ଐତିହାସିକ ବିଜୟର ଅଂଶ ଥିଲେ। ଏହା ପରେ କିନ୍ତୁ ୱେଷ୍ଟଇଣ୍ଡିଜ ମହିଳା ଦଳ ପୁନର୍ବାର ବିଶ୍ୱ ଚାମ୍ପିଅନ ହୋଇପାରିନାହିଁ।

ଅଫ ସ୍ପିନର ମହମ୍ମଦ ୨୦୦୩ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ସେ ଦିନିକିଆ ଏବଂ ଟି୨୦ରେ ଦେଶ ପାଇଁ ସର୍ବାଧିକ ଉଇକେଟ ନେଇଛନ୍ତି।

ଦ୍ରୁତ ବୋଲର ସେଲମାନ ୨୦୦୮ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଡବଲନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ତାଙ୍କର ୧୮ ବର୍ଷ କ୍ୟାରିଅରରେ ସେ ୧୦୦ ଟି ଦିନିକିଆ ମ୍ୟାଚରେ ୮୨ ଉଇକେଟ ଏବଂ ୯୬ ଟି -୨୦ ମ୍ୟାଚରେ ୫୧ ଉଇକେଟ ନେଇଥିଲେ। ଫେବୃଆରୀ ୨୦୨୩ ରେ ସେ ଟି -୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱେଷ୍ଟଇଣ୍ଡିଜ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।

କେସିଆ ଏବଂ କାଇଶୋନା ଭଉଣୀ ଅଟନ୍ତି । ଆସନ୍ତା ମାସରେ ଉଭୟ ୩୨ ବର୍ଷ କରିବାକୁ ଯାଉଛନ୍ତି। ୨୦୧୧ ରେ ୱେଷ୍ଟଇଣ୍ଡିଜ ପାଇଁ କେସିଆ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ୨୦୧୩ ରେ କାଇଶୋନା ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଉଇକେଟ କିପର-ବ୍ୟାଟ୍ସମ୍ୟାନ କେସିଆ ନିଜ ଦେଶ ପାଇଁ ୮୭ ଟି ଦିନିକିଆ ମ୍ୟାଚରେ ୧୩୨୭ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ୭୦ ଟି -୨୦ ମ୍ୟାଚରେ ୮୦୧ ରନ ସଂଗ୍ରହ କରିଥିଲେ। ଯେତେବେଳେ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ କାଇଶୋନା ୫୧ ଟି ଦିନିକିଆ ମ୍ୟାଚରେ ୮୫୧ ରନ ଏବଂ ୫୫ ଟି -୨୦ ମ୍ୟାଚରେ ୫୪୬ ରନ ସ୍କୋର କରିଛନ୍ତି। ଡିସେମ୍ବର ୨୦୨୨ ରେ ବ୍ରିଜଟାଉନରେ ଇଂଲଣ୍ଡ ବିପକ୍ଷରେ ଉଭୟ ଦେଶ ପାଇଁ ଶେଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?