Posted inଜାତୀୟ

ପଶ୍ଚିମବଙ୍ଗ ଜୟ ଯୋଜନା: ଭାଜପା ଗଠନ କଲା ୫ ଜଣିଆ ଟିମ୍‌

କୋଲକାତା,୧୮।୧୧: ଭାଜପା ଏବେ ପଶ୍ଚିମବଙ୍ଗ ଜୟ ଯୋଜନା କରିଛି। ଏଥି ପାଇଁ ଦଳ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଟିମ୍‌ ସଦସ୍ୟମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପାଖରେ ରିପୋର୍ଟ ଦାଖଲ କରିବେ। ରିପୋର୍ଟ ନଭେମ୍ବର ଶେଷ ସୁଦ୍ଧା ଦାଖଲ ପାଇଁ ଟିମ୍‌ ସଦସ୍ୟଙ୍କୁ କୁହାଯାଇଛି। ସୁନୀଲ ଦେଓଧରଙ୍କୁ ହାଓ୍ବଡ଼ା, ହୁବଲୀ, ମେଦିନାପୁର ଜୋନ୍‌ର ଦାୟିତ୍ୱ ଦିଆଯାଇଛି। ସେହିପରି ବିନୋଦ ତାଓ୍ବଡ଼େଙ୍କୁ ନାବାଦ୍ୱୀପ୍‌ରେ ନିର୍ବାଚନ ପ୍ରସ୍ତୁତି ଭାର ଦିଆଯାଇଛି। ବିନୋଦ ସୋନକରଙ୍କୁ ବର୍ଦ୍ଧମାନ ଏବଂ ହରୀଶ ଦ୍ୱିବେଦୀଙ୍କୁ ଉତ୍ତର ପଶ୍ଚିମବଙ୍ଗ ଭାର ଅର୍ପଣ କରାଯାଇଛି। ସେହିପରି ଦୁଷ୍ମନ୍ତ ଗୌତମ କୋଲକାତା ଜୋନ୍‌ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଦାଖଲ କରାଯିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟିଛି। ନଜିରାବାଦରେ ରହୁଥିବା ୬୪ ବର୍ଷୀୟ ବୃଦ୍ଧଙ୍କ ବୁଧବାର ଦ୍ୱିପ୍ରହରରେ କରୋନା ଭାଇରସ୍‌ରେ ମୃତ୍ୟୁ...

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ...

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ...

ମହାକାଶ ମୁହାଁ ଆମାଜୋନିଆ-୧

ଶ୍ରୀହରିକୋଟା,୨୮।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯାଇଛି। ୨୦୨୧ର ପ୍ରଥମ...

୧୮,୮୦୦ ଫୁଟ ଉଚ୍ଚରେ ଯୋଗକଲେ ଯବାନ

ଚାମୋଲି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି। ଉତ୍ତରାଖଣ୍ଡ ଚାମୋଲି ଜିଲାର ଭାରତ ଚାଇନା ସୀମାରେ ମୁତୟନ ଥିବା ଆଇଟିବିପି...

ପ୍ରି-ପୋଲ୍‌ ସର୍ଭେକୁ ବ୍ୟାନ କର

ନୂଆଦିଲ୍ଲୀ,୨୪।୧୦: ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଉଥିବା ପ୍ରି-ପୋଲ ସର୍ଭେରେ ଭୁଲ ତଥ୍ୟ ଦିଆଯାଇ ମତଦାତାଙ୍କୁ ପ୍ରଭାବିତ କରାଯାଉଛି। ଏଥିଲାଗି ଏହା ଉପରେ ୬...

ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରାଯୋଜକଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ,୨୩।୭: ବଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ଅର୍ଥଦାତା ସତ୍ୟେନ୍ଦ୍ର ତ୍ୟାଗିଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ...

ମାଡ଼ି ଆସୁଛି ବାତ୍ୟା ‘କୟାର’: କର୍ନାଟକରେ ପ୍ରବଳ ବର୍ଷା; ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୬।୧୦: ବାତ୍ୟା ‘କୟାର’ ମାଡ଼ି ଆସୁଛି। ପଶ୍ଚିମ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ପ୍ରଭାବରେ କର୍ନାଟକରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ସୁରକ୍ଷା...

Advertisement
Archives

Model This Week