ପୁଣି ପାଚେରି ନିର୍ମାଣ କଲା ପଶ୍ଚିମବଙ୍ଗ

ଭୋଗରାଇ, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ବାରମ୍ବାର ବାରଣ ସତ୍ତ୍ୱେ ପଶ୍ଚିମବଙ୍ଗ ପାଚେରି ନିର୍ମାଣ କରୁଥିବାରୁ ମଙ୍ଗଳବାର ବାଲେଶ୍ୱର ଜିଲା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ତାଳସାରୀ ମେରାଇନ ଥାନା ପୋଲିସ ପହଞ୍ଚତ୍ ଓଡ଼ିଶା ମଧ୍ୟରେ ଉକ୍ତ କାର୍ଯ୍ୟ ବନ୍ଦ ପାଇଁ ତାଗିଦ୍‌ କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀଙ୍କ ସହିତ କିଛି ସମୟ କଥା କଟାକଟି ହୋଇଥିଲା। ପ୍ରଶାସନର କଡ଼ା ଆଭିମୁଖ୍ୟରେ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀମାନେ ପାଚେରି ନିର୍ମାଣ ବନ୍ଦ କରିଥିଲେ।
ଗତ ୭ତାରିଖରେ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ସେଚବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଓଡ଼ିଶା ସୀମାର ୩୦ଫୁଟ୍‌ ଭିତରକୁ ପଶି ବେଳାଭୂମି ସୁରକ୍ଷା କଂକ୍ରିଟ୍‌ ପାଚେରି ନିର୍ମାଣ କରୁଥିବା ବେଳେ ବାଲେଶ୍ୱର ଜିଲା ପ୍ରଶାସନ ଏହି କାର୍ଯ୍ୟ ବେଆଇନ କହି ବନ୍ଦ କରିଥିଲେ। ଉଦୟପୁର ବେଳାଭୂମି ଓଡ଼ିଶାର ବୋଲି ପ୍ରଶାସନ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀଙ୍କୁ କହିବା ସହ ସେଠାରେ ୧୪୪ ଧାରା ଜାରି କରି ଲାଲ୍‌ ପତାକା ପୋତିଥିଲା। ହେଲେ ଏହାକୁ ବେଖାତିର କରି ମଙ୍ଗଳବାର ପୁଣି ପଶ୍ଚିମବଙ୍ଗ ସେଚ ବିଭାଗ ପାଚେରି ନିର୍ମାଣ କରୁଥିବା ନେଇ ସୀମାନ୍ତବାସୀ ଭୋଗରାଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ତହସିଲଦାର ପଣ୍ଡା ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚତ୍ କଡା ତାଗିଦ୍‌ କରିଥିଲେ। ଶେଷରେ ପଶ୍ଚିମବଙ୍ଗ ବାଧ୍ୟ ହୋଇ ପାଚେରି ନିର୍ମାଣକୁ ବନ୍ଦ କରିଥିଲା। ଏହି ଘଟଣାରେ ଭୋଗରାଇ ତହସିଲଦାର, ପଶ୍ଚିମବଙ୍ଗ ରାଜସ୍ବ, ସେଚବିଭାଗକୁ ଭୋଗରାଇ ତହସିଲ ପରିସରରେ ଆଲୋଚନା କରିବାକୁ ଡାକିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କେହି ଆସି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri