ଦୁଇ ଦିନରେ ଝିଅପୁଅଙ୍କ ମୃତ୍ୟୁ

ଲହୁଣୀପଡ଼ା,୨୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ଗାଙ୍ଗଟୋଲା ବସ୍ତିରେ ଦୁଇଦିନରେ ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି। ମା’ ସହିତ ସାନପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜ୍ୱରରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଥିଲେ ମଧ୍ୟ କାରଣ ସ୍ପଷ୍ଟ ହୋଇନାହିଁ।
ଗାଙ୍ଗଟୋଲାରେ ସ୍ବର୍ଗତ କିଶୋର ତୁରୀଙ୍କ ପରିବାର ବସବାସ କରନ୍ତି। ପରିବାର କହିଲେ ସ୍ତ୍ରୀ ଇନ୍ଦି (୩୧), ଝିଅ ଆଶ୍ରିତା (୮), ପୁଅ ଅଞ୍ଜୟ(୬) ଓ ଫିରୁ (୨)। ଦୁଇବର୍ଷ ତଳେ ସଡ଼କ ଦୁର୍ଘଟଣାରେ କିଶୋରଙ୍କ ମୃତ୍ୟୁ ପରେ ଅସହାୟ ପାଲଟି ଯାଇଥିଲେ ପରିବାର ସଦସ୍ୟ। ତିନି ପିଲାଙ୍କ ମୁହଁରେ ଦାନାଦେବା ପାଇଁ ଇନ୍ଦି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ତିନିଚାରି ଦିନ ହେବ ଅଜଣା ଜ୍ବରରେ ସାରା ପରିବାର ଆକ୍ରାନ୍ତ ହୋଇଥିଲେ। ଅଭାବ ଯୋଗୁ ଉପଯୁକ୍ତ ଚିକିତ୍ସା କରି ନ ପାରି ସ୍ଥାନୀୟ ଔଷଧ ବିକାଳିଙ୍କଠାରୁ ଔଷଧ ଖାଇଥିଲେ ମଧ୍ୟ ରୋଗ ଭଲ ନ ହେବାରୁ ଦେଶୀ ଚିକିତ୍ସା ଓ ଗୁଣିଗାରେଡି କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଅ ଅଞ୍ଜୟ ଓ ମଙ୍ଗଳବାର ଅପରାହ୍ନରେ ଆଶ୍ରିତାଙ୍କ ମୃତ୍ୟୁ ଘଟିଥିଲା। ଦୁଇଦିନ ବ୍ୟବଧାନରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିବା ଏବଂ ମା’ ସାନପୁଅ ଆକ୍ରାନ୍ତ ହେବା ଘଟଣା ଗ୍ରାମରେ ଉଦ୍‌ବେଗ ସୃଷ୍ଟି କରିଥିଲା। ଇନ୍ଦି ଓ ଫିରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଅଟୋ ଯୋଗେ ଆଣି ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲହୁଣୀପଡ଼ା ଡାକ୍ତରଖାନାର ଡା.ଚିନ୍ମୟ କୁମାର ସାହୁ କହିଛନ୍ତି ମା’ ପୁଅଙ୍କ ଚିକିତ୍ସା ଚାଲିଛି। ରକ୍ତ ପରୀକ୍ଷାର ରିପୋର୍ଟ ଆସିଲା ପରେ ପ୍ରକୃତ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ବସ୍‌ରେ ଯାତ୍ରୀଙ୍କ ମୃତଦେହ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ସାରି ଫେରିବା ସମୟରେ ଘଟିଛି ଅଘଟଣ। ଚଳନ୍ତା ବସ୍‌ରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଭୁବନେଶ୍ୱର...

ପରିମଳ ଉପରେ ଦିଆଯାଉନି ଧ୍ୟାନ

ଅନୁଗୋଳ ଅଫିସ,୧୧ା୩ ଜନସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ପୌରାଞ୍ଚଳର ତୃତୀୟ ବୃହତ୍ତମ ଓ୍ବାର୍ଡ ହେଉଛି ୧ ନମ୍ବର ଓ୍ବାର୍ଡ। ଜନବହୁଳ ଅଞ୍ଚଳ ହୋଇଥିବାରୁ ଏହି ଓ୍ବାର୍ଡର ସମସ୍ୟା...

ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ...

ଖାଦ୍ୟର ମାନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ...

ଜାତୀୟ ରାଜପଥ ପାଲଟିଛି ଟ୍ରକ୍‌ ପାର୍କିଂ ସ୍ଥଳ

ମାର୍ଶାଘାଇ,୨୯ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଏବେ ଲୁହାପଥର ବୋଝେଇ ଟ୍ରକ୍‌ଗୁଡ଼ିକର ପାର୍କିଂ ସ୍ଥଳ ପାଲଟିଛି। ବିଶେଷ...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ...

ଷଣ୍ଢ ଲଢେଇ ବେଳେ ଦୁର୍ଘଟଣା: ଯୁବକଙ୍କ ଉପରେ ଚଢିଗଲା ଟ୍ରକ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସୋର-ମଙ୍ଗଳପୁର ରାସ୍ତା ବାଗୁଡି ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଟ୍ରକ ତଳେ ଚାପି...

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର...

Advertisement
Archives

Model This Week