Posted inଜାତୀୟ

ପୋଲିସ-ଭାଜପା କର୍ମୀ ଖଣ୍ଡଯୁଦ୍ଧ

କୋଲକାତା,୯।୧୦:କୋଲକାତାରେ ଗୁରୁବାର ଭାଜପାର ‘ନବାନ୍ନ ରାଲି’ ବେଳେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ସମର୍ଥକମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବାହାରିଥିବାବେଳେ କେତେଜଣ କର୍ମୀ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ଭାଜପା କର୍ମୀମାନେ ବିରୋଧ କରି ପୋଲିସ ଉପରେ ଆକ୍ରମଣ କରିବାରୁ ଖଣ୍ଡଯୁଦ୍ଧର ସୂତ୍ରପାତ ହୋଇଥିଲା। ଭାଜପା ସମର୍ଥକଙ୍କ ଉପରେ ପୋଲିସ ପ୍ରଥମେ ଲୁହବୁହା ଗ୍ୟାସ୍‌ ଓ ପରେ ଲାଠିମାଡ଼ କରିଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ଦଳୀୟ କର୍ମୀଙ୍କୁ ହତ୍ୟା କରାଯିବା ବିରୋଧରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସଚିବାଳୟ ଅଭିମୁଖେ ରାଲି ବାହାର କରାଯାଇଥିଲା। କୋଲକାତା, ହାଓଡ଼ାର ସହସ୍ରାଧିକ ଭାଜପା ସମର୍ଥକ ଏଥିରେ ସାମିଲ ହୋଇଥିଲେ।
ଭାଜପା କର୍ମୀମାନେ ରାସ୍ତାରେ ଟାୟାର ଜାଳି, ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ସଂଘର୍ଷ ବେଳେ ଢେଲାମାଡ଼ ମଧ୍ୟ କରାଯାଇଥିଲା। ଏହି ସଂଘର୍ଷ ବେଳେ ଭାଜପା ପ୍ରଦେଶ ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ଓ ଏମ୍‌ପି ଜ୍ୟୋତିର୍ମୟ ସିଂ ମହାତୋ, ଭାଜପା ଜାତୀୟ ସମ୍ପାଦକ ଅରବିନ୍ଦ ମେନନ୍‌ ପ୍ରମୁଖ ଆହତ ହୋଇଥିଲେ। ଏଭଳି ସଂଘର୍ଷକୁ ରୋକିବା ଲାଗି ପୋଲିସ ପାଣିମାଡ଼, ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ଅନେକେ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିବାବେଳେ ଜଣଙ୍କଠାରୁ ଗୁଳିଭର୍ତ୍ତି ବନ୍ଧୁକ ଜବତ କରାଯାଇଥିବା ଜଣାପଡ଼ିଛି। ଭାଜପା କର୍ମୀମାନେ ବୋମାମାଡ଼ କରିଥିବା ମଧ୍ୟ ପୋଲିସ ଅଭିଯୋଗ କରିଛି। ପୋଲିସ-ଭାଜପା ସମର୍ଥକଙ୍କ ମଧ୍ୟରେ ହାଓଡ଼ାରେ ଖଣ୍ଡଯୁଦ୍ଧ ହେବାପରେ ସେଠାରେ ଥିବା ଦୋକାନବଜାର ବନ୍ଦ ହୋଇଯାଇଥିଲା।
ଭାଜପାର ନବନିଯୁକ୍ତ ଯୁବମୋର୍ଚ୍ଚା ମୁଖ୍ୟ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା କର୍ମୀଙ୍କ ଉପରେ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ଼ କରାଯିବା ଫାସିବାଦ ନୀତିର ଜ୍ୱଳନ୍ତ ଉଦାହରଣ। ଛାତ ଉପରୁ ଟିଏମ୍‌ସି ଗୁଣ୍ଡାମାନେ ର଼୍ୟାଲିବେଳେ ବିକ୍ଷୋଭକାରୀଙ୍କ ଉପରକୁ ଦେଶୀ ବୋମାମାଡ଼ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଗୁଣ୍ଡାଗିରି ବନ୍ଦ ହେବା ଦରକାର ବୋଲି ସେ ଟୁଇଟ୍‌ କରି ଦର୍ଶାଇଛନ୍ତି। ମମତା ବାନାର୍ଜୀ ଶାନ୍ତିପୂର୍ଣ୍ଣ ରାଲିକୁ ହିଂସାର ରୂପ ଦେବାକୁ ପ୍ରୟାସ କରିଥିବା ଭାଜପା ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କୋଲକାତାରୁ ୨ ଓ ହାଓଡ଼ାରୁ ୨ ଭାଜପା ରାଲି ବାହାରିଥିବାବେଳେ କରୋନା ଆଳରେ ଟିଏମ୍‌ସି ସରକାର ଏହାକୁ ଅନୁମତି ଦେଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?