Posted inଜାତୀୟ

ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାର କରାଯାଉଛି

ନୂଆଦିଲ୍ଲୀ,୯।୧୦(ପି.ଟି./ଆଇଏଏନ୍‌ଏସ୍‌):ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାରକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ଅଧିକାରର ସବୁଠୁ ବେଶି ଅପବ୍ୟବହାର କରାଯାଉଥିବା କହିଛନ୍ତି। ଏହାସହ ଗତ ମାର୍ଚ୍ଚରେ ଆୟୋଜିତ ତବଲିଘି ଜମାତ୍‌ କାର୍ଯ୍ୟକ୍ରମର ମିଡିଆ କଭରେଜ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ‘ଛଳନାପୂର୍ଣ୍ଣ’ ଓ ‘ଲଜ୍ଜାହୀନ’ ବୋଲି ଭର୍ସନା କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜମିଆତ୍‌ ଉଲାମା-ଇ-ହିନ୍ଦ୍‌ ଓ ଅନ୍ୟମାନଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରିଛନ୍ତି। ଦେଶରେ କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବାବେଳେ ନୂଆଦିଲ୍ଲୀର ନିଜାମୁଦ୍ଦିନ ମର୍‌କଜ୍‌ରେ ଆୟୋଜିତ ତବ୍‌ଲିଘି ଜମାତ୍‌ର କାର୍ଯ୍ୟକ୍ରମକୁ ନେଇ କେତେକ ଗଣମାଧ୍ୟମ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରୁଛନ୍ତି ବୋଲି ଉକ୍ତ ଆବେଦନରେ ଅଭିଯୋଗ କରାଯାଇଥିଲା। ଜମାତ୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଯୁକ୍ତି ବାଢ଼ିଥିଲେ ଯେ, ଆବେଦନକାରୀମାନେ ଅଭିବ୍ୟକ୍ତି ସ୍ବାଧୀନତାର ମୁହଁ ବନ୍ଦ ଲାଗି ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ଏନେଇ ଖଣ୍ଡପୀଠ କହିଛନ୍ତି, ଅଭିବ୍ୟକ୍ତି ଓ ମତ ପ୍ରକାଶ କରିବାର ଅଧିକାରକୁ ଏବେ ସବୁଠୁ ଅଧିକ ଅପବ୍ୟବହାର କରାଯାଉଛି। ଆପଣ ନିଜ ଅନୁସାରେ ଯୁକ୍ତି ବାଢ଼ିବା ପାଇଁ ଯେପରି ସ୍ବାଧୀନ ଠିକ୍‌ ସେହିଭଳି ସେମାନେ ମଧ୍ୟ ନିଜ ସତ୍ୟପାଠରେ କୌଣସି ଅଭିଯୋଗ ଆଣିବା ପାଇଁ ମୁକ୍ତ। ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ପରିବର୍ତ୍ତେ ଜଣେ ଅତିରିକ୍ତ ସଚିବ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ତବଲିଘି ଜମାତ୍‌ ପ୍ରସଙ୍ଗରେ ମିଡିଆ ରିପୋର୍ଟିଂ ସମ୍ପର୍କରେ ଅନାବଶ୍ୟକ ଓ ଯୁକ୍ତିହୀନ ଅଭିଯୋଗ ଅଣାଯାଇଥିବାରୁ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri