କୂପମଣ୍ଡୁକ

ନୂପୁର ଶର୍ମା ଏବେ ଅନ୍ତର୍ଜାତୀୟ ସ୍ତରକୁ ଚାଲିଗଲେଣି। ହାତଗଣତି କେତେକ ନିର୍ବୁଦ୍ଧିଆଙ୍କ କାର୍ଯ୍ୟକଳାପ ଯୋଗୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ବୋକାଙ୍କ ବୁଦ୍ଧିରେ କାର୍ଯ୍ୟ ପରିଚାଳିତ ହେଲେ ତାହାର ପ୍ରତିକ୍ରିୟା କେତେ ଭୟାନକ ହୁଏ, ତାହା ଫ୍ରାନ୍ସର ବ୍ୟଙ୍ଗଚିତ୍ର ପତ୍ରିକା ‘ଶାର୍ଲି ହେବ୍‌ଦୋ’ ଘଟଣାରୁ ଜଣାପଡ଼େ। ଏହି ପତ୍ରିକାର ଏକ ସଂସ୍କରଣରେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ୭ ଜାନୁୟାରୀ ୨୦୧୫ରେ ସେହି ପତ୍ରିକାର ଅଫିସରେ ଉଗ୍ରବାଦୀମାନେ ପଶି ଅତର୍କିତ ଗୁଳି କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ସେହି ବୀଭତ୍ସ କାଣ୍ଡ କିଏ ଘଟାଇଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ସମସ୍ତେ ବିଶ୍ୱାସ କରନ୍ତି ଯେ ଇସ୍‌ଲାମୀୟ ଉଗ୍ରବାଦୀମାନେ ପ୍ରତିଶୋଧ ଆକାରରେ ଏହି କାଣ୍ଡ ଘଟାଇଥିଲେ। ପୂର୍ବରୁ ବିଶ୍ୱାସ ହୁଏତ ହୋଇ ନ ଥାନ୍ତା, କିନ୍ତୁ ଏବେ ନୂପୁର ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଯେ ତାଙ୍କୁ ହତ୍ୟା ଧମକ ମିଳୁଛି ଶୁଣିଲେ ତାହା ବିଶ୍ୱାସ କରିହେଉଛି। ଏଠାରେ ମନେରଖିବାକୁ ହେବ ଯେ ନୂପୁର ଶର୍ମା ଟେଲିଭିଜନ କାର୍ଯ୍ୟକ୍ରମରେ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ କେବେହେଲେ କାହାରିକୁ ଗ୍ରହଣୀୟ ହେବ ନାହିଁ। ଏହି ଦେଶର ଶାସକ ଦଳ ଭାଜପାର ନୂପୁର ଶର୍ମା ମୁଖପାତ୍ର ଭାବେ ହୁଏତ ବୁଝିପାରିଲେ ନାହିଁ ଯେ, ତାଙ୍କର ଏହି ମନ୍ତବ୍ୟ କେଉଁଭଳି ପ୍ରତିକ୍ରିୟା ସୃଷ୍ଟି କରିବ। ଆଜି ଭାରତର ଗ୍ରାମାଞ୍ଚଳରେ ଯୁବତୀଯୁବକ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଦେଶବିଦେଶର ଖବର ଜାଣିପାରୁଛନ୍ତି। ସୋସିଆଲ ମିଡିଆ ଯୁଗରେ ଜାତୀୟ ସୀମା କିଛି ନାହିଁ। ବହୁଦିନରୁ ଶୁଣିଆସୁଛୁ ବିଶ୍ୱ ଏକ ବୈଶ୍ୱିକ ଗ୍ରାମ। ହୁଏତ ନୂପୁରଙ୍କ ଭଳି ଅନେକ ଭାରତୀୟଙ୍କର ପରବର୍ତ୍ତିତ ପୃଥ୍ବିବୀ ବିଷୟରେ କୌଣସି ଗଭୀର ଧରଣା ନାହିଁ। ବମ୍ବେ କିମ୍ବା ଦିଲ୍ଲୀରେ ରହୁଥିବା ଏହିଭଳି ରାଜନୈତିକ ଗୁରୁତ୍ୱ ପାଇବାକୁ ଇଚ୍ଛୁକ ବ୍ୟକ୍ତିମାନେ ଏବେ ଏକ ପ୍ରତିଯୋଗିତା କଲାଭଳି ମନେହେଉଛି। ଗୋଟିଏପଟେ କହୁଛନ୍ତି ଆମେ ଦେଶପ୍ରେମୀ ଓ ରାଷ୍ଟ୍ରବାଦୀ, ଅନ୍ୟପଟେ ଯେତେସବୁ ହିନ୍ଦୁତ୍ୱ ସମର୍ଥକ ବାହାରିଛନ୍ତି ସମସ୍ତେ ପ୍ରତ୍ୟେକ କାର୍ଯ୍ୟ ଓ ଉଚ୍ଚାରଣ ମାଧ୍ୟମରେ ଦେଶର ଅପୂରଣୀୟ କ୍ଷତି ଘଟାଇବାରେ ଲାଗିଛନ୍ତି। ସର୍ବୋଚ୍ଚ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହିଭଳି ପ୍ରତିଯୋଗିତା ଦେଶକୁ ପ୍ରବଳ ଅଡୁଆରେ ପକାଉଛି। ତାହାର ମୁଖ୍ୟ କାରଣ ହୋଇଥାଇପାରେ ଯେ ନୂପୁରଙ୍କ ଭଳି ଆଶାୟୀ ଭାଜପା କର୍ମୀଙ୍କର ସମସ୍ୟା ସମ୍ପର୍କରେ କୌଣସି ଗଭୀର ଅନୁଧ୍ୟାନ ନାହିଁ। ଚିତ୍କାର କରି ଇସ୍‌ଲାମ ଧର୍ମ ବିରୋଧରେ କହିଲେ ଭାଜପା ଦଳରେ ଆହୁରି ଆଗକୁ ବଢ଼ିପାରିବେ ବୋଲି ଯେଉଁ ଧାରଣା ନେତୃବୃନ୍ଦଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ତାହାର କୁପ୍ରଭାବ ଦୀର୍ଘମିଆଦୀ ହେବ।
ହିନ୍ଦୁତ୍ୱକୁ ବ୍ୟବହାର କରୁଥିବା ଏହି ରାଜନୈତିକ ବ୍ୟକ୍ତିମାନେ ଭାବୁଛନ୍ତି ଯେ ‘ସଂଖ୍ୟାଲଘୁ’ ମୁସଲମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ‘ସଂଖ୍ୟାଗରିଷ୍ଠ’ ହିନ୍ଦୁଙ୍କ ଦ୍ୱାରା ଆଦୃତ ହେବେ। କିନ୍ତୁ ବିଶ୍ୱର ମାନଚିତ୍ର ଦେଖିଲେ ମୁସଲମାନଙ୍କ ଜନସଂଖ୍ୟା ହିନ୍ଦୁଙ୍କଠାରୁ କାହିଁ କେତେ ଅଧିକ। ସେଥିପାଇଁ ଯେଉଁମାନେ ‘ଅଖଣ୍ଡ ଭାରତ’ର ଧ୍ୱନି ଦିଅନ୍ତି ସେମାନେ ନିଜର ଅଜ୍ଞତା ସମ୍ପର୍କରେ ସୂଚନା ଦେଇଥାନ୍ତି। ବିବେକାନନ୍ଦ ଓ ଶ୍ରୀଅରବିନ୍ଦ କ’ଣ କହିଥିଲେ ତାହା ଆଜିର ଯୁଗରେ କେତେଦୂର ପ୍ରଯୁଜ୍ୟ ସେ ସମ୍ପର୍କରେ ପ୍ରତ୍ୟେକ ନାଗରିକ ନିଜର ସ୍ବତନ୍ତ୍ର ଆକଳନ କରିବା ଉଚିତ। ଅଖଣ୍ଡ ଭାରତରେ ଯଦି ପାକିସ୍ତାନ, ବାଂଲାଦେଶ, ବର୍ମା, ଆଫଗାନିସ୍ତାନ ଏବଂ ନେପାଳ ମିଶିଯାଏ ତେବେ ହିନ୍ଦୁ ବଳୁଆ ସଂଖ୍ୟାଗରିଷ୍ଠ ହୋଇ ରହିବେ ନାହିଁ। ସେଭଳି ମିଶ୍ରଣ ଘଟିଲେ ଏହି ଭୂଖଣ୍ଡରେ ଜନସଂଖ୍ୟା ତତ୍ତ୍ୱ ବା ଡେମୋଗ୍ରାଫିରେ ଅସ୍ବାଭାବିକ ପରିବର୍ତ୍ତନ ଦୃଶ୍ୟମାନ ହେବ। କୂପମଣ୍ଡୁକ ହୋଇ ଏକବିଂଶ ଶତାବ୍ଦୀରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର। ହୁଏତ ସେହିଭଳି ତ୍ରୁଟି ପାଇଁ ଆଜି ନୂପୁର ଶର୍ମାଙ୍କ ଭଳି ଉଚ୍ଚଜାତିର ଭାରତୀୟଙ୍କ ବିରାଟ ଭୁଲ ଯୋଗୁ ବିଭିନ୍ନ ମୁସଲମାନ ଦେଶଙ୍କଠାରୁ ଭାରତକୁ ନିନ୍ଦା ଶୁଣିବାକୁ ପଡ଼ିଛି। ଭାଜପା ଦଳ ଦ୍ୱାରା ନୂପୁରଙ୍କୁ ନିଲମ୍ବନ କରିବା ସହ ଭାରତ ସରକାରଙ୍କୁ ସଫେଇ ଦେବାକୁ ପଡୁଛି। ଏଠାରେ ମନେରଖିବାକୁ ହେବ ଯେ ହିନ୍ଦୁତ୍ୱବାହିନୀ ଘୃଣା କରୁଥିବା ମୁସଲମାନଙ୍କୁ ଏକ ଗରିବ କନ୍ଥା ସିଲେଇ କରୁଥିବା ନାଗରିକ ଭାବିବା ଉଚିତ ନୁହେଁ। ଆଜିର ଅନ୍ତର୍ଜାତୀୟ ଇସ୍‌ଲାମୀୟ ଚିନ୍ତାଧାରା ଅତ୍ୟନ୍ତ ଶକ୍ତିଶାଳୀ। ସେହି ସ୍ଥିତିକୁ ବୁଝି ବହିର୍ବ୍ୟାପାର ସହିତ ଆଭ୍ୟନ୍ତରୀଣ ନୀତିକୁ ମଧ୍ୟ ପରିବର୍ତ୍ତନ କରିବା ଦରକାର। ଏଥିରେ ନେତାମାନେ ଆଗଭର ହୋଇ ବାହାରିବେ ବୋଲି ଦେଶବାସୀ ଆଶା କରିବା ଯଥାର୍ଥ ହେବ।

ହିନ୍ଦୁତ୍ୱବାହିନୀ ଘୃଣା କରୁଥିବା ମୁସଲମାନଙ୍କୁ ଏକ ଗରିବ କନ୍ଥା ସିଲେଇ କରୁଥିବା ନାଗରିକ ଭାବିବା ଉଚିତ ନୁହେଁ। ଆଜିର ଅନ୍ତର୍ଜାତୀୟ ଇସ୍‌ଲାମୀୟ ଚିନ୍ତାଧାରା ଅତ୍ୟନ୍ତ ଶକ୍ତିଶାଳୀ। ସେହି ସ୍ଥିତିକୁ ବୁଝି ବହିର୍ବ୍ୟାପାର ସହିତ ଆଭ୍ୟନ୍ତରୀଣ ନୀତିକୁ ମଧ୍ୟ ପରିବର୍ତ୍ତନ କରିବା ଦରକାର। ଏଥିରେ ନେତାମାନେ ଆଗଭର ହୋଇ ବାହାରିବେ ବୋଲି ଦେଶବାସୀ ଆଶା କରିବା ଯଥାର୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?