କୂପମଣ୍ଡୁକ

ନୂପୁର ଶର୍ମା ଏବେ ଅନ୍ତର୍ଜାତୀୟ ସ୍ତରକୁ ଚାଲିଗଲେଣି। ହାତଗଣତି କେତେକ ନିର୍ବୁଦ୍ଧିଆଙ୍କ କାର୍ଯ୍ୟକଳାପ ଯୋଗୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ବୋକାଙ୍କ ବୁଦ୍ଧିରେ କାର୍ଯ୍ୟ ପରିଚାଳିତ ହେଲେ ତାହାର ପ୍ରତିକ୍ରିୟା କେତେ ଭୟାନକ ହୁଏ, ତାହା ଫ୍ରାନ୍ସର ବ୍ୟଙ୍ଗଚିତ୍ର ପତ୍ରିକା ‘ଶାର୍ଲି ହେବ୍‌ଦୋ’ ଘଟଣାରୁ ଜଣାପଡ଼େ। ଏହି ପତ୍ରିକାର ଏକ ସଂସ୍କରଣରେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ୭ ଜାନୁୟାରୀ ୨୦୧୫ରେ ସେହି ପତ୍ରିକାର ଅଫିସରେ ଉଗ୍ରବାଦୀମାନେ ପଶି ଅତର୍କିତ ଗୁଳି କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ସେହି ବୀଭତ୍ସ କାଣ୍ଡ କିଏ ଘଟାଇଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ସମସ୍ତେ ବିଶ୍ୱାସ କରନ୍ତି ଯେ ଇସ୍‌ଲାମୀୟ ଉଗ୍ରବାଦୀମାନେ ପ୍ରତିଶୋଧ ଆକାରରେ ଏହି କାଣ୍ଡ ଘଟାଇଥିଲେ। ପୂର୍ବରୁ ବିଶ୍ୱାସ ହୁଏତ ହୋଇ ନ ଥାନ୍ତା, କିନ୍ତୁ ଏବେ ନୂପୁର ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଯେ ତାଙ୍କୁ ହତ୍ୟା ଧମକ ମିଳୁଛି ଶୁଣିଲେ ତାହା ବିଶ୍ୱାସ କରିହେଉଛି। ଏଠାରେ ମନେରଖିବାକୁ ହେବ ଯେ ନୂପୁର ଶର୍ମା ଟେଲିଭିଜନ କାର୍ଯ୍ୟକ୍ରମରେ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ କେବେହେଲେ କାହାରିକୁ ଗ୍ରହଣୀୟ ହେବ ନାହିଁ। ଏହି ଦେଶର ଶାସକ ଦଳ ଭାଜପାର ନୂପୁର ଶର୍ମା ମୁଖପାତ୍ର ଭାବେ ହୁଏତ ବୁଝିପାରିଲେ ନାହିଁ ଯେ, ତାଙ୍କର ଏହି ମନ୍ତବ୍ୟ କେଉଁଭଳି ପ୍ରତିକ୍ରିୟା ସୃଷ୍ଟି କରିବ। ଆଜି ଭାରତର ଗ୍ରାମାଞ୍ଚଳରେ ଯୁବତୀଯୁବକ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଦେଶବିଦେଶର ଖବର ଜାଣିପାରୁଛନ୍ତି। ସୋସିଆଲ ମିଡିଆ ଯୁଗରେ ଜାତୀୟ ସୀମା କିଛି ନାହିଁ। ବହୁଦିନରୁ ଶୁଣିଆସୁଛୁ ବିଶ୍ୱ ଏକ ବୈଶ୍ୱିକ ଗ୍ରାମ। ହୁଏତ ନୂପୁରଙ୍କ ଭଳି ଅନେକ ଭାରତୀୟଙ୍କର ପରବର୍ତ୍ତିତ ପୃଥ୍ବିବୀ ବିଷୟରେ କୌଣସି ଗଭୀର ଧରଣା ନାହିଁ। ବମ୍ବେ କିମ୍ବା ଦିଲ୍ଲୀରେ ରହୁଥିବା ଏହିଭଳି ରାଜନୈତିକ ଗୁରୁତ୍ୱ ପାଇବାକୁ ଇଚ୍ଛୁକ ବ୍ୟକ୍ତିମାନେ ଏବେ ଏକ ପ୍ରତିଯୋଗିତା କଲାଭଳି ମନେହେଉଛି। ଗୋଟିଏପଟେ କହୁଛନ୍ତି ଆମେ ଦେଶପ୍ରେମୀ ଓ ରାଷ୍ଟ୍ରବାଦୀ, ଅନ୍ୟପଟେ ଯେତେସବୁ ହିନ୍ଦୁତ୍ୱ ସମର୍ଥକ ବାହାରିଛନ୍ତି ସମସ୍ତେ ପ୍ରତ୍ୟେକ କାର୍ଯ୍ୟ ଓ ଉଚ୍ଚାରଣ ମାଧ୍ୟମରେ ଦେଶର ଅପୂରଣୀୟ କ୍ଷତି ଘଟାଇବାରେ ଲାଗିଛନ୍ତି। ସର୍ବୋଚ୍ଚ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହିଭଳି ପ୍ରତିଯୋଗିତା ଦେଶକୁ ପ୍ରବଳ ଅଡୁଆରେ ପକାଉଛି। ତାହାର ମୁଖ୍ୟ କାରଣ ହୋଇଥାଇପାରେ ଯେ ନୂପୁରଙ୍କ ଭଳି ଆଶାୟୀ ଭାଜପା କର୍ମୀଙ୍କର ସମସ୍ୟା ସମ୍ପର୍କରେ କୌଣସି ଗଭୀର ଅନୁଧ୍ୟାନ ନାହିଁ। ଚିତ୍କାର କରି ଇସ୍‌ଲାମ ଧର୍ମ ବିରୋଧରେ କହିଲେ ଭାଜପା ଦଳରେ ଆହୁରି ଆଗକୁ ବଢ଼ିପାରିବେ ବୋଲି ଯେଉଁ ଧାରଣା ନେତୃବୃନ୍ଦଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ତାହାର କୁପ୍ରଭାବ ଦୀର୍ଘମିଆଦୀ ହେବ।
ହିନ୍ଦୁତ୍ୱକୁ ବ୍ୟବହାର କରୁଥିବା ଏହି ରାଜନୈତିକ ବ୍ୟକ୍ତିମାନେ ଭାବୁଛନ୍ତି ଯେ ‘ସଂଖ୍ୟାଲଘୁ’ ମୁସଲମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ‘ସଂଖ୍ୟାଗରିଷ୍ଠ’ ହିନ୍ଦୁଙ୍କ ଦ୍ୱାରା ଆଦୃତ ହେବେ। କିନ୍ତୁ ବିଶ୍ୱର ମାନଚିତ୍ର ଦେଖିଲେ ମୁସଲମାନଙ୍କ ଜନସଂଖ୍ୟା ହିନ୍ଦୁଙ୍କଠାରୁ କାହିଁ କେତେ ଅଧିକ। ସେଥିପାଇଁ ଯେଉଁମାନେ ‘ଅଖଣ୍ଡ ଭାରତ’ର ଧ୍ୱନି ଦିଅନ୍ତି ସେମାନେ ନିଜର ଅଜ୍ଞତା ସମ୍ପର୍କରେ ସୂଚନା ଦେଇଥାନ୍ତି। ବିବେକାନନ୍ଦ ଓ ଶ୍ରୀଅରବିନ୍ଦ କ’ଣ କହିଥିଲେ ତାହା ଆଜିର ଯୁଗରେ କେତେଦୂର ପ୍ରଯୁଜ୍ୟ ସେ ସମ୍ପର୍କରେ ପ୍ରତ୍ୟେକ ନାଗରିକ ନିଜର ସ୍ବତନ୍ତ୍ର ଆକଳନ କରିବା ଉଚିତ। ଅଖଣ୍ଡ ଭାରତରେ ଯଦି ପାକିସ୍ତାନ, ବାଂଲାଦେଶ, ବର୍ମା, ଆଫଗାନିସ୍ତାନ ଏବଂ ନେପାଳ ମିଶିଯାଏ ତେବେ ହିନ୍ଦୁ ବଳୁଆ ସଂଖ୍ୟାଗରିଷ୍ଠ ହୋଇ ରହିବେ ନାହିଁ। ସେଭଳି ମିଶ୍ରଣ ଘଟିଲେ ଏହି ଭୂଖଣ୍ଡରେ ଜନସଂଖ୍ୟା ତତ୍ତ୍ୱ ବା ଡେମୋଗ୍ରାଫିରେ ଅସ୍ବାଭାବିକ ପରିବର୍ତ୍ତନ ଦୃଶ୍ୟମାନ ହେବ। କୂପମଣ୍ଡୁକ ହୋଇ ଏକବିଂଶ ଶତାବ୍ଦୀରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର। ହୁଏତ ସେହିଭଳି ତ୍ରୁଟି ପାଇଁ ଆଜି ନୂପୁର ଶର୍ମାଙ୍କ ଭଳି ଉଚ୍ଚଜାତିର ଭାରତୀୟଙ୍କ ବିରାଟ ଭୁଲ ଯୋଗୁ ବିଭିନ୍ନ ମୁସଲମାନ ଦେଶଙ୍କଠାରୁ ଭାରତକୁ ନିନ୍ଦା ଶୁଣିବାକୁ ପଡ଼ିଛି। ଭାଜପା ଦଳ ଦ୍ୱାରା ନୂପୁରଙ୍କୁ ନିଲମ୍ବନ କରିବା ସହ ଭାରତ ସରକାରଙ୍କୁ ସଫେଇ ଦେବାକୁ ପଡୁଛି। ଏଠାରେ ମନେରଖିବାକୁ ହେବ ଯେ ହିନ୍ଦୁତ୍ୱବାହିନୀ ଘୃଣା କରୁଥିବା ମୁସଲମାନଙ୍କୁ ଏକ ଗରିବ କନ୍ଥା ସିଲେଇ କରୁଥିବା ନାଗରିକ ଭାବିବା ଉଚିତ ନୁହେଁ। ଆଜିର ଅନ୍ତର୍ଜାତୀୟ ଇସ୍‌ଲାମୀୟ ଚିନ୍ତାଧାରା ଅତ୍ୟନ୍ତ ଶକ୍ତିଶାଳୀ। ସେହି ସ୍ଥିତିକୁ ବୁଝି ବହିର୍ବ୍ୟାପାର ସହିତ ଆଭ୍ୟନ୍ତରୀଣ ନୀତିକୁ ମଧ୍ୟ ପରିବର୍ତ୍ତନ କରିବା ଦରକାର। ଏଥିରେ ନେତାମାନେ ଆଗଭର ହୋଇ ବାହାରିବେ ବୋଲି ଦେଶବାସୀ ଆଶା କରିବା ଯଥାର୍ଥ ହେବ।

ହିନ୍ଦୁତ୍ୱବାହିନୀ ଘୃଣା କରୁଥିବା ମୁସଲମାନଙ୍କୁ ଏକ ଗରିବ କନ୍ଥା ସିଲେଇ କରୁଥିବା ନାଗରିକ ଭାବିବା ଉଚିତ ନୁହେଁ। ଆଜିର ଅନ୍ତର୍ଜାତୀୟ ଇସ୍‌ଲାମୀୟ ଚିନ୍ତାଧାରା ଅତ୍ୟନ୍ତ ଶକ୍ତିଶାଳୀ। ସେହି ସ୍ଥିତିକୁ ବୁଝି ବହିର୍ବ୍ୟାପାର ସହିତ ଆଭ୍ୟନ୍ତରୀଣ ନୀତିକୁ ମଧ୍ୟ ପରିବର୍ତ୍ତନ କରିବା ଦରକାର। ଏଥିରେ ନେତାମାନେ ଆଗଭର ହୋଇ ବାହାରିବେ ବୋଲି ଦେଶବାସୀ ଆଶା କରିବା ଯଥାର୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri