ନୂଆକୁ ସ୍ୱାଗତ

୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ପତନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟରେ ପ୍ରଥମ ଥର ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଛି। ହେଲେ ଏହା ଏକ ସାଧାରଣ ମନ୍ତ୍ରିମଣ୍ଡଳ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ଓଡ଼ିଶାବାସୀ ସ୍ପଷ୍ଟ ଭାବରେ ଭୋଟ ଦେଇ ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାର ଗଠନ କରିଛନ୍ତି। ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଭାଜପାର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବାଛୁବାଛୁ ସପ୍ତାହ ଉପରେ ଲାଗିଗଲା। ତେବେ ସମସ୍ତେ ଜାଣନ୍ତି ଯେ ଜାତୀୟ ଦଳଗୁଡ଼ିକରେ ଏହା ସ୍ୱାଭାବିକ ଭାବେ ଘଟିଥାଏ। ଯେଉଁ କେତେଜଣଙ୍କ ସମ୍ପର୍କରେ ବେଶି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେମାନଙ୍କୁ ପଛରେ ପକାଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ୧୧ ଜୁନ୍‌ରେ ଦଳୀୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ଭାଜପାର ସାଙ୍ଗଠନିକ ବ୍ୟବସ୍ଥାକୁ ଦେଖିଲେ କମ୍‌ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯିବାର ଦୃଷ୍ଟାନ୍ତ ରହିଛି। ଅତୀତରେ ଭାଜପାର ପରିଚିତ ପଦ୍ଧତିରେ ହରିୟାଣାରେ ଅଜଣା ଅଶୁଣା ଥିବା ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ମଧ୍ୟପ୍ରଦେଶର ମୋହନ ଯାଦବ, ଛତିଶଗଡ଼ର ବିଷ୍ଣୁଦେଓ ସାଇ ଓ ରାଜସ୍ଥାନର ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯିବା ପରେ ସମ୍ଭବତଃ ସେହି ଫର୍ମୁଲା ଓଡ଼ିଶାରେ ପ୍ରୟୋଗ କରାଯାଇଛି।
୪ ଜୁନ୍‌ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଥିଲା ଯେ ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଆଗଧାଡ଼ିର ନେତାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯାଇପାରେ। କିନ୍ତୁ କେନ୍ଦ୍ରରେ ଭାଜପା ଆକଳନ କରିଥିବା ସଂଖ୍ୟାଠାରୁ ବହୁ ପଛରେ ପଡ଼ିଯାଇଥିବାରୁ ଶୀର୍ଷ ନେତାମାନେ ଉପନିର୍ବାଚନର ସମ୍ମୁଖୀନ ହୋଇ ବିପଦରେ ପଡ଼ିବାକୁ ଚାହିଁବେ ନାହିଁ ବୋଲି ‘ଧରିତ୍ରୀ’ ଅନୁମାନ କରିଥିଲା। ତାହା ହିଁ ହେଲା। ସେହିପରି ରାଜ୍ୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା କିଛି ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଉଠିଥିଲା। ହେଲେ କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ କରିବାକୁ ନ ଚାହିଁ ଜଣେ ନିର୍ବିବାଦୀୟ ବ୍ୟକ୍ତି ତଥା ଆଦିବାସୀ କାର୍ଡ ଖେଳିବାକୁ ପ୍ରୟାସ କରିଥିବା ମୋହନଙ୍କ ନାମ ଚୟନରୁ ବୁଝାପଡ଼ୁଛି। ଏଥିସହିତ ଭାଜପାର ଉଚ୍ଚ ପଦବୀଧାରୀଙ୍କ ମୂଳକୁ ଦେଖିଲେ ଏହାର ବୈଚାରିକ ଉପଦେଷ୍ଟା ଭାବେ ଜଣାଶୁଣା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଲିଙ୍କ୍‌ ଥିବା ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଇଥାଏ। ମୋହନ ସେହିଭଳି ବାଟ ଦେଇ ଆସିଥିବା ବେଳେ ବୃତ୍ତିଗତ ଜୀବନ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତାରୁ ଆରମ୍ଭ କରିଥିଲେ। ରାଜନୀତି କ୍ଷେତ୍ରକୁ ପ୍ରବେଶ କରି ସରପଞ୍ଚ ହେବାଠାରୁ ପରବର୍ତ୍ତୀ ସମୟରେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୯ ନିର୍ବାଚନରେ ସେ ଜିତି ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସମସ୍ତଙ୍କୁ ନେଇ କିଭଳି ଶାସନ ଚଳାଇବେ ତାହାକୁ ରାଜ୍ୟବାସୀ ଅନେଇ ରହିବା ସ୍ୱାଭାବିକ।
ପ୍ରଥମ ଥର ପାଇଁ ଭାଜପା କ୍ଷମତାକୁ ଆସିଥିବାରୁ ଯେଉଁ ବିଷୟଟି ଆଉ ଏକ ଘଟଣାକୁ ଜନ୍ମ ଦେଇଛି, ତାହା ହେଲା ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି କରାଯିବା। ଅନ୍ୟତମ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଥମ ଥର ପାଇଁ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ାଙ୍କୁ ଚୟନ କରାଯାଇଛି। ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଦଳୀୟ ସମନ୍ବୟ ରକ୍ଷା ସକାଶେ କସରତ କରାଯାଇଥିବା ବୁଝା ପଡ଼ିଯାଉଛି।
ଓଡ଼ିଶାରେ ଆଞ୍ଚଳିକ ଦଳ ଦୀର୍ଘ ଶାସନ କରି ରାଜ୍ୟବାସୀଙ୍କୁ ଯେଉଁ ସୁବିଧା ଦେଇଥିଲା, ତାହାକୁ ଜାତୀୟ ଦଳ ଭାଜପା ସରକାର କେତେଦୂର ବଜାୟ ରଖିବ କିମ୍ବା ପୂର୍ବାପେକ୍ଷା ଆହୁରି ଅଧିକ ଜନସାଧାରଣଙ୍କ ନିକଟତର ହେବ, ସେ ବିଷୟରେ ଏବେଠୁ କହିବା କଷ୍ଟକର। ତେବେ ନୂଆକୁ ସର୍ବଦା ସ୍ୱାଗତ କରାଯିବା ଦରକାର। ପୁରୁଣା ହେଲେ ଯାଇ କରାମତି ଜଣାପଡ଼ିବ।

  • ତଥାଗତ ସତପଥୀ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?