Posted inଫୁରସତ

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ବାଣ୍ଟିଲେ ବୃଦ୍ଧ: ଲୋକେ କହିଲେ ଏମିତି…

ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ନେଇ ସମଗ୍ର ଦେଶ ଏବେ ଅସୁବିଧାରେ ପଡ଼ିଛି। ଏହି ବର୍ଦ୍ଧିତ ମୂଲ୍ୟର ପ୍ରଭାବ ପ୍ରତ୍ୟେକ୍ଷ ଭାବରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଫଳ ଉପରେ ପଡ଼ିଛି। ଏପରି ପରିସ୍ଥତିରେ ସାଧାରଣ ଲୋକଙ୍କୁ ସବୁଦିଗରୁ ମହଙ୍ଗାମାଡ଼ ଭୋଗିବାକୁ ପଡ଼ୁଛି। ଏହାରି ମଧ୍ୟରେ ଜଣେ ବୃଦ୍ଧଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବୃଦ୍ଧ ପେଟ୍ରୋଲ ଦର ବୃଦ୍ଧି ଯୋଗୁ ଖୁସିରେ ଲୋକଙ୍କୁ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ବିହାରର ଦରଭଙ୍ଗା ସହରର ବୋଲି ଜଣାପଡ଼ିଛି। ବୃଦ୍ଧଜଣଙ୍କ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅଟକାଇ ସେମାନଙ୍କୁ ମିଠା ଖୁଆଉଛନ୍ତି। ଏଥିସହ ସେ କହୁଛନ୍ତି, ମୋଦି ଜୀ ଇତିହାସ ରଚିଲେ। ଆପଣମାନେ ଖୁସି ମନାନ୍ତୁ ଏବଂ ମିଠା ଖାଆନ୍ତୁ। ପୋଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାର କଲା ବୋଲି ସେ କହୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି। ଏହା ବିରୋଧର ସବୁଠାରୁ ଭଲ ଶୈଳୀ ବୋଲି ଲୋକମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର...

ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…

ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା...

ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ...

ଟେଲିଗ୍ରାମ୍‌ ସେବା ଏବେ ଇତିହାସ ପୃଷ୍ଠାରେ

ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ...

ସର୍କସ ଦେଖାଉଛି ମାଙ୍କଡ଼ ଛୁଆ

ର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

କରୋନା ଭୟରେ ହାତ ନୁହେଁ ଗୋଡ଼ ମିଳାଉଛନ୍ତି ଲୋକେ, ଭିଡିଓ ଭାଇରାଲ

କରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ। ସାମାନ୍ୟ ଥଣ୍ଡା ଜ୍ୱରରୁ ବ୍ୟାପୁଥିବା ଏହି ରୋଗଠାରୁ ଦୂରେଇ ରହିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ...

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି...

Advertisement

BGU

Archives

Model This Week

Why Dharitri